ଭୁବନେଶ୍ୱର: ଛତୁ ଖାଇବାକୁ ସମସ୍ତେ ଭଲପାଇଥାଆନ୍ତି। ସାରା ବିଶ୍ବରେ ୪୦୦ ପ୍ରକାର ଛତୁ ଦେଖିବାକୁ ମିଳୁଥିବା ବେଳେ ସେଥିମଧ୍ୟରୁ ୨୦୦ ପ୍ରକାର ଛତୁ ବର୍ତ୍ତମାନ ଲୁପ୍ତ ଅବସ୍ଥାରେ ରହିଛି। ଛତୁ ମଧ୍ୟରେ ବାଲିଛତୁ,ବୁଢାବୁଢୀ ଛତୁ,ନାଡଛତୁ, ପାଳଛତୁ ବେଶ୍ ଆଦୃତି ଲାଭ କରିଛି। ଆଜି ଆମେ ଛତୁ ପତ୍ରପୋଡା ରେସିପି ସଂପର୍କରେ ଜାଣିବା। ଯାହା ଅଳ୍ପ ସମୟ ମଧ୍ୟରେ ଖୁବ ସହଜରେ ପ୍ରସ୍ତୁତ ହୋଇଥାଏ। ଏହି ଛତୁ ପତ୍ର ପୋଡାକୁ ଆପଣ ଉଭୟ ଭାତ କିମ୍ବା ରୁଟି ସହ ଖାଇପାରିବେ।
ଆବଶ୍ୟକ ସାମଗ୍ରୀ
ଛତୁ ପତ୍ରପୋଡା ପାଇଁ ଅଧକିଲୋ ପାଳ ଛତୁ(ଆପଣ ଯେଉଁ ଛତୁ ଚାହିଁବେ ନେଇ ପାରିବେ)ନିଅନ୍ତୁ। ଏହାପରେ କିଛି ସୋରିସକୁ ଧୋଇ ତାକୁ ବାଟି ବେସର ପ୍ରସ୍ତୁତ କରନ୍ତୁ। ପରେ ଧନିଆ ପତ୍ର,ଲଙ୍କା, ପିଆଜକୁ କାଟି ନିଅନ୍ତୁ। ଅଦା ରସୁଣକୁ ଭଲଭାବରେ ଧୋଇ ତାର ପେଷ୍ଟ ବାହାର କରି ରଖନ୍ତୁ। କଟାଯାଇଥିବା ଟମାଟୋ, ଲଙ୍କା ଗୁଣ୍ଡ, ଧନିଆ ଗୁଣ୍ଡ, ଜିରା ଗୁଣ୍ଡ, ଲୁଣ, ହଳଦୀ ଏବଂ ସୋରିଷ ତେଲ ଏହା ସହ ନିଅନ୍ତୁ।
ଆହୁରି ପଢନ୍ତୁ: Taliban : ପାକିସ୍ତାନକୁ ପାଣି ବନ୍ଦ କରିବ ଆଫଗାନିସ୍ତାନ !
କିପରି କରିବେ ପ୍ରସ୍ତୁତି?
ପ୍ରଥମେ ରଖିଥିବା ଛତୁକୁ ଭଲଭାବରେ ବାଛି ଦିଅନ୍ତୁ। ଏହାପରେ ଛତୁକୁ ହାଲକା ଗରମ ପାଣିରେ ହଳଦୀ ପକାଇ ଭିଜେଇ ଦିଅନ୍ତୁ। କିଛି ସମୟ ପରେ ଛତୁକୁ ଛାଣି ଅଲଗା ରଖନ୍ତୁ। ଆଗରୁ ବାଟିଥିବା ବେସରକୁ ଛତୁ ଉପରେ ପକାନ୍ତୁ। ପରେ ସେଥିରେ ଆଗରୁ ବାଟି ରଖିଥିବା ଅଦା ରସୁଣ ପେଷ୍ଟକୁ ପକାନ୍ତୁ। ଏହାସହ ଧନିଆପତ୍ର,କଟାଯାଇଥିବା ପିଆଜ ,କଟାହୋଇଥିବା ଟମାଟୋ, ଲଙ୍କା, ଧନିଆଗୁଣ୍ଡ, ଜିରାଗୁଣ୍ଡ, ଏବଂ ତେନ୍ତୁଣି ପାଣି ଏବଂ ସୋରିଷ ତେଲ ପକାନ୍ତୁ। ସବୁ ସାମଗ୍ରୀକୁ ଏକାଠି ଛତୁରେ ପକାଇସାରିବା ପରେ ଛତୁକୁ ଭଲଭାବରେ ଗୋଳେଇ ଦିଅନ୍ତୁ। ଏହାକୁ ୫ ରୁ ୧୦ ମିନିଟ୍ ଘୋଡାଇ ଛାଡି ଦିଅନ୍ତୁ। କଦଳୀ ପତ୍ରକୁ ଆଣି ଏଥିରେ ଛତୁକୁ ଭଲ ଭାବରେ ଗୁଡେଇ ବାନ୍ଧନ୍ତୁ, ଯେପରି ଏହା ଫିଟି ଯିବ ନାହିଁ।
ଆହୁରି ପଢନ୍ତୁ: Maoists Surrender: ମୁଖ୍ୟଧାରାରେ ଯୋଡ଼ିହେଲେ ୩୪ ନକ୍ସଲ, ମୁଣ୍ଡରେ ଥିଲା ୮୪ ଲକ୍ଷ ଟଙ୍କାର ପୁରସ୍କାର
ପରେ ଏକ ବଡ ପାତ୍ର ଆଣନ୍ତୁ ( ଏହି ପାତ୍ର ମାଟି ହେଲେ ଭଲ ସ୍ବାଦ ଆସିଥାଏ )। ଚୁଲି ବା ଗ୍ୟାସକୁ ଲଗାଇ ସେଥି୍ରେ ପତ୍ରରେ ବନ୍ଧା ଯାଇଥିବା ଛତୁ ପକାଇ କିଛି ସମୟ ପାଇଁ ଛାଡି ଦିଅନ୍ତୁ। ଆବଶ୍ୟକ ପଡିଲେ ମଝିରେ ମଝିରେ ଏହାକୁ ଲେଉଟାଇ ପାରିବେ । ପାଖାପାଖି ୧୫ ମିନିଟ୍ ଏପରି କରିବା ପରେ ପ୍ରସ୍ତୁତ ହେଇଯିବ ଆପଣଙ୍କ ଅତି ସ୍ବାଦିଷ୍ଟ ଛତୁ ପତ୍ରପୋଡା। ଏହାକୁ ଥଣ୍ଡା କରି ପତ୍ରସବୁକୁ ଖୋଲି ଭାତ କିମ୍ବା ରୁଟି ସହ ଆନନ୍ଦରେ ଖାଆନ୍ତୁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/08/04/2025-08-04t120741118z-fd75aef0-5715-43e4-8a08-d66a4506bc64-removebg-preview-2025-08-04-17-37-41.png)
/sambad/media/media_files/2025/12/17/3dcf8747-819d-458f-bbc8-071c078aabbd-2025-12-17-21-44-53.jpg)