ମସ୍କୋ : ଆମେରିକା ସହିତ ଭାରତର ବାଣିଜ୍ୟ ଚୁକ୍ତି ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ରୁଷ୍ଠାରୁ ଆଉ ତୈଳ କିଣିବନି ବୋଲି କହିଥିଲେ। ଟ୍ରମ୍ପଙ୍କ ବୟାନ ପରେ ରୁଷ୍ ସ୍ପଷ୍ଟ କରିଛି ଯେ, ଭାରତ ଯେକୌଣସି ଦେଶରୁ ତୈଳ କିଣିବାକୁ ସମ୍ପୂର୍ଣ୍ଣ ମୁକ୍ତ। ଭାରତ ଅନ୍ୟ କୌଣସି ସୂତ୍ରରୁ ତୈଳ ଆଣିବାର ପ୍ରୟାସ ନୂଆ ନୁହେଁ କି ମସ୍କୋ ବିରୋଧରେ ନୁହେଁ। ଟ୍ରମ୍ପ କହିଥିଲେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୁଷରୁ ତୈଳ କିଣିବା ବନ୍ଦ କରିବାକୁ ଏବଂ ଆମେରିକା ଏବଂ ସମ୍ଭବତଃ ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବାକୁ ରାଜି ହୋଇଛନ୍ତି।
ଆହୁରି ପଢନ୍ତୁ: 🔴 LIVE | News Updates 5 February 2026: ଆତଙ୍କବାଦୀ ଆକ୍ରମଣରେ ୨୦୦ ଲୋକଙ୍କ ମୃତ୍ୟୁ; ରୁପା ୨୪,୦୦୦ ହ୍ରାସ, ସୁନା ଦର୪,୦୦୦ ଟଙ୍କା ଶସ୍ତା
ଟ୍ରମ୍ପଙ୍କ ଦାବି ପରେ ପେସକୋଭଙ୍କ ଏହି ବୟାନ ଆସିଛି। ଏକ ସାମ୍ବାଦିକ ସମ୍ମିଳନୀରେ କ୍ରେମଲିନ୍ ପ୍ରବକ୍ତା ଡିମିତ୍ରି ପେସ୍କୋଭ କହିଛନ୍ତି, ଆମ ସହିତ ଅନ୍ୟ ସମସ୍ତ ଆନ୍ତର୍ଜାତିକ ଶକ୍ତି ବିଶେଷଜ୍ଞ ଜାଣିଛନ୍ତି ଯେ, ରୁଷ୍ କେବେବି ଭାରତ ପାଇଁ ତୈଳ ଏବଂ ପେଟ୍ରୋଲିୟମ ଉତ୍ପାଦର ଏକମାତ୍ର ଯୋଗାଣକାରୀ ନଥିଲା। ଭାରତ ପୂର୍ବରୁ ମଧ୍ୟ ତୈଳ ଏବଂ ପେଟ୍ରୋଲିୟମ ସାମଗ୍ରୀ ଅନ୍ୟ ମାଧ୍ୟମରୁ କିଣୁଥିଲା। ସେଥିପାଇଁ ଏହା ଆମ ପାଇଁ କିଛି ନୂଆ କଥା ନୁହେଁ। ପେସ୍କୋଭ କହିଥିଲେ, ରୁଷ୍ଠାରୁ ତୈଳ କ୍ରୟ ବନ୍ଦ କରିବା ସମ୍ପର୍କରେ ମସ୍କୋ ଭାରତଠାରୁ କୌଣସି ସରକାରୀ ସୂଚନା ପାଇନାହିଁ। ସେ ଦିନକ ପୂର୍ବରୁ ମଧ୍ୟ ଏହି କଥା ଦୋହରାଇଥିଲେ ଓ କହିଥିଲେ ଯେ ନୂଆଦିଲ୍ଲୀ ପକ୍ଷରୁ ଏନେଇ କୌଣସି ସଙ୍କେତ ମିଳିନାହିଁ।
ଆହୁରି ପଢନ୍ତୁ: Autorickshaw Accident: ଅଟୋ ଓଲଟି ୫ ଆହତ, ମଙ୍ଗଳପୁରରେ ଦୁର୍ଘଟଣା
ଅନ୍ୟପକ୍ଷରେ ରୁଷ୍ର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ମାରିଆ ଜଖାରୋଭା ମଧ୍ୟ ଦୁଇ ଦେଶ ମଧ୍ୟରେ ଶକ୍ତି ସହଯୋଗର ସମର୍ଥନ କରିଥିଲେ। ଜଖାରୋଭା କହିଥିଲେ, ହାଇଡ୍ରୋକାର୍ବନ ବ୍ୟାପାର ଭାରତ ଓ ରୁଷ୍ ଉଭୟଙ୍କ ପାଇଁ ଲାଭଦାୟକ। ଏକ ସାମ୍ବାଦିକ ସମ୍ମିଳନୀରେ ଜଖାରୋଭା କହିଥିଲେ କି ଭାରତ ଦ୍ବାରା ରୁଷ୍ ହାଇଡ୍ରୋକାର୍ବନ କିଣିବା ଦୁଇ ପକ୍ଷ ପାଇଁ ଲାଭଦାୟକ ହେବ। ଏହା ବିଶ୍ବ ଶକ୍ତି ବଜାରରେ ସ୍ଥିରତା ବଜାୟ ରଖିବାରେ ସାହାଯ୍ୟ କରିବ। ଆମେ ଆମର ଭାରତୀୟ ଅଂଶୀଦାରମାନଙ୍କ ସହିତ ଘନିଷ୍ଠ ସହଯୋଗ ଜାରି ରଖିବାକୁ ପ୍ରସ୍ତୁତ।
ଆହୁରି ପଢନ୍ତୁ: RGH : ରାଉରକେଲା ସରକାରୀ ଡାକ୍ତରଖାନା:ହଟିଲେ ତିନି ସଂସ୍ଥା, କାମ କଲେ ଦୁଇ:୧୫ କର୍ମଚାରୀଙ୍କୁ ମିଳିଲାନି କାମ
ରୁଷ୍ର ଶକ୍ତି ବିଶ୍ଳେଷକମାନେ କହିଛନ୍ତି ଯେ, ଭାରତୀୟ ବିଶୋଧନାଗାରଗୁଡ଼ିକ ପାଇଁ ରୁଷ୍ର ଅଶୋଧିତ ତୈଳର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବା ସହଜ ହେବନାହିଁ। ରୁଷ୍ର ଜାତୀୟ ଶକ୍ତି ସୁରକ୍ଷା ପାଣ୍ଠିର ଇଗୋର ୟୁଶକୋଭ କହିଛନ୍ତି ଯେ ଆମେରିକା ମୁଖ୍ୟତଃ ହାଲୁକା ଗ୍ରେଡ୍ର ତୈଳ ରପ୍ତାନୀ କରିଥାଏ। ଅନ୍ୟପକ୍ଷରେ ରୁଷ ଭାରତୀୟ ରିଫାଇନାରୀଗୁଡ଼ିକ ଦ୍ୱାରା ବ୍ୟବହୃତ ଭାରୀ, ସଲଫର-ସମ୍ପୃକ୍ତ ୟୁରାଲ୍ସ ଅଶୋଧିତ ତୈଳ ଯୋଗାଣ କରେ। ଭାରତକୁ ଅନ୍ୟ ଗ୍ରେଡ୍ ସହିତ ଆମେରିକୀୟ ତୈଳ ମିଶ୍ରଣ କରିବାକୁ ପଡିବ, ଯାହା ଖର୍ଚ୍ଚ ବୃଦ୍ଧି କରିବ। ଏକ ସହଜରେ ବଦଳା ଯିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି। ୟୁଶକୋଭ ଆହୁରି କହିଛନ୍ତି ଯେ, ରୁଷ ପ୍ରତିଦିନ ଭାରତକୁ ୧.୫ ରୁ ୨ ନିୟୁତ ବ୍ୟାରେଲ ତୈଳ ପଠାଏ, ଆମେରିକା ସହଜରେ ଏତେ ପରିମାଣର ତୈଳ ପଠାଇ ପାରିବ ନାହିଁ। ଟ୍ରମ୍ପ ଏପରି କହି ଆମେରିକା ଏହାଦ୍ବାରା ଭାରତ ଓ ରୁଷ୍ଠାରୁ ସର୍ତ୍ତ ଜିତି ଯାଇଥିବା ଦର୍ଶାଇବାକୁ ଚାହୁଛନ୍ତି ବୋଲି ସେ କହିଛନ୍ତି।
Follow Us