Debi Rath Died: ଡିଜେ ସାଉଣ୍ଡ କେମିତି ଆଣିଲା ମୃତ୍ୟୁ? ଦେବୀ 'ମାମା'ଙ୍କ ମୃତ୍ୟୁକୁ ନେଇ କଣ କୁହନ୍ତି ଡାକ୍ତର

କିଛି ଅମାନିଆଙ୍କ ଡିଜେ ଉତ୍ପାତ ଏବେ ଦେବୀଙ୍କ ଜୀବନ ନେଇଯାଉଛି | ଦେବୀଙ୍କ ମୃତ୍ୟୁ ପରେ ଏବେ ପୁଣି ଥରେ ଡିଜେ ସାଉଣ୍ଡ କେତେ ଡେଂଜର ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି |

Devi Rath Died for DJ

Devi Rath Died for DJ Photograph: (source: sambad.in)

ପାରାଦୀପ: ଯାତ୍ରା କଳାକାରଙ୍କ ପାଇଁ ସେ ଥିଲେ ମାମୁଁ | ହିରୋଙ୍କ ପାଖରୁ ଆରମ୍ଭ କରି ଭିଲିଆନ ସମସ୍ତେ ତାଙ୍କୁ ଦେବୀ ନନା କମ ବରଂ ମାମା କହି ସମ୍ବୋଧନ କରୁଥିଲେ | ହଁ, କଣ ପାଇଁ ବା ମାମୁଁ ଡାକିବେନି | ଯାତ୍ରାର ଏକ ମଜଭୁତ ମୂଳଦୁଆ ପକାଇଥିବା ତାରପୁର ଅପେରାର ପ୍ରଯୋଜିକା ମନୋରମା ଦାଶଙ୍କର ସେ ଭାଇ ଥିଲେ, ଯେହେତୁ କଳାକାରମାନେ ମନୋରମାଙ୍କୁ ମା ଡାକୁଥିଲେ ଓ ତେଣୁ ଦେବୀ ରଥଙ୍କୁ ମାମୁଁ ଡାକୁଥିଲେ  | ହେଲେ ଯାତ୍ରା ଟାଇଗର ଆଉ ନାହାନ୍ତି | କିଛି ଅମାନିଆଙ୍କ ଡିଜେ ଉତ୍ପାତ ଏବେ ଦେବୀଙ୍କ ଜୀବନ ନେଇଯାଉଛି | ଦେବୀଙ୍କ ମୃତ୍ୟୁ ପରେ ଏବେ ପୁଣି ଥରେ ଡିଜେ ସାଉଣ୍ଡ କେତେ ଡେଂଜର ତାହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି |

ଡିଜେ ଯୋଗୁଁ କେମିତି ହେଲା ମୃତ୍ୟୁ?
ବିଳମ୍ବିତ ରାତ୍ରିରେ ବାଜିଲା ହାଇ ସାଉଣ୍ଡ | ଆଉ ଦେହ ଅସୁସ୍ଥ ଥିବା ବେଳେନିଜ ପୈତୃକ ବାସଭବନରେ ଥିଲେ ଦେବୀ ରଥ | ଗତକାଲି ଗ୍ରାମରେ ବୋଇତ ବନ୍ଦାଣ ଉତ୍ସବ ଜାଲିଆ ଭଷା କାର୍ଯ୍ୟକ୍ରମରେ ଗ୍ରାମରେ ପ୍ରାୟ ପାଞ୍ଚଟି ଉଚ୍ଚ କ୍ଷମତା ସମ୍ପନ୍ନ ବକ୍ସ ସଂଯୋଗ ଡିଜେ ଗାଡି ଆସି ଦେବୀ ରଥଙ୍କ ଘର ଆଗରେ ପ୍ରାୟ ଦୁଇ ଘଣ୍ଟା ଧରି ବିକଟାଳ ଶବ୍ଦ କରିଥିବା ବେଳେ ସେହି ସମୟରେ ଦେବୀ ରଥଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି | 

ଆହୁରି ପଢ଼ନ୍ତୁ:Jatra Actor Debi Ratha No More: ଚାଲିଗଲେ ଯାତ୍ରା ମଞ୍ଚର 'ବାପା': ଡିଜେ ସାଉଣ୍ଡ ନେଇଗଲା ଜୀବନ

