ରାଉରକେଲା: ସୁନ୍ଦରଗଡ଼, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ଜଙ୍ଗଲ ନିଆଁ ରୋକିବାକୁ ବନବିଭାଗ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ତିନି ଜିଲ୍ଲା ଅନ୍ତର୍ଗତ ୫ ବନଖଣ୍ଡ ରାଉରକେଲା, ସୁନ୍ଦରଗଡ଼, ଦେବଗଡ଼, ବଣାଇ ଓ କେନ୍ଦୁଝରର ୩୧ ରେଞ୍ଜରେ ୫୦% ନିଆଁ ରୋକିବାକୁ ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନିଆଁ ଲିଭାଇବାକୁ ନିୟୋଜିତ ହୋଇଛନ୍ତି ୬୫୩ ସ୍ବତନ୍ତ୍ର ତାଲିମପ୍ରାପ୍ତ ସ୍କ୍ବାଡ୍। ବ୍ୟବହାର ହେଉଛି ୪୪ ଗାଡି ଓ ୮୩୨ ବିଭିନ୍ନ ପ୍ରକାର ଅଗ୍ନି ନିର୍ବାବକ ଯନ୍ତ୍ର। ଏଥିସହ ତିନି ଜିଲ୍ଲାରେ ସ୍ଥାପନ ହୋଇଛି ୩୨ଟି କଣ୍ଟ୍ରୋଲ୍ ରୁମ୍।
ଆହୁରି ପଢନ୍ତୁ: 🔴 LIVE | News Updates 17 February 2026: ଆଜିଠୁ ବିଧାନସଭା; ଆଜି ଫ୍ରାନ୍ସର ରାଷ୍ଟ୍ରପତିଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦୀ
କେବଳ ଏତିକି ନୁହେଁ ଜଙ୍ଗଲ ଲାଗୁଥିବା ନିଆଁକୁ ସଠିକ୍ ଜାଗା ଚିହ୍ନଟ କରିବାକୁ କରାଯାଇଛି ୪୪ ୱାଚ୍ ଟାୱାର ଓ ୧୪୩ଟି ମଞ୍ଚା। ଏଥିସହ ଏଆଇ କ୍ୟାମେରା ମଧ୍ୟ ଲଗାଯାଇଛି। ଏଥିର ୫୦% ଜଙ୍ଗଲ ନିଆଁକୁ ରୋକିବାକୁ ଲକ୍ଷ୍ୟ ରଖାଯାଇଥିଲାବେଳେ ୭୧୭ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଲୋକମାନଙ୍କୁ ସଚେତନ କରିବାକୁ ହୋର୍ଡିଂମାନ ଲଗାଯାଇଛି। ସେମିତି ତିନି ଜିଲ୍ଲାରେ ୩୭ ହଜାର ୧୯୩ ମହୁଆ ଗଛ ତଳେ ଲାଗୁଥିବା ନିଆଁକୁ ରୋକିବାକୁ ବନକର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ଲୋକମାନେ ଯେମିତି ନିଆଁ ନ ଲଗାଇବେ, କର୍ମଚାରୀମାନେ ସେମାନଙ୍କୁ ସଚେତନ କରାଇବେ।
ଆହୁରି ପଢନ୍ତୁ: Security arrangements: ବିଧାନସଭା ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା, ୩୫ ପ୍ଲାଟୁନ୍ ପୁଲିସ ଫୋର୍ସ, ୧୧୦ ଅଧିକାରୀଙ୍କୁ ଦାୟିତ୍ବ
ଆଜି ପାନପୋଷସ୍ଥ ଆଞ୍ଚଳିକ ବନ୍ୟ ସଂରକ୍ଷକ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟାୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଞ୍ଚଳିକ ମୁଖ୍ୟ ବନ୍ୟ ସଂରକ୍ଷକ ଶ୍ରୀ ରାମାସ୍ବାମୀ ପି. ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜିଲ୍ଲାସ୍ତରୀୟ ନୋଡାଲ ଅଧିକାରୀଭାବେ ଅତିରିକ୍ତ ବନ୍ୟ ସଂରକ୍ଷକମାନଙ୍କୁ ଦାୟିତ୍ବ ଦିଆଯାଇଛି। ସୁନ୍ଦରଗଡ଼ ବନଖଣ୍ଡରେ ୧,୨୫,୩୭୧ ହେକ୍ଟର, ବଣାଇ ବନଖଣ୍ଡରେ ୨,୦୩,୨୬୮, ରାଉରକେଲାରେ ୧,୧୨,୩୬୩, ଦେବଗଡ଼ରେ ୨,୧୯,୨୬୭, କେନ୍ଦୁଝରରେ ୨,୩୯,୬୩୪ ହେକ୍ଟର ଜଙ୍ଗଲ ରହିଛି। ଗତ ତିନି ବର୍ଷରେ (୨୦୨୩-୨୦୨୫)ରେ ୫ଟି ବନଖଣ୍ଡରେ ଜଙ୍ଗଲରେ ୫, ୧୯୦ଟି ସ୍ଥାନରେ ନିଆଁ ଲାଗିଥିବା ଚିହ୍ନଟ କରାଯାଇଥିଲା। ଚଳିତ ବର୍ଷ ୫ଟି ବନଖଣ୍ଡରେ ୨,୫୯୫ ନିଆଁ ଲାଗୁଥିବା ଜାଗା ଚିହ୍ନଟ କରାଯାଇଛି। ଏଥିରେ ମଧ୍ୟରେ ବଣାଇରେ ୫୦୫, ଦେବଗଡ଼ରେ ୬୭୮, କେନ୍ଦୁଝର ୩୬୪, ରାଉରକେଲାରେ ୨୫୭, ସୁନ୍ଦରଗଡ଼ରେ ୭୯୧ ନିଆଁ ଲାଗୁଥିବା ସ୍ଥାନ ଚିହ୍ନଟ କରାଯାଇଛି। ଏସବୁ ସ୍ଥାନରେ ଉପରେ ତାଲିମପ୍ରାପ୍ତ ସ୍କ୍ବାଡ୍ ପକ୍ଷରୁ ତୀକ୍ଷ୍ଣ ନଜର ରଖାଯାଇଛି।
Follow Us