ନୂଆଦିଲ୍ଲୀ: ଭାରତ ସହ ଆମେରିକାର ବାଣିଜ୍ୟ ଚୁକ୍ତିକୁ ଐତିହାସିକ ନିଷ୍ପତ୍ତି ବୋଲି କୁହାଯାଉଥିବା ବେଳେ କଂଗ୍ରେସ ଏହି ବାଣିଜ୍ୟ ଚୁକ୍ତିକୁ ନେଇ ପ୍ରଶ୍ନ ଉଠାଇଛି। କଂଗ୍ରେସ କହିଛି, ବାଣିଜ୍ୟ ହେଉ କିମ୍ବା ଯୁଦ୍ଧବିରତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମ୍ପର୍କରେ ଘୋଷଣା କରୁଛନ୍ତି, ଯାହା ଦୁଃଖଦ। କଂଗ୍ରେସ ଦଳ ସୋସିଆଲ୍ ପ୍ଲାଟଫର୍ମ ଏକ୍ସରେ ଏକ ପୋଷ୍ଟ କରି ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛି।

Advertisment

ଆହୁରି ପଢନ୍ତୁ: Share Market Highlights: ସେୟାର ବଜାରରେ ଝଡ଼-ବଢ଼ିଲା ଟଙ୍କାର ବଳ

କଂଗ୍ରେସ କହିଛି, ଯୁଦ୍ଧବିରତି ପରି, ବାଣିଜ୍ୟ ଚୁକ୍ତି ମଧ୍ୟ ଟ୍ରମ୍ପଙ୍କ ଦ୍ୱାରା ଘୋଷଣା କରାଗଲା। କୁହାଯାଇଛି କି ମୋଦୀଙ୍କ ଅନୁରୋଧରେ ବାଣିଜ୍ୟ ଚୁକ୍ତି କରାଯାଉଛି। "ଟ୍ରମ୍ପ କହୁଛନ୍ତି, ଭାରତ ଆମେରିକା ଉପରେ ଶୁଳ୍କ ଏବଂ ଅଣ-ଶୁଳ୍କ ପ୍ରତିବନ୍ଧକକୁ ୦% ହ୍ରାସ କରିବ। ଏହାର ଅର୍ଥ ହେଉଛି ମୋଦୀ ସରକାର ସମଗ୍ର ଭାରତୀୟ ବଜାରକୁ ଆମେରିକା ପାଇଁ ଖୋଲି ଦେଇଛନ୍ତି। ଏହା ଭାରତୀୟ ଶିଳ୍ପକୁ ବହୁତ କ୍ଷତି ପହଞ୍ଚାଇବ। ମୋଦୀ ସରକାର ଏଠାରେ ବ୍ୟବସାୟୀ ଓ ଚାଷୀମାନଙ୍କୁ ପରିତ୍ୟାଗ କରିଛନ୍ତି।"

ଆହୁରି ପଢନ୍ତୁ: Sindhu water treaty issue: ସିନ୍ଧୁ ଜଳ ଚୁକ୍ତି: ମଧ୍ୟସ୍ଥତା କୋର୍ଟର ସମନକୁ ପ୍ରତ୍ୟାଖ୍ୟାନ କଲା ଭାରତ

କଂଗ୍ରେସ ଦଳ ପୋଷ୍ଟରେ ଆହୁରି ଲେଖାଯାଇଛି, "ଆମେରିକା ପାଇଁ କୃଷି କ୍ଷେତ୍ର ଖୋଲିବା ବିଷୟରେ ଆଲୋଚନା ହେଉଛି। ବାସ୍ତବରେ କ''ଣ ଚୁକ୍ତି ହୋଇଛି? ଆମ କୃଷକଙ୍କ ସ୍ୱାର୍ଥକୁ ଧ୍ୟାନ ଦିଆଯାଇଛି, ନା ସେମାନଙ୍କୁ ପରିତ୍ୟାଗ କରାଯାଇଛି? ଆମ କୃଷକଙ୍କ ସୁରକ୍ଷା କିପରି ସୁନିଶ୍ଚିତ ହେବ? ଏହା ମଧ୍ୟ କୁହାଯାଉଛି କି ଭାରତ ଋଷରୁ ତେଲ କିଣିବ ନାହିଁ, ବରଂ ଆମେରିକା ଓ ଭେନେଜୁଏଲାରୁ ତେଲ କିଣିବ। ବାଣିଜ୍ୟ ଚୁକ୍ତିରେ ମୋଦୀ ସରକାର ଋଷକୁ ଛାଡ଼ିବାକୁ ରାଜି ହୋଇଛନ୍ତି କି?"

କେବଳ ଏତିକି ନୁହେଁ କଂଗ୍ରେସ ତା ପୋଷ୍ଟରେ ଆହୁରି ଲେଖିଛି, "ଭାରତ ଆମେରିକାଠୁ ଅଧିକ ସାମଗ୍ରୀ କିଣିବା ନେଇ ମଧ୍ୟ ଆଲୋଚନା ହୋଇଛି। ଯଦି ଏହା ସତ, ତେବେ ''ମେକ୍ ଇନ୍ ଇଣ୍ଡିଆ''ର କ''ଣ ହେଲା? ବାଣିଜ୍ୟ ଚୁକ୍ତିରେ କ''ଣ ଆଲୋଚନା ହୋଇଥିଲା ଏବଂ କ''ଣ ନିଷ୍ପତ୍ତି ନିଆଯାଇଥିଲା ତାହା ଜାଣିବାର ଦେଶକୁ ଅଧିକାର ଅଛି। ମୋଦୀ ସରକାର ଏ ବିଷୟରେ ସମସ୍ତ ସୂଚନା ଦେଶ ଏବଂ ସଂସଦରେ ଦେବା ଉଚିତ।"