ନୂଆଦିଲ୍ଲୀ: ଏସୀୟ ସୁଟିଂ ଚାମ୍ପିୟନସିପ୍ ଆସନ୍ତା ବର୍ଷ ଦିଲ୍ଲୀରେ ଅନୁଷ୍ଠିତ ହେବ ବୋଲି ଭାରତୀୟ ଜାତୀୟ ରାଇଫଲ୍ ସଂଘ ପକ୍ଷରୁ ଘୋଷଣା କରାଯାଇଛି। ତେବେ ଏହାର ତାରିଖ ଧାର୍ଯ୍ୟ କରାଯାଇନାହିଁ। ୨୦୨୮ ଲସ୍ ଆଞ୍ଜେଲ୍ସ୍ ଅଲିମ୍ପିକ୍ସ ନିମସ୍ତେ ଯୋଗ୍ୟତା ହାସଲ କରିବାକୁ ଏଥିରେ ୮ଟି କୋଟା ରହିବ। ଏ ନେଇ ଏସୀୟ ସୁଟିଂ ମହାସଂଘ ପକ୍ଷରୁ ଭାରତୀୟ ଜାତୀୟ ରାଇଫଲ୍ ସଂଘର ସଭାପତି କଳିକେଶ ନାରାୟଣ ସିଂ ଦେଓଙ୍କୁ ଏକ ପତ୍ର ଲେଖି ନିଶ୍ଚିତ କରିଛନ୍ତି। ଏହା ମଧ୍ୟ ୨୦୨୮ ଅଲିମ୍ପିକ୍ସ ପାଇଁ ଭାରତରେ ଆୟୋଜିତ ଦ୍ବିତୀୟ ସୁଟିଂ କ୍ବାଲିଫାଇଙ୍ଗ୍ ପ୍ରତିଯୋଗିତା ହେବ।
ଆସନ୍ତା ବର୍ଷ ମଧ୍ୟ ଭାରତରେ ରାଇଫଲ୍, ପିସ୍ତଲ୍ ଓ ସଟଗନ୍ ସୁଟରମାନଙ୍କ ପାଇଁ ଆଇଏସ୍ଏସ୍ଏଫ୍ ବିଶ୍ବକପ୍ ଶୃଙ୍ଖଳା ଅନୁଷ୍ଠିତ ହେବ। ଏହି ପ୍ରତିଯୋେଗିତାରେ ମଧ୍ୟ ଅଲିମ୍ପିକ୍ସ ଯୋଗ୍ୟତା ହାସଲ ପାଇଁ ୧୨ଟି କୋଟା ରହିବ। ଏହି ପ୍ରତିଯୋଗିତା ୨୦୧୭ ଏପ୍ରିଲ ୨୧ରୁ ୩୦ ପର୍ଯ୍ୟନ୍ତ ଡ. କର୍ଣ୍ଣି ସିଂ ସୁଟିଂ ରେଞ୍ଜରେ ଅନୁଷ୍ଠିତ ହେବ। ଏ ସଂପର୍କରେ କଳିକେଶ କହିଛନ୍ତି ଯେ ଏହି ପ୍ରତିଯୋଗିତା ଭାରତୀୟ ସୁଟରମାନଙ୍କ ପାଇଁ ବେଶ ଉପଯୋଗୀ ହୋଇପାରିବ, କାରଣ ସେମାନେ ଘରୋଇ ମାଟିରେ ଏହି ଦୁଇଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଅଲିମ୍ପିକ୍ସ ଲାଗି କୋଟା ସ୍ଥାନ ଜିତିପାରିବେ।
ଆହୁରି ପଢନ୍ତୁ: Rahul Wrote letter to Speaker: ବାଚସ୍ପତି ବିର୍ଲାଙ୍କୁ ଚିଠି ଲେଖିଲେ ରାହୁଲ: ଗୃହରେ ଜାଣିଶୁଣି କହିବାକୁ ଦିଆଯାଇନି, ଗଣତନ୍ତ୍ରରେ ଦାଗ
ଅଲିମ୍ପିକ୍ସ ତୀରନ୍ଦାଜି ପାଇଁ ଯୋଗ୍ୟତା ପ୍ରକ୍ରିୟା ଘୋଷଣା
୨୦୨୮ ଲସ୍ ଆଞ୍ଜେଲ୍ସ୍ ଅଲିମ୍ପିକ୍ସ ନିମନ୍ତେ ତୀରନ୍ଦାଜି ଇଭେଣ୍ଟ ପାଇଁ ଯୋଗ୍ୟତା ପ୍ରକ୍ରିୟା ଘୋଷଣା କରିଛି ବିଶ୍ବ ତୀରନ୍ଦାଜ ମହାସଂଘ। ତୀରନ୍ଦାଜୀ ଇଭେଣ୍ଟ୍ ଅଧିନରେ ୬ଟି ବର୍ଗ ରହିବ ଓ ମୋଟ ୧୨୮ଟି କୋଟା ସ୍ଥାନ ରହିବ। ସେଗୁଡ଼ିକ ମଧ୍ୟରୁ ୬୪ଟି ମହିଳା ଓ ୬୪ଟି ପୁରୁଷଙ୍କ ପାଇଁ ରହିବ। ମହାସଂଘ ଅଧିନରେ ଅନ୍ତର୍ଜାତୀୟ ସ୍ତରରେ ଆୟୋଜନ କରାଯାଉଥିବା ବିଶ୍ବ ତୀରନ୍ଦାଜି ଚାମ୍ପିୟନସିପ୍, କଣ୍ଟିନେଣ୍ଟାଲ୍ ଗେମ୍ସ ଆଦି ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ତୀରନ୍ଦାଜମାନେ ଯୋଗ୍ୟତା ଅର୍ଜନ କରିପାରିବେ।
Follow Us