ଦେବୀ ରଥଙ୍କୁ ଜାଣନ୍ତୁ
ଯାତ୍ରା ଟାଇଗର ଭାବେ ଜଣାଶୁଣା ଦେବୀ ରଥ ଦୀର୍ଘ ୫୦ ବର୍ଷ ଯାତ୍ରା ଜଗତରେ ଅଭିନୟ କରି ସେ ଖ୍ୟାତି ଅର୍ଜନ କରିଥିବା ବେଳେ ତାଙ୍କ ଅଭିନୀତ ଜେଲ ଟାଇଗର, ସେଇଦିନୁ ଜଗା ଦାଶ ଗାଁକୁ ଫେରିନି, ଛତା ଚିହ୍ନରେ ଭୋଟ ଦିଅ, ପଣତ କାନି ବାଟ ଛାଡ ଷଣ୍ଢ ଆସୁଛି ଆଦି ନାଟକ ତାଙ୍କୁ ଦେଇଥିଲା ସ୍ଵତନ୍ତ୍ର ପରିଚୟ | 'ତ୍ରିନାଥ ମେଳା' ନାମକ ଫିଲ୍ମରେ ମଧ୍ୟ ସେ ଅଭିନୟ କରିଥିଲେ | ଦେବୀ ରଥ କେବଳ ଜଣେ ଅଭିନେତା ନଥିଲେ ବରଂ ନିର୍ଦ୍ଦେଶନା ମଧ୍ୟ ଦେଉଥିଲେ | ଜଣେ ଉଚ୍ଚକୋଟୀର ଅଭିନେତା ଭାବେ ତାଙ୍କର ସୁନାମ ଥିବାବେଳେ ହିରୋ, ଭିଲିଆନ ସହ ବାପା ଭୂମିକାରେ ତାଙ୍କ ଅଭିନୟ ସମସ୍ତଙ୍କୁ ଯାତ୍ରା ପେଣ୍ଡାଲକୁ ଟାଣିନେଉଥିଲା |

ଆହୁରି ପଢ଼ନ୍ତୁ: Danny Denzongpa Factory in Odisha: ବଲିଉଡର ଏହି ଭିଲିଆନଙ୍କର ଓଡ଼ିଶାରେ ବି ଅଛି ମଦ ଫ୍ୟାକ୍ଟ୍ରି

ଦେବୀ ମାମାଙ୍କ ମୃତ୍ୟୁକୁ ନେଇ କଣ କୁହନ୍ତି ଡାକ୍ତର
ଡିଜେ ଶବ୍ଦରେ ମୃତ୍ୟୁକୁ ନେଇ ଏମର୍ଜେନ୍ସି ବିଶେଷଜ୍ଞ ଡ଼. ମୋନାଲିସା ସାହୁଙ୍କ କହିବା କଥା ଯେ ଅଧିକ ଶବ୍ଦ ଯୋଗୁଁ ଷ୍ଟ୍ରେସ ରେସପନ୍ସ( ଚାପ ପ୍ରତିକ୍ରିୟା) ବଢିଯାଏ | ଯାହାଦ୍ୱାରା ହାର୍ଟରେଟ ଅଧିକ ହେବା ସହ ବ୍ଲଡ଼ପ୍ରେସର ବି ବଢିଯାଏ | ଯଦି କାହାର ପୂର୍ବରୁ ହୃତପିଣ୍ଡରେ ସମସ୍ୟା ଥିବ ତେବେ ଏହା ଦ୍ୱାରା ସ୍ପନ୍ଦନ ହଠାତ ବଢ଼ିଯିବ ବା ଅନିୟମିତ ହ୍ରୁଦସ୍ପନ୍ଦନ  ଦ୍ୱାରା ରକ୍ତ ସଂଚାଳନ କମିଯାଏ କିମ୍ବା ବନ୍ଦ ହୋଇଯାଏ ଓ ହାର୍ଟଆଟାକ ହେବା ଯୋଗୁଁ ଜଣଙ୍କର ଜୀବନ ଚାଲିଯାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe