ଅଯୋଧ୍ୟା: ପାଖାପାଖି ୨୬ ଲକ୍ଷ ଦୀପରେ ଆଜି ଝଲସି ଉଠିଛି ଅଯୋଧ୍ୟା ସହର | ଅଯୋଧ୍ୟାରେ ଆୟୋଜିତ ଦୀପୋତ୍ସବ ୨୦୨୫ରେ ଅଂଶଗ୍ରହଣ କରିବା ପାଇଁ ସରଯୁ ନଦୀ କୂଳରେ ବହୁ ସଂଖ୍ୟକ ଲୋକ ଏକତ୍ରିତ ହୋଇଥିଲେ। ଦୀପୋତ୍ସବ ସମୟରେ ଉତ୍ତର ପ୍ରଦେଶ ସରକାର ଦୁଇଟି ନୂତନ ଗିନିଜ୍ ବିଶ୍ୱ ରେକର୍ଡ ପାଇଥିବାବେଳେ ଗିନିଜ୍ ବିଶ୍ୱ ରେକର୍ଡ ବିଚାରକ ରିଚାର୍ଡ ଷ୍ଟେନିଂ କହିଛନ୍ତି, "ଆଜି ଆମେ ଏକ ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ଦେଖିଲୁ। ୨୬୧୭୨୧୫ଟି ତେଲ ଦୀପ - ଏହା ଆନୁଷ୍ଠାନିକ ଭାବରେ ଏକ ଗିନିଜ୍ ବିଶ୍ୱ ରେକର୍ଡ। ପ୍ରତିବର୍ଷ, ଏହି ସଂଖ୍ୟା ବୃଦ୍ଧି ପାଉଛି।
ଆହୁରି ପଢନ୍ତୁ: Akhilesh on Diya: ଦୀପ ଜଳିବାରେ ଅଯଥା ଟଙ୍କା ଖର୍ଚ୍ଚ କରନାହିଁ: ଅଖିଳେଶ
ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, "...ଏଠାକୁ ଆସିବା ପୂର୍ବରୁ, ମୋତେ ଶ୍ରୀ ରାମ ଜନ୍ମଭୂମିରେ ରାମ ଲଲ୍ଲାଙ୍କ ସମ୍ମୁଖରେ ପ୍ରଥମ ଦୀପ ଜାଳିବାର ସୌଭାଗ୍ୟ ମିଳିଥିଲା। ସେମାନେ (ବିରୋଧୀ) ରାମଙ୍କୁ ବିଶ୍ୱାସ କରୁନଥିଲେ। ସେମାନେ ରାମ ଭକ୍ତଙ୍କ ଉପରେ ଗୁଳି ଚଳାଇଥିଲେ। ସେମାନେ ଅଯୋଧ୍ୟାକୁ ରକ୍ତରେ ଭିଜାଇ ଦେଇଥିଲେ।
ଆହୁରି ପଢନ୍ତୁ: Diwali Crackers: ଦୀପାବଳିରେ ଅଦା-ରସୁଣ, ସିଗାରେଟ୍ ବାଣର ଚାହିଦା ଅଧିକ
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, "ଦୀପୋତ୍ସବ ୨୦୨୫ ପାଇଁ ମୁଁ ରାଜ୍ୟବାସୀଙ୍କୁ ମୋର ହୃଦୟର ସହିତ ଶୁଭେଚ୍ଛା ଜଣାଉଛି। ଏହି ଦୀପୋତ୍ସବ କାର୍ଯ୍ୟକ୍ରମ ମାଧ୍ୟମରେ, ଆମେ ଉତ୍ତର ପ୍ରଦେଶ ପାଇଁ ଏକ ପରିଚୟ ସୃଷ୍ଟି କରିବାକୁ ଚେଷ୍ଟା କରିଛୁ। ଉତ୍ତର ପ୍ରଦେଶରେ ଡବଲ-ଇଞ୍ଜିନ ସରକାର ଗଠନ ହେବା ପରଠାରୁ, ଆମେ ନିରନ୍ତର ପ୍ରୟାସ କରିଛୁ ଯେ ଉତ୍ତର ପ୍ରଦେଶର ନାଗରିକଙ୍କ ପରିଚୟ ସହ ଯେମିତି କୌଣସି ବୁଝାମଣା ନ ହେଉ | କେହି ବି ଯେମିତି ଆସ୍ଥା ବିଶ୍ୱାସ ସହ ନ ଖେଳନ୍ତୁ |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/10/19/ayodhya-deposchav-2025-10-19-21-17-07.jpg)