ଏଆଇ-ଜେନେରେଟେଡ୍‌ ଅଥବା ଏଆଇ-ଆସିଷ୍ଟେଡ୍‌ କଣ୍ଟେଣ୍ଟ୍‌କୁ ନେଇ ଅନେକେ ଚିନ୍ତିତ ଥିଲେ ସୁଦ୍ଧା ଆଜିକାଲି ଇଣ୍ଟର୍‌ନେଟ୍‌ରେ କଣ୍ଟେଣ୍ଟ୍‌ କ୍ରିଏସନ୍‌ କ୍ଷେତ୍ରରେ ଏଆଇ ଟୁଲ୍‌ ଉପଯୋଗ ବ୍ୟାପକ ହୋଇଚାଲିଛି। ତତ୍‌ସହିତ ଏହା ସାମଗ୍ରିକ ଭାବେ କଣ୍ଟେଣ୍ଟ୍‌ କ୍ରିଏଟର୍‌ ଅର୍ଥନୀତି ନିମନ୍ତେ ଉତ୍ସାହନ ରୂପେ ବି କାର୍ଯ୍ୟକରୁଛି। ଏହି ବିଷୟର ବିସ୍ତାରିତ ସର୍ବେକ୍ଷଣ କରି ପ୍ରଖ୍ୟାତ ଆମେରିକୀୟ ସଫ୍‌ଟୱେର୍‌ କମ୍ପାନି ‘ଆଡୋବି ଇନ୍‌କର୍ପୋରେଟେଡ୍‌’ ଏ ସଂକ୍ରାନ୍ତରେ ‘କ୍ରିଏଟର୍ସ ଟୁଲ୍‌କିଟ୍‌ ରିପୋର୍ଟ’ ପ୍ରକାଶ କରିଛି।

Advertisment

Health: ହସ୍ପିଟାଲରେ ରକ୍ତ ନେବାପରେ ଗୋଟିଏ ପରିବାରର ୩ ଜଣ ଏଚ୍‌ଆଇଭି ପଜିଟିଭ୍‌

ସମଗ୍ର ବିଶ୍ବରେ କ୍ରିଏଟର୍‌ମାନେ କିଭଳି ‘ଜେନେରେଟିଭ୍‌ ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍‌ସ’ ଆଦରି ନେଇଛନ୍ତି ଉପରୋକ୍ତ ରିପୋର୍ଟ ତା’ ଉପରେ ଗୁରୁତ୍ବାରୋପ କରିଛି। ଅଷ୍ଟ୍ରେଲିଆ, ଫ୍ରାନ୍‌ସ୍‌, ଜର୍ମାନୀ, ଭାରତ, ଜାପାନ, ଦକ୍ଷିଣ କୋରିଆ, ଇଂଲଣ୍ଡ୍‌ ଓ ଯୁକ୍ତରାଷ୍ଟ୍ର ଆମେରିକାର ୧୬ ହଜାରରୁ ଅଧିକ କଣ୍ଟେଣ୍ଟ୍‌ କ୍ରିଏଟର୍‌ଙ୍କ ମତାମତ ବିଶ୍ଳେଷଣକରି ‘ଆଡୋବି’ ଉକ୍ତ ରିପୋର୍ଟ ପ୍ରସ୍ତୁତ କରିଛି। କଣ୍ଟେଣ୍ଟ୍‌ କ୍ରି‌ଏଟର୍‌ମାନେ ସେମାନଙ୍କ କାର୍ଯ୍ୟଧାରାରେ କିଭଳି କ୍ରିଏଟିଭ୍‌ ଜେନେରେଟିଭ୍‌ ଏଆଇ ଓ ମୋବାଇଲ୍‌ ଟୁଲ୍‌ ଅନ୍ତର୍ଭୁକ୍ତ କରୁଛନ୍ତି ଏବଂ ଏଜେଣ୍ଟିକ୍‌ ଏଆଇ ସମେତ କ୍ରମୋନ୍ନତି କରିଚାଲିଥିବା ଏଆଇ ଠାରୁ ସେମାନେ କ’ଣ ଆଶା କରୁଛନ୍ତି, ତାହା ଜାଣିବା ଲାଗି ଉକ୍ତ ସର୍ବେକ୍ଷଣ କରାଯାଇଥିଲା ବୋଲି ‘ଆଡୋବି’ କହିଛି।

ଜେନେରେଟିଭ୍‌ ଏଆଇ ବ୍ୟବହାର ସେମାନଙ୍କ ବ୍ୟବସାୟ ଅଭିବୃଦ୍ଧି ଓ ଫଲୋଅର୍ସ ଭିତ୍ତି ବୃଦ୍ଧିକୁ ଦ୍ରୁତତର କରିଛି ବୋଲି ୯୫ ପ୍ରତିଶତ ଭାରତୀୟ କଣ୍ଟେଣ୍ଟ କ୍ରିଏଟର୍‌ ମତବ୍ୟକ୍ତ କରିଛନ୍ତି।

ଭାରତୀୟ କଣ୍ଟେଣ୍ଟ୍‌ କ୍ରିଏଟର୍‌ମାନେ ଏଆଇ ପ୍ରତି ସକାରାତ୍ମକ ଦୃଷ୍ଟିଭଙ୍ଗୀ ପୋଷଣ କରୁଥିବା କଥା ମଧ୍ୟ ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହି ସର୍ବେକ୍ଷଣରେ ଅନ୍ତର୍ଭୁକ୍ତ ହୋଇଥିବା ବହୁସଂଖ୍ୟକ ଭାରତୀୟ କଣ୍ଟେଣ୍ଟ୍‌ କ୍ରିଏଟର୍‌ ସ୍ବୀକାର କରିଥିଲେ ଯେ ନିଜ ନିଜ ଦକ୍ଷତା ବୃଦ୍ଧି, କାର୍ଯ୍ୟ ପରିସର ସମ୍ପ୍ରସାରଣ ଓ ସର୍ଜନାତ୍ମକ ଅଭିବ୍ୟକ୍ତି ନିମନ୍ତେ ଅାହୁରି ନୂଆ ନୂଆ ଉପାୟ କରିବାକୁ ସେମାନେ ଏଆଇ ଉପଯୋଗ କରୁଛନ୍ତି। କ୍ରିଏଟର୍‌ ଅର୍ଥନୀତି ଉପରେ ଏଆଇ ସକାରାତ୍ମକ ପ୍ରଭାବ ପକାଉଥିବା କଥା ସର୍ବେକ୍ଷଣରେ ସାମିଲ ହୋଇଥିବା ୯୦% ଭାରତୀୟ କ୍ରିଏଟର୍‌ ମନେ କରନ୍ତି। ଏହା ସେମାନଙ୍କ ବ୍ୟବସାୟ ଅଭିବୃଦ୍ଧି ଓ ଫଲୋଅର୍ସ ଭିତ୍ତି ବୃଦ୍ଧିକୁ ଦ୍ରୁତତର କରିଛି ବୋଲି ପୁନଶ୍ଚ ୯୫% ଭାରତୀୟ କ୍ରିଏଟର୍‌ ମତବ୍ୟକ୍ତ କରିଛନ୍ତି। ୮୫% ଭାରତୀୟ କ୍ରିଏଟର୍‌ କହିଛନ୍ତି ଯେ ସେମାନେ ଏମିତି କେତେକ କଣ୍ଟେଣ୍ଟ୍‌ ପ୍ରସ୍ତୁତ କରି ପାରୁଛନ୍ତି, ଯାହା ଏଆଇ ସହାୟତା ବିନା ସମ୍ଭବ ହୁଅନ୍ତା ନାହିଁ।

Cricket: ନାଗପୁର ଟି-୨୦ରେ ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କଲା ଭାରତ

କଣ୍ଟେଣ୍ଟ୍‌ କ୍ରିଏସନ୍‌ର କେଉଁ ସବୁ କାମରେ ଆଇ ବ୍ୟବହୃତ ହେଉଛି, ତାହା ମଧ୍ୟ ଏହି ରିପୋର୍ଟରେ ପ୍ରକାଶ ପାଇଛି। ଏଡିଟିଙ୍ଗ୍‌, ଭିଡିଓ ରି‌େଜାଲ୍ୟୁସନ୍‌ ବୃଦ୍ଧି ଓ ଉନ୍ନତୀକରଣ କାର୍ଯ୍ୟ ମୁଖ୍ୟତଃ ଏଆଇ ଦ୍ବାରା ସମ୍ପାଦିତ ହେଉଛି। ତା’ଛଡ଼ା ଚିତ୍ର ଓ ଭିଡିଓ ପ୍ରସ୍ତୁତି କାର୍ଯ୍ୟ‌ ମଧ୍ୟ ଏଆଇ ବଳରେ କରାଯାଉଛି। କଣ୍ଟେଣ୍ଟ୍‌ ପରିକଳ୍ପନା ଓ ସେଥିରେ ଥିବା ଅସୁବିଧା ସମାଧାନ ‌େକ୍ଷତ୍ରରେ ବି ସହଯୋଗ କରୁଛି ଏଆଇ।

ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା କେତେକ କ୍ରିଏଟର୍‌ ଏଆଇ ଉପଯୋଗ ସଂକ୍ରାନ୍ତରେ ଦୁଶ୍ଚିନ୍ତା ବି ବ୍ୟକ୍ତ କରିଛନ୍ତି। ଏଆଇକୁ ତାଲିମ ଦେବା ନିମନ୍ତେ ବିନା ଅନୁମତିରେ ସେମାନଙ୍କ କଣ୍ଟେଣ୍ଟ୍‌ ବ୍ୟବହାର କରାଯାଉଛି ବୋଲି ୭୮% କ୍ରିଏଟର୍‌ ‘ଆଡୋବି’କୁ କହିଛନ୍ତି। ଏହା ବ୍ୟତିରେକେ, ମୂଲ୍ୟଗତ ବାଧକ, ନିମ୍ନ ଧରଣର ଆଉଟ୍‌ପୁଟ୍‌ ଓ ଏଆଇ ମଡେଲ୍‌କୁ କିଭଳି ତାଲିମ ଦିଆଯାଇଛି ସେ ସଂକ୍ରାନ୍ତ ଅନିଶ୍ଚିତତା ଉପରେ ବି କେତେକ କ୍ରିଏଟର୍‌ ସନ୍ଦିହାନ ଅଛନ୍ତି।