Bahubali Eternal the war Photograph: (Screengrab From Youtube)
ନୂଆଦିଲ୍ଲୀ: ୨୦୨୫ ଅଗଷ୍ଟରେ ରିଲିଜ ହୋଇଥିବା ମହାବତାର ନରସିଂମା ଅଭୁତପୁର୍ବ ସଫଳତା ପରେ ପ୍ରଯୋଜକମାନେ ଏହିପରି ଆହୁରି ନୂଆ ନୂଆ କଣ୍ଟେଟ ଥିବା ଆନିମେସନ ଫିଲ୍ମ କରିବାରେ ଲାଗିପଡିଛନ୍ତି। ତେବେ ଆନିମେସନର ସବୁ ରେକର୍ଡ ଭାଙ୍ଗିଥିବା ମହାବତାର ନରସିଂମା ପରେ ଏବେ ଦର୍ଶକ ଅନେକ ନୂଆ ନୂଆ ଆନିମେଟେଡ଼ ଚଳଚ୍ଚିତ୍ର ଦେଖିବାକୁ ପାଇବେ। ନିକଟରେ ବାହୁବଳୀର ଆନିମେସନ ବା କାର୍ଟୁନ ଫିଲ୍ମର ଟ୍ରେଲର ଦେଖିବାକୁ ମିଳଛି । ଯାହା ସମସ୍ତଙ୍କୁ ଆଶ୍ଟର୍ଯ୍ୟ କରିଛି ।
ରେକର୍ଡ ଭାଙ୍ଗିଥିଲା 'ମହାବତାର ନରସିଂମା '
ଯେତେବେଳେ କାର୍ଟୁନ ବା ଆନିମେସନ କଥା ଆସେ ସମସ୍ତେ ସେତେବେଳେ ଭାବନ୍ତି ଯେ କେବଳ ଛୋଟଛୁଆ ମାନେ ଏହାକୁ ଦେଖିଥାଆନ୍ତି। କିନ୍ତୁ ଅଗଷ୍ଟ ୨୦୨୫ ରେ ରିଲିଜ ହୋଇଥିବା ମହାବତାର ନରସିଂମା ଏହି କଥାକୁ ଭୁଲ ବୋଲି ପ୍ରମାଣିତ କରିଥିଲା। ଏହି ଆନିମେଟେଡ଼ ଫିଲ୍ମରେ ଭଗବାନ ବିଷ୍ଣୁଙ୍କ ନରସିଂମା ଅବତାର ସଂପର୍କରେ ବର୍ଣ୍ଣନା କରାଯାଇଥିଲା । ଯେଉଁଥିରେ ପ୍ରହଲ୍ଲାଦ ଏବଂ ଭଗବାନ ବିଷ୍ଣୁଙ୍କ ନିଛକ ଭକ୍ତିକୁ ଦର୍ଶାଯାଇଥିଲା।
ଆହୁରି ପଢନ୍ତୁ: Police Complain by Iran women: ଶାଶୁଙ୍କ ବିରୋଧରେ ଅଭିଯୋଗ ଆଣିଲେ ଇରାନୀ ବୋହୂ, ୨ ବର୍ଷ ତଳେ ୟୁଟ୍ୟୁବରଙ୍କୁ କରିଥିଲେ ବିବାହ
ଏହି ଫିଲ୍ମ କେବଳ ଛୋଟ ପିଲା ନୁହେଁ ,ସବୁ ବୟସର ଲୋକଙ୍କୁ ବେଶ ପସନ୍ଦ ଆସିଥିଲା। ତେବେ ଫିଲ୍ମ ନରସିଂମା ର ଭରପୁର ସଫଳତା ପରେ ଅନେକ ପ୍ରଯୋଜକମାନେ ଅନେକ ଗୁଡିଏ ଆନିମେସନ ଫିଲ୍ମର ନାମ ଘୋଷଣା କରିବା ସହ ପ୍ରାୟ ଫିଲ୍ମର ଟ୍ରେଲର ମଧ୍ୟ ଦେଖିବାକୁ ମିଳିଛି। ତେବେ ବୁଧବାର ଦିନ ଏସ୍.ଏସ୍. ରାଜାମୌଲିଙ୍କ ଦ୍ଵାରା ବଲିଉଡର ଏକ ବହୁଚର୍ଚ୍ଚିତ ଫିଲ୍ମ ବାହୁବଳୀର ଆନିମେସନ ବା କାର୍ଟୁନ ଫିଲ୍ମ ଟ୍ରେଲର ଦେଖିବାକୁ ମିଳିଛି। ଟ୍ରେଲର ଆରମ୍ଭରେ ବାହୁବଳୀ ଫିଲ୍ମର କିଛି ଅଂଶ ଥିବାବେଳେ ଟ୍ରେଲରଟି ଅତି ସୁନ୍ଦର ହୋଇଛି। ବାହୁବଳୀ ଫିଲ୍ମର ଏହି ଦମଦାର ଟ୍ରେଲର ଦେଖିବା ପରେ ଦର୍ଶକମାନେ ଅତି ଉତ୍ସାହର ସହ ଏହାର ରିଲିଜ ତାରିଖକୁ ଅପେକ୍ଷା କରିଛନ୍ତି।
ଆହୁରି ପଢନ୍ତୁ: Call Recording tricks : ଆପଣଙ୍କ କଲ୍ ରେକର୍ଡିଂ ହେଉଥିଲେ ଜାଣିବେ କିପରି
କେବେ ରିଲିଜ ହେବ 'ବାହୁବଳୀ ଦି ଇଟର୍ନାଲ ୱାର' ଚଳଚ୍ଚିତ୍ର ?
ଏହି ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଅନେକ ଉତ୍କଣ୍ଠା ଥିବାବେଳେ 'ବାହୁବଳୀ ଦି ଇଟର୍ନାଲ ୱାର' ଦୁଇଟି ଭାଗରେ ନିର୍ମାଣ ହେବ। ଏହାର ପ୍ରଥମ ପାର୍ଟ ୨୦୨୭ ମସିହାରେ ରିଲିଜ ହେବ। କେବଳ ଏହି ସିନେମା ନୁହେଁ ଛୋଟି ସ୍ତ୍ରୀ , ବାୟୁପୁତ୍ର , କୁରୁକ୍ଷେତ୍ର , ମହାବତାର ପରଶୁରାମ , ଚିରଞ୍ଜିବୀ ହନୁମାନ ପରି ଅନେକ ଆନିମେସନ ସିନେମା ଉଭୟ ସାଉଥ ଏବଂ ବଲିଉଡରେ ଦର୍ଶକ ଦେଖିବାକୁ ପାଇବେ ।
Follow Us