ଭୁବନେଶ୍ବର (ଇମିସ): ଆସନ୍ତାକାଲିଠାରୁ ଭୁବନେଶ୍ବରରେ ଦୁଇଦିନିଆ ବ୍ଲାକ୍ ସ୍ବାନ୍ ସମିଟ୍ ଇଣ୍ଡିଆ ୨୦୨୬ ଆରମ୍ଭ ହେବ। ଭାରତନେତ୍ର ଅଧୀନରେ ଓ ସିଙ୍ଗାପୁରର ଗ୍ଲୋବାଲ୍ ଫାଇନାନ୍ସ ଆଣ୍ଡ୍ ଟେକ୍ନୋଲୋଜି ନେଟ୍ୱର୍କ (ଜିଏଫ୍ଟିଏନ୍) ସହଯୋଗରେ ରାଜ୍ୟ ସରକାର ଏହି ସମ୍ମିଳନୀ ଆୟୋଜନ କରୁଛନ୍ତି। ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅତିଥି ଭାବେ ଯୋଗଦେବେ। ଏହି ସମ୍ମିଳନୀରେ ୨୪ଟି ଦୋରୁ ୧୭୦୦ରୁ ଅଧିକ ପ୍ରତିନିଧି ଭାଗନେବେ।
ଆହୁରି ପଢନ୍ତୁ: Saff cup : ସାଫ୍ କପ୍: ଭୂଟାନ୍କୁ ହରାଇ ଫାଇନାଲ୍ରେ ଭାରତ
ଏସିଆ, ୟୁରୋପ, ଆଫ୍ରିକା, ଉତ୍ତର ଆମେରିକା ଓ ଦକ୍ଷିଣ ଆଫ୍ରିକାରୁ ୧୦୦ ବକ୍ତା ଯୋଗଦେବ। କାର୍ଯ୍ୟକ୍ରମରେ ଅତିଥି ଭାବେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ଯୋଗଦେଇଥିଲେ। ଏହି ଅବସରରେ ଆଇଟି ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ କହିଛନ୍ତି ଯେ ଏହି ସମ୍ମିଳନୀ ଏଆଇ ଆଧାରିତ ଫିନ୍ଟେକ୍, ଇନ୍ସିଓରଟେକ୍ ଓ ଜିସିସିର ହବ୍ ଭାବେ ଏହା ଭୁବନେଶ୍ବରକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପ୍ରତିଷ୍ଠା କରିବାରେ ସହାୟକ ହେବ।
ଆହୁରି ପଢନ୍ତୁ: Madhusudan Das: ପ୍ରଥମ ରାଜନୈତିଜ୍ଞ ପୁରୁଷ ଓ ଓଡ଼ିଆ ଅସ୍ମିତାର ଯୁଗ ପୁରୁଷ ଥିଲେ ମଧୁବାବୁ
ଓଡ଼ିଶା କେବଳ ବିଶ୍ବ ଡିଜିଟାଲ ଅର୍ଥନୀତିର ଅଂଶ ହେବାକୁ ଚାହୁନାହିଁ, ବରଂ ଅଗ୍ରଦୂତ ଭାବେ ଦିଗ ଦେଖାଇବାକୁ ଚାହୁଛି। ଏଆଇ ଓ ଡିଜିଟାଲ ଫାଇନାନ୍ସକୁ ଆମେ କାର୍ଯ୍ୟକ୍ଷମ କରିବାକୁ ଚାହୁଛୁ ବୋଲି ସେ କହିଥିଲେ। ଜିଏଫ୍ଟିଏନ୍ର ଗ୍ରୁପ୍ ସିଇଓ ସ୍ବପ୍ନେନ୍ଦୁ ମହାନ୍ତି କହିଛନ୍ତି ଯେ ୧୩୦ରୁ ଅଧିକ ରାଷ୍ଟ୍ରରେ ଜିଏସ୍ଟିଏନ୍ର ନେଟ୍ୱର୍କ ରହିଛି। ଭାରତନେତ୍ର ଜରିଆରେ ଜିଏଫ୍ଟିଏନ୍ ସହ ରାଜ୍ୟ ସରକାର ସହଯୋଗିତା କରିଥିବାରୁ ସିଧାସଳଖ ନବସୃଜନକାରୀ, ନିବେଶକ ଓ ନୀତି ନିର୍ଧାରକମାନଙ୍କ ପାଖରେ ପହଞ୍ଚିପାରିବେ।
Follow Us