PM-Modi-Friedrich-Merz Photograph: (Photo: social media)
ନୂଆଦିଲ୍ଲୀ: ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜ ଆସନ୍ତାକାଲି (ସୋମବାର)ଠାରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି। ନାଟୋ ଏବଂ ୟୁରୋପୀୟ ସଂଘ (ଇୟୁ) ବାଦ୍ ଚାନ୍ସେଲର ମର୍ଜଙ୍କର ଏହା ପ୍ରଥମ ଦ୍ୱିପାକ୍ଷିକ ଗସ୍ତ। ଜାନୁଆରି ୧୨-୧୩ ରେ ଅହମଦାବାଦଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜର୍ମାନ ଚାନ୍ସେଲର ମର୍ଜଙ୍କ ସହିତ ବାଣିଜ୍ୟ, ନିବେଶ, ପ୍ରଯୁକ୍ତିବିଦ୍ୟା ଏବଂ ପ୍ରତିରକ୍ଷା ସମେତ ଭାରତ-ଜର୍ମାନୀ ରଣନୈତିକ ସହଭାଗିତାକୁ ମଜବୁତ କରିବା ଦିଗରେ ଆଲୋଚନା କରିବେ।
ବିଶ୍ୱସ୍ତରରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନାର ପୃଷ୍ଠଭୂମିରେ ଏହି ଆଲୋଚନା ହେବ। ଜର୍ମାନ ଚାନ୍ସେଲର ହେବା ପରେ ମର୍ଜଙ୍କ ଦୁଇ ଦିନିଆ ଯାତ୍ରା ତାଙ୍କର ପ୍ରଥମ ସରକାରୀ ଏସିଆ ଗସ୍ତ। ମର୍ଜଙ୍କ ପ୍ରତିନିଧି ଦଳରେ ୨୫ଟି କମ୍ପାନିର ସିଇଓ ସାମିଲ ହୋଇଥିବାବେଳେ ସେମାନେ ଭାରତ ଆସିବେ ବୋଲି ଜଣାପଡ଼ିଛି।
ଆହୁରି ପଢନ୍ତୁ: Congress MLA Arrest: ବହିଷ୍କୃତ କଂଗ୍ରେସ ବିଧାୟକ ରାହୁଲ ମାମକୁଟାଥିଲ ପୁଣି ଦୁଷ୍କର୍ମ ଅଭିଯୋଗରେ ଗିରଫ
ଜର୍ମାନ ଚାନ୍ସେଲର ଅହମଦାବାଦରେ ଆନ୍ତର୍ଜାତୀୟ ଗୁଡ଼ି ମହୋତ୍ସବ ପରି ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସାବରମତି ଆଶ୍ରମ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଜାନୁଆରି ୧୩ରେ ମର୍ଜ ବେଙ୍ଗାଲୁରୁ ଗସ୍ତ କରି ସେ ଭାରତୀୟ ବିଜ୍ଞାନ ସଂସ୍ଥାନ ଏବଂ ଜର୍ମାନ ଫାର୍ମ ‘ବୋସ୍’ର କ୍ୟାମ୍ପସ ପରିଦର୍ଶନ କରିବେ।
ଆହୁରି ପଢନ୍ତୁ: Delhi Cyber Fraud: ଡାକ୍ତର ଦମ୍ପତିଙ୍କ ଉପାର୍ଜିତ ସମସ୍ତ ଟଙ୍କାକୁ ଲୁଟି ନେଇଗଲେ ସାଇବର ଠକ
ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଭଳି ସାମ୍ପ୍ରତିକ ଉତ୍ତେଜନା ପରେ ଏହି ଗସ୍ତ ରହିଛି। ଏହି ପରିପ୍ରେକ୍ଷୀରେ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ଏବଂ ସମାନ ରଣନୈତିକ ସ୍ୱାର୍ଥକୁ ମଧ୍ୟ ନେଇ ମର୍ଜ ଓ ମୋଦୀଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବ ବୋଲି ଆଶା କରାଯାଉଛି।
Follow Us