BCB Decision: ତଥାପି କମୁନି ବାଂଲାଦେଶ ଫୁଟାଣି: କୋଟି କୋଟି ଟଙ୍କା ହରାଇବ, ବିଶ୍ବ କ୍ରିକେଟ୍‌ରୁ ଏକଘରିକିଆ ହେବ

Advertisment

ବିନା କାରଣରେ ବିବାଦ ସୃଷ୍ଟି କରି ଭାରତ ଆସିବାକୁ ମନା‌ କରୁଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ଆଇସିସି ତା’ର ଅସଲ ସ୍ତର ଦେଖାଇଛି। ଭାରତ ଆସି ଲିଗ୍‌ ପର୍ଯ୍ୟାୟର ଚାରିଟି ମ୍ୟାଚ୍‌ ନଖେଳିଲେ ବିଶ୍ବକପ୍‌ରୁ ବିଦା ହେବାର ଚୂଡ଼ାନ୍ତ ଚେତାବନୀ ଆଇସିସି ତାକୁ ବୁଧବାର ଦେଇସାରିଛି

ବିନା କାରଣରେ ବିବାଦ ସୃଷ୍ଟି କରି ଭାରତ ଆସିବାକୁ ମନା‌ କରୁଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ଆଇସିସି ତା’ର ଅସଲ ସ୍ତର ଦେଖାଇଛି। ଭାରତ ଆସି ଲିଗ୍‌ ପର୍ଯ୍ୟାୟର ଚାରିଟି ମ୍ୟାଚ୍‌ ନଖେଳିଲେ ବିଶ୍ବକପ୍‌ରୁ ବିଦା ହେବାର ଚୂଡ଼ାନ୍ତ ଚେତାବନୀ ଆଇସିସି ତାକୁ ବୁଧବାର ଦେଇସାରିଛି

BCB

ICC and BCCI Photograph: (ABP)

ଦୁବାଇ: ବିନା କାରଣରେ ବିବାଦ ସୃଷ୍ଟି କରି ଭାରତ ଆସିବାକୁ ମନା‌ କରୁଥିବା ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)କୁ ଆଇସିସି ତା’ର ଅସଲ ସ୍ତର ଦେଖାଇଛି। ଭାରତ ଆସି ଲିଗ୍‌ ପର୍ଯ୍ୟାୟର ଚାରିଟି ମ୍ୟାଚ୍‌ ନଖେଳିଲେ ବିଶ୍ବକପ୍‌ରୁ ବିଦା ହେବାର ଚୂଡ଼ାନ୍ତ ଚେତାବନୀ ଆଇସିସି ତାକୁ ବୁଧବାର ଦେଇସାରିଛି। ତଥାପି ବିସିବିର ଫୁଟାଣି କମୁନି। ଆଇସିସି ବୋର୍ଡ ବୈଠକରେ ବାଂଲାଦେଶକୁ ବିଶ୍ବକପ୍‌ରୁ ବାଦ୍‌ ଦେବା ସପକ୍ଷରେ ୧୪ ଏବଂ ବିପକ୍ଷରେ ମାତ୍ର ୨ ଭୋଟ ପଡ଼ିବା ସତ୍ତ୍ବେ ଆଇସିସି ଆମ ଦାବି ରଖିବ ବୋଲି ବିସିବି ସଭାପତି ଅମିନୁଲ ଇସଲାମ୍‌ ମୁହଁ ଫୁଟାଣି ମାରିଛନ୍ତି।

ବିଶ୍ବକପ୍‌ ମ୍ୟାଚ୍‌କୁ ଭାରତରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ବିସିବି କରିଥିବା ଅନୁରୋଧକୁ ଆଇସିସି ବହୁମତରେ ଅଗ୍ରାହ୍ୟ କରିବା ପରେ ଅମିନୁଲ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆମ ସରକାରଙ୍କ କଥା‌ ହେବାକୁ ମୁଁ ଅଧିକ ସମୟ ମାଗିଥିଲି। ଆଇସିସି ଏଥିଲାଗି ଆମକୁ ୨୪ରୁ ୪୮ ଘଣ୍ଟା ସମୟ ଦେଇଛି। ଆଇସିସି ଶେଷ ମୁହୂର୍ତ୍ତରେ କିଛି ଗୋଟାଏ ଯାଦୁ କରିବ ଏବଂ ଆମ କଥା ରଖିବ ବୋଲି ଆଶା ରଖିଛି। ବିଶ୍ବକପ୍ ଖେଳିବାକୁ ଆମେ ବ୍ୟଗ୍ର ଅଛୁ। କିଏ ବା ନ ରହିବ? ଆମ ଖେଳାଳିମାନେ ବି ଏଥିଲାଗି ବହୁ ଦିନ ହେବ ପ୍ରସ୍ତୁତି କରୁଛନ୍ତି।

ବାଂଲାଦେଶ ସରକାର ମଧ୍ୟ ବାଂଲାଦେଶ କ୍ରିକେଟ୍ ଦଳ ବିଶ୍ବକପ୍ ଖେଳୁ ବୋଲି ଚାହୁଛି ବୋଲି ଆହୁରି କହିଛନ୍ତି ସେ। ସୂଚନାଯୋଗ୍ୟ ଯେ ଏହି ମାମଲାରେ ନିଜ ଅଭିମୁଖ୍ୟକୁ ଆଇସିିସି ଆହୁରି କଠୋର କରିଛି। ୨୪ ଘଣ୍ଟା ଭିତରେ ବିଶ୍ବକପ୍ ଖେଳିବ କି ନଖେଳିବ ନଜଣାଇଲେ ବାଂଲାଦେଶ ପରିବର୍ତ୍ତେ ସ୍କଟଲଣ୍ଡ୍‌କୁ ଖେଳିବାର ସୁଯୋଗ ଦିଆଯିବ ବୋଲି ସ୍ପଷ୍ଟ ଭାବେ କହିଛି। ‘ଭାରତ ଆମ ପାଇଁ ସୁରକ୍ଷିତ ନୁହେଁ’ ବିଶ୍ବକପ୍ ନଖେଳିଲେ ବାଂଲାଦେଶ କ୍ରିକେଟ୍ ବୋର୍ଡ ତଳିତଳାନ୍ତ ହୋଇଯିବ। ତା’ର ଆର୍ଥିକ ସ୍ଥିତି ବି ପୂରା ‌ଦୋହଲିଯିବ।

ଏସବୁ ବି ପଢିପାରିବେ: Doctorate Degree to Rohit: ରୋହିତଙ୍କୁ ଡକ୍ଟରେଟ୍‌

 ଏପରିକି ଏହି ଦଳ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଏକଘରିକିଆ ହେବାର ମଧ୍ୟ ଯଥେଷ୍ଟ ଆଶଙ୍କା ରହିଛି। ଏସବୁ ସତ୍ତ୍ବେ ଭାରତ ଆମ ପାଇଁ ସୁରକ୍ଷିତ ନୁହେଁ ବୋଲି ବୋର୍ଡ ପୁଣି ଥରେ ଦୋହରାଇଛି। ସଭାପତି ଅମିନୁଲ ଇସଲାମ କହିଛନ୍ତି, ଆମେ ଭାବୁନୁ ଯେ ଭାରତ ଆମ ଖେଳାଳିଙ୍କ ପାଇଁ ସୁରକ୍ଷିତ। ଯେତେବେଳେ ଏକ ସରକାର କୌଣସି ନିଷ୍ପତ୍ତି ନିଏ, ସେତେବେଳେ କେବଳ ଖେଳାଳିଙ୍କ କଥାକୁ ବିଚାରକୁ ନିଏନି, ସବୁକଥାକୁ ନଜରରେ ରଖେ। ପ୍ରକାଶ ଥାଉ କି ବିଶ୍ବକପ୍ ଲାଗି ଭାରତ ଅତ୍ୟନ୍ତ ସୁରକ୍ଷିତ ସ୍ଥାନ।

ଏସବୁ ବି ପଢିପାରିବେ: AI applications: ଏଆଇ ପ୍ରୟୋଗ ନେଇ ଉତ୍ସାହିତ ଭାରତୀୟ କ୍ରିଏଟର୍‌

ବାଂଲାଦେଶ ଖେଳାଳିଙ୍କୁ ସେଠାରେ କୌଣସି ବିପଦ ନାହିଁ। ଆବଶ୍ୟକ ହେଲେ ଆମେ ବାଂଲାଦେଶ ଖେଳାଳିଙ୍କ ସୁରକ୍ଷାକୁ ଦୁଇଗୁଣ ବଢ଼ାଇ ଦେବାକୁ ବୋଲି ଆଇସିସି ପୂର୍ବରୁ ଆଶ୍ବାସନା ଦେଇ ସାରିଛି। ଆସନ୍ତାମାସରେ ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଗ୍ରୁପ୍-ସିରେ ଥିବା ବାଂଲାଦେଶ ନିଜ ପ୍ରଥମ ୩ ମ୍ୟାଚ୍‌ କୋଲକାତାରେ ଫେବ୍ରୁଆରି ୭,୯ ଓ ୧୪ରେ ଏବଂ ଶେଷ ମ୍ୟାଚ୍ ଫେବ୍ରୁଆରି ୧୭ରେ ମୁମ୍ବାଇରେ ଖେଳିବାର ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe