Allegation against PSO: କୋରାପୁଟ ବିଧାୟକଙ୍କ ପିଏସଓଙ୍କ ନାମରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆପଡାରେ ଉପନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ ଥିବାବେଳେ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି | ଆଜି କୋରାପୁଟ ବିଧାୟକଙ୍କ ପିଏସଓ ନାମରେ କଂଗ୍ରେସ ଅଭିଯୋଗ ଆଣିଛି

firing

Firing in Komna Photograph: (Photo Courtey: tv 9 bharatvarsh)

କୋମନା: ନୂଆପଡାରେ ଉପନିର୍ବାଚନକୁ ନେଇ ଏବେ ମାହୋଲ ସରଗରମ ଥିବାବେଳେ ଦଳମାନଙ୍କ ମଧ୍ୟରେ ଆରୋପ-ପ୍ରତ୍ୟାରୋପ ପର୍ବ ଜାରି ରହିଛି | ଆଜି କୋରାପୁଟ ବିଧାୟକଙ୍କ ପିଏସଓ ନାମରେ କଂଗ୍ରେସ ଅଭିଯୋଗ ଆଣିଛି | ଗତକାଲି ବିଳମ୍ବିତ ରାତିରେ କୋରାପୁଟ ବିଧାୟକ ରଘୁରାମ ମାଛଙ୍କ ପିଏସଓ ରାସ୍ତା ଉପରେ ଫାଙ୍କା ଗୁଳିଚାଳନା କରିଥିବା ନେଇ ଦୃଢ କାର୍ଯ୍ୟାନୁଷ୍ଠାନ ଦାବିରେ କଂଗ୍ରେସ ଦଳ ପକ୍ଷରୁ କୋମନା ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି l

 କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଗତ ରାତିରେ କୋମନାରେ ଶାସକ ଦଳର କୋରାପୁଟ ବିଧାୟକ ଶ୍ରୀ ମାଛଙ୍କ ପିଏସଓ ବିନା କାରଣରେ ରାସ୍ତା ଉପରେ ଫାଙ୍କା ଗୁଳିଚାଳନା କରିଥିଲେ | ଦଳ କହିଛି ଯେ ଏଭଳି ଗୁଳିଚାଳନା ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି କରିବା ସହ ଲୋକ ଆତଙ୍କିତ ଅଛନ୍ତି | କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଏହି ନିର୍ବାଚନ ପାଇ ଆସିଥିବା ବିଧାୟକଙ୍କୁ ଏହି ଅଞ୍ଚଳରୁ ବାହାର କରିବା ସହ ତାଙ୍କ ନାମରେ ମାମଲା ରୁଜୁ ହୋଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ |

ଆହୁରି ପଢନ୍ତୁ: Stampede At Andhra Temple: ବେଶୀ ଦୂର ନୁହେଁ ମ, ଓଡିଶାରୁ ମାତ୍ର ୧୫ କିଲୋମିଟର ଦୂରତାରେ ଘଟିଛି ଦଳାଚକଟା

 ଏନେଇ କଂଗ୍ରେସ ଦଳ ପକ୍ଷରୁ କୋମନା ଥାନାରେ ଲିଖିତ ଭାବରେ ଅଭିଯୋଗ କରାଯାଇଛି l ଏନେଇ କୋମନା ଥାନା ଆଇଆଇସି ରଶ୍ମିତା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ରାତିରେ ଖବର ପାଇବା ମାତ୍ରେ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଏନେଇ କୋମନା ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଚାଲୁଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe