Bihar EXIT Poll: ବିହାରୀଙ୍କୁ ପସନ୍ଦ ଆସିଲା ମୋଦୀ- ନୀତିଶ ଯୋଡି, ଫେଲ ମାରିଲେ କି ତେଜସ୍ୱୀ-ରାହୁଲ!

ବିହାର ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ ପ୍ରକାଶ ପାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ବିହାରରେ NDAକୁ ୧୪୭-୧୬୭ ଆସନ ଏବଂ ମହାଗଠବନ୍ଧନକୁ ୭୦-୯୦ ଆସନ ଦିଆଯାଇଛି।

bihar exit poll

bihar exit poll Photograph: (sambad.in)

ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ବିଭିନ୍ନ ସଂସ୍ଥା ପକ୍ଷରୁ ଏକଜିଟ୍ ପୋଲ ପ୍ରକାଶ ପାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ବିହାରରେ NDAକୁ ୧୪୭-୧୬୭ ଆସନ ଏବଂ ମହାଗଠବନ୍ଧନକୁ ୭୦-୯୦ ଆସନ ଦିଆଯାଇଛି। MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏକୁ ୪୮ ପ୍ରତିଶତ, ମହାଗଠବନ୍ଧନକୁ ୩୭ ପ୍ରତିଶତ ଏବଂ ଅନ୍ୟାନ୍ୟକୁ ୧୫ ପ୍ରତିଶତ ଭୋଟ ଦିଆଯାଇଛି।

ବଡ କଥା ଯେ MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ ଏନଡିଏକୁ ଯେଉଁ ୧୪୭ରୁ ୧୬୭ ଆସନର ଆକଳନ କରାଯାଇଛି ସେଥିରୁ ବିଜେପି ୬୫ରୁ ୭୩, ଜେଡିୟୁ ୬୭ରୁ ୭୫, ଲୋକଜନଶକ୍ତି ପାର୍ଟି(ରାମବିଳାସ) ୭ରୁ ୯, ହମ ୪ରୁ ୫ ଓ ଆରଏଲଏମ ୧ ରୁ ୨ଟି ଆସନ ପାଇପାରନ୍ତି | ସେହିପରି MATRIZE-IANS ଏକଜିଟ୍ ପୋଲ ଅନୁଯାୟୀ ମହାଗଠବନ୍ଧନକୁ ଆକଳନ ଅନୁସାରେ ମିଳିଥିବା ୭୦ ରୁ ୯୦ ଆସନ ମଧ୍ୟରୁ ଆରଜେଡିକୁ ୫୩ ରୁ ୫୮, କଂଗ୍ରେସକୁ ୧୦ରୁ ୧୨, ବାମଦଳକୁ ୯ ରୁ ୧୪, ଭିଆଇପିକୁ ୧ରୁ ୧୪ଟି ଆସନ ମିଳିବାର ଆକଳନ କରାଯାଇଛି | 

ଆହୁରି ପଢନ୍ତୁ: Bihar Exit Poll: ବିହାରରେ ପୁଣି ଏନଡିଏ ସରକାର! ସାମ୍ନାକୁ ଆସିଲା ବୁଥ ବାହୁଡା ମତ

ସେହିପରି CHANAKAYA STRATEGIES ଅନୁଯାୟୀ, ଏନଡିଏ ୧୩୦-୧୩୮ ଆସନ, ମହାଗଠବନ୍ଧନକୁ ୧୦୦-୧୦୮ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି। CHANAKAYA STRATEGIES ଅନୁଯାୟୀ ଏନଡିଏକୁ ଯେଉଁ ୧୩୦ରୁ ୧୩୮ ଆସନ ମିଳିବାର ଆକଳନ କରାଯାଇଛି ସେଥିରୁ ବିଜେପି ୭୦ରୁ ୭୫, ଜେଡିୟୁ ୫୨ରୁ ୫୭, ଲୋକଜନଶକ୍ତି ପାର୍ଟି(ରାମବିଳାସ) ୧୪ରୁ ୧୯, ହମ ୦ରୁ ୨ ଓ ଆରଏଲଏମ ୨ ରୁ ୩ଟି ଆସନ ପାଇପାରନ୍ତି | ସେହିପରି ମହାଗଠବନ୍ଧନକୁ ଆକଳନ ଅନୁସାରେ ମିଳିଥିବା ୧୦୦ ରୁ ୧୦୮ ଆସନ ମଧ୍ୟରୁ ଆରଜେଡିକୁ ୭୫ ରୁ ୮୦, କଂଗ୍ରେସକୁ ୧୭ରୁ ୨୩, ବାମଦଳକୁ ୧୦ ରୁ ୧୬, ଭିଆଇପିକୁ ୭ରୁ ୯ଟି ଆସନ ମିଳିବାର ଆକଳନ କରାଯାଇଛି | 

ଆହୁରି ପଢନ୍ତୁ: Amonium Nitrate: ଛନଛନ ଫସଲ ଯିଏ ଦିଏ, ସିଏ ବି ବିସ୍ଫୋରଣ କରିପାରେ

POLSTRAT ଦ୍ୱାରା ପ୍ରକାଶିତ ଏକଜିଟ୍ ପୋଲ ଅନୁଯାୟୀ, ଏନଡିଏ ୧୩୩-୧୪୮ ଆସନ, ମହାଗଠବନ୍ଧନକୁ ୮୭-୧୦୨ ଏବଂ ଅନ୍ୟାନ୍ୟଙ୍କୁ ୩-୫ ଆସନ ମିଳିବ ବୋଲି ଆକଳନ କରାଯାଇଛି। ବିହାର ନିର୍ବାଚନ ପାଇଁ TIF ରିସର୍ଚ୍ଚର ଏକଜିଟ୍ ପୋଲ ମଧ୍ୟ ପ୍ରକାଶ ପାଇଛି। ଏହି ଏକଜିଟ୍ ପୋଲ NDAକୁ ୧୪୫-୧୬୩ ଆସନ, ମହାଗଠବନ୍ଧନକୁ ୭୬-୯୫ ଆସନ ଏବଂ ଅନ୍ୟାନ୍ୟଙ୍କୁ ୩-୬ ଆସନ ଜିତିବେ ବୋଲି ଆକଳନ କରିଛି। ବିହାରରେ, PRAJA POLL ANALYTICS ଏକଜିଟ୍ ପୋଲ ଏନଡିଏକୁ ୧୮୬ ଆସନ, ମହାଗଠବନ୍ଧନକୁ ୫୦ ଆସନ ଏବଂ ଅନ୍ୟାନ୍ୟଙ୍କୁ ୭ ଆସନ ଜିତିବାକୁ ଆକଳନ କରିଛି। ବିହାରରେ, POLL DIARY ଏକଜିଟ୍ ପୋଲ NDAକୁ ୧୮୪-୨୦୯ ଆସନ, ମହାଗଠବନ୍ଧନକୁ ୩୨-୪୯ ଆସନ ଏବଂ ଅନ୍ୟାନ୍ୟଙ୍କୁ ୧-୫ ଆସନ ଜିତିବାକୁ ଆକଳନ କରିଛି। ଉଲ୍ଲେଖ ଥାଉ କି ବିହାରରେ ୨୪୩ ବିଧାନସଭା ଆସନ ଥିବାବେଳେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe