Bus Accident Jharkhand: ଝାଡ଼ଖଣ୍ଡରେ ବରଯାତ୍ରୀ ବସ୍ ଓଲଟି ୫ ମୃତ , ୨୫ ଆହତ

Advertisment

ଝାଡ଼ଖଣ୍ଡର ଲତେହାର ଜିଲ୍ଲାରେ ରବିବାର ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪ ମହିଳାଙ୍କ ସମତେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି

ଝାଡ଼ଖଣ୍ଡର ଲତେହାର ଜିଲ୍ଲାରେ ରବିବାର ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪ ମହିଳାଙ୍କ ସମତେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି

1e92cdee-a2c5-4363-aa9f-fb96a8c08e82

bus accident

ଲତେହାର: ଝାଡ଼ଖଣ୍ଡର ଲତେହାର ଜିଲ୍ଲାରେ ରବିବାର ବଡ଼ଧରଣର ସଡ଼କ ଦୁର୍ଘଟଣା ଘଟିଛି। ବରଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍‌ର ବ୍ରେକ୍‌ ଫେଲ୍‌ ହୋଇ ଏହା ନିୟନ୍ତ୍ରଣ ହରାଇ ଓଲଟି ପଡ଼ିବାରୁ ୪ ମହିଳାଙ୍କ ସମତେ ୫ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ୨୫ ଜଣ ଯାତ୍ରୀ ଆହତ ହୋଇଥିବାବେଳେ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ଲତେହାର ଜିଲ୍ଲାର ମହୁଆଦାନର୍‌ ପୁଲିସ ଷ୍ଟେସନ ଅନ୍ତର୍ଗତ ଓର୍ସା ବଙ୍ଗଲାଦାରା ଉପତ୍ୟାକାରେ ହୋଇଥିଲା।

ଏକ ବସ୍‌ ବରଯାତ୍ରୀଙ୍କୁ ନେଇ ଛତିଶଗଡ଼ର ବଲରାମପୁର ଜିଲ୍ଲାରୁ ମହୁଆଦାନର୍‌ଠାରେ ଅନୁଷ୍ଠିତ ହେଉଥିବା ବିବାହ ଉତ୍ସବ କାର୍ଯ୍ୟକ୍ରମକୁ ଯାଉଥିବାବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ସମ୍ପର୍କରେ ତଦନ୍ତ ଚାଲିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ‘ଏକ୍ସ’ରେ ଏକ ପୋଷ୍ଟ କରି ଆହତମାନଙ୍କୁ ଉପଯୁକ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଲତେହାର ଡେପୁଟି କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଆହୁରି ପଢନ୍ତୁ: Tejashwi Yadav: ଲାଲୁଙ୍କ ପରେ ତେଜସ୍ବୀଙ୍କ ହାତରେ ରହିବ ଦଳର କ୍ଷମତା ! ତେଜସ୍ବୀ ଯାଦବ ଆର୍‌ଜେଡି କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ନେଇ ଚର୍ଚ୍ଚା

ବସ୍‌ରେ ପାଖାପାଖି ୭୦ ଯାତ୍ରୀ ଥିବା ଡ୍ରାଇଭର ବିକାଶ ପାଠକ ସୂଚନା ଦେଇଛନ୍ତି। ପାଠକ ସୂଚନା ଦେଇଛନ୍ତି ଯେ, ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯାଇଥିଲା। ସେ ହ୍ୟାଣ୍ଡବ୍ରେକ୍‌ ମାରି ଗାଡ଼ିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବସ୍‌ ନିୟନ୍ତ୍ରଣକୁ ଆସିନଥିଲା ଓ ଏହା ଓଲଟି ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe