DMF Photograph: (sambad)
ରାଇରଙ୍ଗପୁର/ଗୋରୁମହିଷାଣି: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲା ହେଉଛି ଖଣି ଖାଦାନ ବିଶିଷ୍ଟ ଜିଲ୍ଲା । ତେବେ ୪ ଉପଖଣ୍ଡ ମଧ୍ୟରୁ ବାମନଘାଟି ଉପଖଣ୍ଡରେ ଗୋରୁମହିଷାଣି, ବାଦାମପାହାଡ଼ ଓ ସୁଲେଇପାଟରେ ବୃହତ ଲୁହାଖଣି ରହିଛି । ଖଣି ଖନନ ଦ୍ବାରା ପ୍ରଭାବିତ ଅଞ୍ଚଳର ପାରିପାର୍ଶ୍ଵିକ ଉନ୍ନୟନ କାର୍ଯ୍ୟର ତଦାରଖ ଓ ଯୋଜନା ଆଦି ପାଇଁ ଜିଲ୍ଲା ଖଣିଜ ଫାଉଣ୍ଡେସନ (ଡିଏମଏଫ) ବୋର୍ଡର ଟ୍ରଷ୍ଟ ରହିଛି। ତେବେ ସେଥିରେ ପାତରଅନ୍ତର କରାଯାଇ ମୟୂରଭଞ୍ଜ ଜିଲ୍ଲା ଡିଏମଏଫ ବୋର୍ଡ ଟ୍ରଷ୍ଟି କମିଟିରୁ ଖଣି ଅଞ୍ଚଳର କେତେକ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ବାଦ ଦେବା ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଛି; ଯାହାକି ପ୍ରଶାସନର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଆହୁରି ପଢନ୍ତୁ: Delhi Red Fort Blast, Odisha Link: ଦିଲ୍ଲୀ ବିସ୍ଫୋରଣରେ ଓଡ଼ିଶା ଲିଙ୍କ୍ ! ଜେରା ବେଳେ ସାମ୍ନାକୁ ଆସିଲା ସାଙ୍ଘାତିକ ତଥ୍ୟ...!
ବାଦାମପାହାଡ଼ ଓ ସୁଲେଇପାଟ ଲୁହାଖଣି ଥୂବା କୁସୁମୀ ବ୍ଲକ ଅଧ୍ୟକ୍ଷା ମାନ୍ଦେ ପୂର୍ତିଙ୍କୁ କମିଟିରେ ସ୍ଥାନ ଦିଆଯାଇଥିବା ବେଳେ ରାଇରଙ୍ଗପୁର ବ୍ଲକ ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମଙ୍କୁ ବାଦ ଦିଆଯାଇଛି। ଏନେଇ ଶ୍ରୀ ହେମ୍ବ୍ରମ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ରାଜନୈତିକ ଛ୍ଛକା ପଞ୍ଚ୍ଛାରେ ତାହା କରାଯାଇଥିବା ନେଇ ଅଭିଯୋଗ କରିଛନ୍ତି ।
ଆହୁରି ପଢନ୍ତୁ: Delhi Blast Pulwama Attack link: ଦିଲ୍ଲୀ ବିସ୍ଫୋରଣର ପୁଲୱାମା ଆତଙ୍କବାଦୀ ଆକ୍ରମଣ ଲିଙ୍କ୍:ଜୈସ୍ ଦ୍ୱିତୀୟ ଥର ପାଇଁ VBIED ବ୍ୟବହାର କରିଛି
ଜିଲ୍ଲାପାଳ ଡ଼ିଏମଏଫ ବୋର୍ଡର ସଭାପତି ରହିଥିବାବେଳେ ଏଭଳି ପାତରଅନ୍ତର ନୀତି ଅବଲମ୍ବନ କରାଯାଇଛି। ସେହିପରି ଗୋରୁମହିଷାଣୀ ଲୁହାଖଣି ଅଞ୍ଚଳର କୁଲେଇଶିଳା ସରପଞ୍ଚ ମିଲିରାଣୀ ମୁଣ୍ଡାଙ୍କୁ ମଧ୍ଯ କମିଟିରୁ ବାଦ ଦିଆଯାଇଛି। ଡ଼ିଏମଏଫ ବୋର୍ଡ ଗାଇଡ ଲାଇନ ଅନୁସାରେ ପୂର୍ବରୁ ଟ୍ରଷ୍ଟି କମିଟିରେ ଖଣି ଅଞ୍ଚଳର ଉଭୟ ବ୍ଲକର ଅଧ୍ୟକ୍ଷ ଏବଂ ସ୍ଥାନୀୟ ସରପଞ୍ଚ ସଦସ୍ୟ ଥିଲେ। ରାଜ୍ୟ ସରକାରଙ୍କ ଏଭଳି ପାତରଅନ୍ତର ନୀତି ଡ଼ିଏମଏଫ ବୋର୍ଡ ଗାଇଡଲାଇନ ଓ ନିର୍ବାଚିତ ପଞ୍ଚାୟତିରାଜ ପ୍ରତିନିଧିଙ୍କ କ୍ଷମତାକୁ ସଂକୁଚିତ କରାଯାଉଥିବା ନେଇ ଅଭିଯୋଗ ହେଉଛି। ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି "ଜୋର ଜାର ମୁଲକ୍ ତାହାର" !
Follow Us