Controvercy Statement: ଦଳିତ ମହିଳାଙ୍କୁ ଦୁଷ୍କର୍ମ କରାଯିବାକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ‌; ବିଜେପିର ତୀବ୍ର ସମାଲୋଚନା

Advertisment

ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଫୁଲ ସିଂହ ବରେୟା ଦଳିତ ମହିଳାଙ୍କୁ ଦୁଷ୍କର୍ମକୁ ଧାର୍ମିକ ଶାସ୍ତ୍ର ସହିତ ଯୋଡ଼ି ମନ୍ତବ୍ୟ ଦେବାପରେ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି।

ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଫୁଲ ସିଂହ ବରେୟା ଦଳିତ ମହିଳାଙ୍କୁ ଦୁଷ୍କର୍ମକୁ ଧାର୍ମିକ ଶାସ୍ତ୍ର ସହିତ ଯୋଡ଼ି ମନ୍ତବ୍ୟ ଦେବାପରେ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି।

55fd418a-f97f-40a0-a1fc-f9c44aea8d34

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସ ବିଧାୟକ ଫୁଲ ସିଂହ ବରେୟା ଦଳିତ ମହିଳାଙ୍କୁ ଦୁଷ୍କର୍ମକୁ ଧାର୍ମିକ ଶାସ୍ତ୍ର ସହିତ ଯୋଡ଼ି ମନ୍ତବ୍ୟ ଦେବାପରେ ଏହାକୁ ନେଇ ରାଜନୈତିକ ବିବାଦ ଦେଖାଦେଇଛି। ବରେୟାଙ୍କ ମନ୍ତବ୍ୟକୁ ବିଜେପି ଏବଂ ରାଜ୍ୟର ଅନ୍ୟ ନେତାମାନେ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକଙ୍କୁ ଦଳରୁ ନିଲମ୍ବନ ଏବଂ ବହିଷ୍କାର କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଥିବା ଏକ ଭିଡିଓ କ୍ଲିପରେ ଦେଖିବାକୁ ମିଳୁଛି ଯେ, ବରେୟା କହୁଛନ୍ତି ଭାରତରେ ଅଧିକାଂଶ ଦୁଷ୍କର୍ମ ଏସ୍‌ସି, ଏସ୍‌ଟି ଓ ଓବିସି ସମୁଦାୟର ମହିଳାଙ୍କ ସହିତ ଘଟୁଛି। ଏସ୍‌ସି, ଏସ୍‌ଟି ଓ ଓବିସି ମହିଳା ଏତେ ସୁନ୍ଦର ହୋଇନଥିଲେ ମଧ୍ୟ ଏତେ ଦୁଷ୍କର୍ମ କାହିଁକି ଘଟୁଛି। ଏହାପରେ ସେ ଦୁଷ୍କର୍ମକୁ ଧର୍ମଶାସ୍ତ୍ର ସହିତ ଯୋଡ଼ିଥିଲେ। ସେ କହିଥିଲେ, ହିନ୍ଦୁ ଧର୍ମଶାସ୍ତ୍ର ଅନୁଯାୟୀ, ଯଦି କେତେକ ଜାତିର ମହିଳାଙ୍କ ସହିତ ଯଦି ସମ୍ପର୍କ ରଖାଯାଏ, ତାହାହେଲେ କାଶୀ, ପ୍ରୟାଗରାଜ ଓ ଅଯୋଧ୍ୟା ବୁଲି ଯିବା ପରି ପୁଣ୍ୟ ମିଳିଥାଏ। ତେଣୁ ଲୋକଙ୍କ ପାଖରେ ଘରେ ରହି ପୁଣ୍ୟ କରିବାର ଏକ ବିକଳ୍ପ ରହିଛି ବୋଲି ଅତି ଘୃଣ୍ୟ ମନ୍ତବ୍ୟ ରଖିଥିଲେ।

ଆହୁରି ପଢନ୍ତୁ: Hockey India League: କଳିଙ୍ଗ ଷ୍ଟାଡିୟମ୍‌ରେ ହକିପ୍ରେମୀଙ୍କୁ ମତୁଆଲା କଲା ହକି ଇଣ୍ଡିଆ ଲିଗ୍‌

ସେ ଶିଶୁମାନଙ୍କୁ ନେଇ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ବରେୟାଙ୍କୁ ସମାଲୋଚନା କରି ସେ ସମାଜରେ ବିଷ ଉଗାଳୁଥିବା କହିଛନ୍ତି। ବିଜେପି ସାଂସଦ ସମ୍ବିତ ପାତ୍ର ବରେୟାଙ୍କୁ ସମାଲୋଚନା କରି କହିଛନ୍ତି, ବରେୟା ବିଧାୟକ ଅଛନ୍ତି ଓ ଏକ ସମ୍ମାନିତ ପଦରେ ଅଛନ୍ତି।

ଆହୁରି ପଢନ୍ତୁ: Chess: ଖେଳାଳିରୁ ପ୍ରଶାସକ, ଚେସ୍‌ ଚେହେରା ପାଲଟିଥିବା ରଂଜନଙ୍କୁ ଡାକ ଟିକେଟ୍‌ରେ ମିଳିଲା ସ୍ଥାନ

 ସେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କ ନିକଟ ଲୋକ ଭାବେ ଜଣାଶୁଣା। ସେ ଏପରି ନିନ୍ଦନୀୟ ମନ୍ତବ୍ୟ ରଖୁଥିବାବେଳେ ସେହିଠାରେ ଦିଗବିଜୟ ସିଂହ ମଧ୍ୟ ଉପସ୍ଥିତ ଥିଲେ। କିନ୍ତୁ କେହି ତାଙ୍କୁ ଏପରି ମନ୍ତବ୍ୟ ରଖିବାରୁ ବିରତ କରିନଥିଲେ। ସେ ନା କେବଳ ସନାତନ ଧର୍ମର ଅପମାନ କରିଥିଲେ, ମାନବତାର ମଧ୍ୟ ଅପମାନ କରିଥିଲେ ବୋଲି ସମ୍ବିତ ପାତ୍ର କହିଛନ୍ତି। ପାତ୍ର କହିଛନ୍ତି, ବରେୟାଙ୍କ ମନ୍ତବ୍ୟ ବାବା ସାହେବ ଆମ୍ବେଦକରଙ୍କ ପ୍ରତି ଆଘାତ ପରି ହୋଇଛି। ମୋତେ ଆଶା ରହିଛି କି ସନ୍ଧ୍ୟା ସୁଦ୍ଧା ପ୍ରିୟଙ୍କା ଗାନ୍ଧୀ ଏହା ଉପରେ କିଛି କହିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe