କୋଏମ୍ବାଟୁର: ତାମିଲନାଡ଼ୁ ବିଜେପିର ପୂର୍ବତନ ସଭାପତି କେ ଆନ୍ନାମଲାଇ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦର୍ଶାଇ ନିର୍ବାଚନ ହେବାକୁ ଥିବା ତାମିଲନାଡୁର ଛଅଟି ବିଧାନସଭା ଆସନର ନିର୍ବାଚନ ପ୍ରଭାରୀ ଦାୟିତ୍ୱରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛନ୍ତି।
ଆହୁରି ପଢନ୍ତୁ: Cyber ​​fraud : ବିହାରରେ ସାଇବର ଠକେଇ ଅଭିଯୋଗରେ ୧୫ ମହିଳାଙ୍କ ସମେତ ୨୨ ଗିରଫ
ଗତକାଲି ଆନ୍ନାମଲାଇ ଗଣମାଧ୍ୟମକୁ କହିଥିଲେ ଯେ, ସେ ତାମିଲନାଡୁ ବିଜେପି ନେତୃତ୍ୱକୁ ତାଙ୍କ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ସେ କହିଛନ୍ତି, ମୁଁ ତାମିଲନାଡୁ ବିଜେପି ସଭାପତି ନୈନାର ନାଗେନ୍ଦ୍ରନଙ୍କ ସମେତ ସେମାନଙ୍କୁ ମୋର ଅକ୍ଷମତା ବିଷୟରେ ଜଣାଇଛି। ମୋତେ ଡାଏଲିସିସ୍ କରୁଥିବା ମୋ ବାପାଙ୍କ ଯତ୍ନ ନେବାକୁ ପଡିବ। ମୁଁ ଏହାକୁ ମୋର ପ୍ରଥମ କର୍ତ୍ତବ୍ୟ ଭାବୁଛି।
ଆହୁରି ପଢନ୍ତୁ: Cyber ​​fraud : ବିହାରରେ ସାଇବର ଠକେଇ ଅଭିଯୋଗରେ ୧୫ ମହିଳାଙ୍କ ସମେତ ୨୨ ଗିରଫ
ମୁଁ ସେମାନଙ୍କୁ କହିଛି ଯେ ମୁଁ ଏଥର ପ୍ରଭାରୀ ଦାୟିତ୍ବ ନେଇପାରିବି ନାହିଁ। ମୁଁ ଆଶା କରୁଛି ଯେ ଦଳ ଏହାକୁ ଗ୍ରହଣ କରିବ ଏବଂ ଅନ୍ୟ କାହାକୁ ଦାୟିତ୍ବ ହସ୍ତାନ୍ତର କରିବ। ଆନ୍ନାମଲାଇଙ୍କୁ ତାମିଲନାଡୁର ସିଙ୍ଗାନାଲୁର, ବିରୁଗାମ୍ବକ୍କମ୍ (ଚେନ୍ନାଇ), କରାଇକୁଡି, ଶ୍ରୀବୈକୁଣ୍ଟମ୍, ମଦୁରାଇ (ଦକ୍ଷିଣ) ଓ ପଦ୍ମନାଭପୁରମ୍ (କନ୍ୟାକୁମାରୀ) ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ପ୍ରଭାରୀ ଭାବରେ ନିଯୁକ୍ତ କରାଯାଇଥିଲା।
Follow Us