Dharmendra Pradhan and Sambalpur Collector: ଆମ ଜିଲ୍ଲାପାଳ ଆଖୁଚାଷୀଙ୍କ ପୁଅ, କାହାକୁ ଏମିତି କହିଲେ ଧର୍ମେନ୍ଦ୍ର

ଧର୍ମେନ୍ଦ୍ରଙ୍କ କହିବା କଥା ଯେ ସମ୍ବଲପୁର ଜିଲ୍ଲାପାଳ ହେଉଛନ୍ତି ଜଣେ ଆଖୁଚାଷୀଙ୍କ ପୁଅ | ଆଖୁଚାଷରୁ ଉପାର୍ଜନ ହେଉଥିବା ଟଙ୍କା ସହ ସିଦ୍ଧେଶ୍ୱରଙ୍କ କଠିନ ପରିଶ୍ରମ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି |

for content and youtube thumnail

Sambalpur Collector and Dharmendra Pradhan Photograph: (sambad.in)

ସମ୍ବଲପୁର: ଜିଲ୍ଲାପାଳ ଆମର ଆଖୁଚାଷୀଙ୍କ ପୁଅ, କଲେକ୍ଟରଙ୍କୁ ନେଇ କେନ୍ଦ୍ରମନ୍ତ୍ରୀ କହିଲେ ରୋଚକ କଥା | କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମୁହଁରେ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବୋନ୍ଧାରଙ୍କ କାହାଣୀ | କେମିତି ସଂଘର୍ଷ କରି କ୍ୟାରିୟର ଗଢ଼ିଥିଲେ ମହାରାଷ୍ଟ୍ରର ଏହି ପୁଅ | ଚାଷୀଘରର ପୁଅ କେମିତି ହୋଇଛନ୍ତି ଆଇଏଏସ-ଆଇପିଏସ... ସଙ୍ଘର୍ଷ ଓ ସଫଳତାର କାହାଣୀ କହିଲେ କେନ୍ଦ୍ରମନ୍ତ୍ରୀ | ଧର୍ମେନ୍ଦ୍ରଙ୍କ କହିବା କଥା ଯେ ସମ୍ବଲପୁର ଜିଲ୍ଲାପାଳ ହେଉଛନ୍ତି ଜଣେ ଆଖୁଚାଷୀଙ୍କ ପୁଅ | ଆଖୁଚାଷରୁ ଉପାର୍ଜନ ହେଉଥିବା ଟଙ୍କା ସହ ସିଦ୍ଧେଶ୍ୱରଙ୍କ କଠିନ ପରିଶ୍ରମ ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି |

ଆୟୁର୍ବେଦିକ ଡାକ୍ତରରୁ ଜିଲ୍ଲାପାଳ, ସଂଘର୍ଷ ହିଁ ଦିଏ ସଫଳତା, ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି ସିଦ୍ଧେଶ୍ଵର | ଓଡ଼ିଶା କ୍ୟାଡର ପାଇଥିବା ସିଦ୍ଧେଶ୍ୱର ବୋନ୍ଧାର ଏବେ ସମ୍ୱଲପୁର ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିବାବେଳେ ସେ ଜଣେ ଆୟୁର୍ବେଦ ଡାକ୍ତର | ମହାରାଷ୍ଟ୍ରର ଉସମାନବାଦ ଭଳି ଏକ ଛୋଟ ଗାଁର ଏକ ଚାଷୀ ପରିବାରରୁ ଆସିଥିବା ସିଦ୍ଧେଶ୍ୱର ୨୦୧୬ ବ୍ୟାଚର ଜଣେ ଆଇଏଏସ ଅଫିସର |

 

ଗାଁ ବଢିଲେ ଦେଶ ବଢିବ ଏହି ମନ୍ତ୍ରକୁ ନେଇ ଆଗକୁ ବଢୁଥିବା ସିଦ୍ଧେଶ୍ୱର ବି ଯୁବକମାନେ କିଭଳି ସଫଳତା ପାଇପାରିବେ ସେଦିଗରେ ସବୁବେଳେ ଚେଷ୍ଟିତ | ଆଇଏଏସ ହେବାର ସ୍ବପ୍ନ ଦେଖୁଥିବା ଯୁବପିଢ଼ି କେମିତି ନିଜକୁ ପ୍ରସ୍ତୁତ କରିବେ ସେଥିପାଇଁ ଅନେକ ସମୟରେ ନିଜେ ଲେଖିଥିବା ନୋଟ ମଧ୍ୟ ସେୟାର କରନ୍ତି | 

ଆହୁରି ପଢ଼ନ୍ତୁ: Farmers: ନବରଂଗପୁରରେ ବର୍ଷକରେ ବଢ଼ିଲେ ୮୧୦୯ଚାଷୀ, ୫୨୧୭ ଭାଗଚାଷୀ ଚିହ୍ନଟ

ସଫଳତା ଅନ୍ୟମାନେ ବି ପାଇବା କଥା, ବିକାଶର ଗାଡି ସମସ୍ତଙ୍କ ପାଖେ ପହଂଚିବା କଥା , ଏହାକୁ ନେଇ ଆଗକୁ ବଢିଚାଲିଛନ୍ତି ଏହି ଜିଲ୍ଲାପାଳ | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe