ସେ ପରିବାର ସହ ରହିବାକୁ ଚାହୁନଥିଲେ; ନତାଶାଙ୍କ ସହ ବ୍ରେକଅପର କାରଣ କହିଲେ ଅଲୀ

ଅଭିନେତ୍ରୀ ନତାଶା ଷ୍ଟାନକୋଭିକ୍ ସ୍ବାମୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କଠାରୁ ଅଲଗା ହେବା ପରେ ଏବେ ତାଙ୍କ ପୂର୍ବ ପ୍ରେମିକ ତଥା ଅଭିନେତା ଅଲୀ ଗୋନି ସମ୍ପର୍କ ଭାଙ୍ଗିବାର କାରଣ କହିଛନ୍ତି। ନତାଶା ପରିବାର ସହ ରହିବାକୁ ରାଜିନଥିଲେ ବୋଲି କହିଛନ୍ତି ଅଲୀ।

nats

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ନାତାଶାଙ୍କ ପୂର୍ବ ପ୍ରେମିକ ତଥା ଅଭିନେତା ଅଲୀ ଗୋନି ନତାଶାଙ୍କ ସହ ବ୍ରେକଅପର କାରଣ ଜଣାଇଛନ୍ତି।

ଏକ ସାକ୍ଷାତକାରରେ ସେ ନତାଶାଙ୍କ ନାମ ନେଇନଥିଲେ ବି ନତାଶାଙ୍କ ବିଷୟରେ କହୁଥିବା ଲୋକେ ଦାବି କରିଛନ୍ତି। ନିଜ ପୂର୍ବ ପ୍ରେମ ସମ୍ପର୍କ ବିଷୟରେ କହିବାକୁ ଯାଇ ସେ କହିଛନ୍ତି ଯେ, ମୋର ପୂର୍ବ ପ୍ରେମ ସମ୍ପର୍କକୁ ନେଇ ମୁଁ ବହୁତ ଗମ୍ଭୀର ଥିଲି । ବିବାହ କରିବୁ ବୋଲି ମଧ୍ୟ ଭାବିସାରିଥିଲୁ। ହେଲେ ପରେ ଆମର ବ୍ରେକଅପ ହୋଇଗଲା। କାରଣ ‌ସେ ବିବାହ ପରେ ଅଲଗା ରହିବେ ବୋଲି କହିଲେ ଏବଂ ଏଥିରେ ମୁଁ ରାଜି ହେଲି ନାହିଁ। କାରଣ ମୁଁ ଯେଉଁଆଡ଼େ ଯିବି ମୋ ପରିବାରକୁ ସାଥିରେ ନେଇ ଯିବି । ମୁଁ ମୋ ପରିବାରଠାରୁ ଅଲଗା ହୋଇପାରିବି ନାହିଁ । ମୁଁ ସେମାନଙ୍କୁ ଛାଡି ପାରିବି ନାହିଁ, ଯାହାବି ହୋଇଯାଉ। 

ଅଧିକ ପଢ଼ନ୍ତୁ- https://sambad.in/latest/natasa-stankovic-talks-about-love-after-hardik-pandya-divorce-reason-revealed-6929868

ଅଧିକ ପଢ଼ନ୍ତୁ- https://sambad.in/india-and-beyond/kerala-police-files-case-against-malayalam-actor-siddique-over-rape-charges-6932075

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe