ଗୌହାଟୀ: ଆସାମ ସରକାର କଂଗ୍ରେସ ସାଂସଦ ଗୌରବ ଗୋଗୋଇଙ୍କ ପାକିସ୍ତାନ ସହିତ କଥିତ ସମ୍ପର୍କ ସମ୍ପର୍କିତ ମାମଲାକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇବାକୁ ନିଷ୍ପତ୍ତି ନେଇଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଶନିବାର ଏକ କ୍ୟାବିନେଟ ବୈଠକ ପରେ ଏହା ଘୋଷଣା କରିଛନ୍ତି। ସାମ୍ବାଦିକଙ୍କ ସୂଚନା ଦେଇ ବିଶ୍ବଶର୍ମା କହିଥିଲେ, ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସ୍ଆଇଟି) ଭାରତ ବିରୋଧୀ ଷଡ଼ଯନ୍ତ୍ର ସମ୍ପର୍କରେ ତଦନ୍ତ କରି ଏହାର ରିପୋର୍ଟ ପ୍ରଦାନ କରିଛି। ଏହି ମାମଲା ଜାତୀୟ ସୁରକ୍ଷା ସହିତ ଜଡ଼ିତ ବୋଲି କ୍ୟାବିନେଟ୍ ଅନୁଭବ କରିଛି। ରବିବାର ଗୌହାଟୀଠାରେ ବିଶ୍ବଶର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଥିଲେ ଯେ, ଆସାମ କଂଗ୍ରେସ ସଭାପତି ଗୋଗୋଇ ୨୦୧୩ ମସିହାରେ ପଡ଼ୋଶୀ ଦେଶ ଗସ୍ତ ସମୟରେ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ଦ୍ୱାରା ତାଲିମ ପାଇଥିଲେ ଏବଂ ଗୋଟିଏ ବର୍ଷ ପରେ ସେ ଲୋକସଭା ସଦସ୍ୟ ହୋଇଥିଲେ।
ଗୋଗୋଇ ଏବଂ ତାଙ୍କ ବ୍ରିଟିଶ ପତ୍ନୀ ଏଲିଜାବେଥ କଲବର୍ନ ପୂର୍ବରୁ ପାକିସ୍ତାନରେ ଏକ ଜଳବାୟୁ କାର୍ଯ୍ୟ ଗୋଷ୍ଠୀରେ ନିଯୁକ୍ତି ପାଇଥିଲେ ଏବଂ ପରେ ଭାରତକୁ ଆସିଥିଲେ। ସେମାନଙ୍କର ପାକିସ୍ତାନ ସହିତ ଗଭୀର ସମ୍ପର୍କ ରହିଛି ଓ ଏହା ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ଅଭିଯୋଗ କରି, ବିଶ୍ବଶର୍ମା କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଉପଯୁକ୍ତ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି। ଆସାମ ମୁଖ୍ୟମନ୍ତ୍ରୀ ଗତ ଏକ ବର୍ଷ ହେଲା ଗୋଗୋଇ ଓ ତାଙ୍କ ପତ୍ନୀଙ୍କ ପାକିସ୍ତାନ ଲିଙ୍କ ସମ୍ପର୍କରେ ଅଭିଯୋଗ କରିଆସୁଥିଲେ। ଛଅ ମାସ ପୂର୍ବରୁ ସେ ଏହାର ତଦନ୍ତ କରିବାକୁ ଏସ୍ଆଇଟି ଗଠନ କରିଥିଲେ। ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ବିଜେପି ଓ କଂଗ୍ରେସକୁ ମୁହାଁମୁହିଁ କରିଛି।
ଆହୁରି ପଢନ୍ତୁ: Pax Silica: ପାକ୍ସ ସିଲିକାରେ ଯୋଗଦେବାକୁ ଭାରତକୁ ନିମନ୍ତ୍ରଣ କଲା ଆମେରିକା
ବିଶ୍ବଶର୍ମା କହିଛନ୍ତି ଯେ, ୨୦୧୫ ମସିହାରେ ଗୋଗୋଇ କିଛି ଯୁବକଙ୍କୁ ଏକ କାର୍ଯ୍ୟକ୍ରମ ପାଇଁ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସକୁ ନେଇ ଯାଉଥିବାର ଏକ ଫଟୋ ଗତ ବର୍ଷ ସୋସିଆଲ ମିଡିଆରେ ପ୍ରସାରିତ ହେବା ପରେ ଏହି ମାମଲାରେ ତାଙ୍କର ଆଗ୍ରହ ଆରମ୍ଭ ହୋଇଥିଲା। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ, ଗୋଗୋଇଙ୍କ ପତ୍ନୀ ମାର୍ଚ୍ଚ ୨୦୧୧ ରୁ ମାର୍ଚ୍ଚ ୨୦୧୨ ମଧ୍ୟରେ ପାକିସ୍ତାନରେ ଅବସ୍ଥାପିତ ହୋଇଥିଲେ ଏବଂ ଅଲି ତୌକିର ଶେଖ ନାମକ ଜଣେ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ଭାବରେ ଜଡିତ ଥିଲେ। ଯିଏ ଲିଡ୍ ପାକିସ୍ତାନ ନାମକ ଏକ ଥିଙ୍କ-ଟ୍ୟାଙ୍କ୍ ଏବଂ ଜଳବାୟୁ ସମ୍ବନ୍ଧିତ ସଙ୍ଗଠନ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଥିବା ବିଶ୍ବଶର୍ମା କହିଛନ୍ତି।
ଆହୁରି ପଢନ୍ତୁ: Malesia Pm Discussion: ମାଲେସିଆ ପ୍ରଧାନମନ୍ତ୍ରୀଙ୍କ ସହ ଆନୁଷ୍ଠାନିକ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଲିଡ୍ ପାକିସ୍ତାନ ହେଉଛି କ୍ଲାଇମେଟ୍ ଆଣ୍ଡ ଡେପଲପମେଣ୍ଟ ନଲେଜ ନେଟୱାର୍କ (ସିଡିକେଏନ୍)ର ପାକିସ୍ତାନ ଶାଖା। ନେଦରଲ୍ୟାଣ୍ଡ ଏବଂ କାନାଡା ଦ୍ୱାରା ଏହି ସଙ୍ଗଠନକୁ ପାଣ୍ଠି ମିଳିଥାଏ। ଗ୍ଲୋବାଲ୍ ସାଉଥ୍ରେ ଆସୁଥିବା ଦେଶଗୁଡ଼ିକରେ ଜଳବାୟୁ ପରିବର୍ତ୍ତନ ଦ୍ୱାରା ପ୍ରଭାବିତ ଲୋକଙ୍କ ସହିତ କାମ କରେ। ଶେଖ୍ ସିଡିକେଏନ୍ର ଏସିଆ ନିର୍ଦ୍ଦେଶକ ହୋଇଥିବାବେଳେ ସଙ୍ଗଠନକୁ ଭାରତ ବିରୋଧୀ ମନ୍ତବ୍ୟ ପାଇଁ ବ୍ୟବହାର କରିଥିବା ବିଶ୍ବଶର୍ମା ଅଭିଯୋଗ କରିଛନ୍ତି।
ଆହୁରି ପଢନ୍ତୁ: Santosh Trophy: ୧-୦ ଗୋଲ୍ରେ କେରଳକୁ ମାତ୍ ଦେଲା ସର୍ଭିସେସ୍
ଏଥିରେ ୧୯୬୦ ମସିହାର ସିନ୍ଧୁ ଜଳ ଚୁକ୍ତିନାମା ସାମିଲ ଥିଲା, ଯାହା ଦୁଇ ଦେଶ ମଧ୍ୟରେ ଜଳ ବଣ୍ଟନ ସହିତ ଜଡିତ ଥିଲା ଏବଂ ଗତବର୍ଷ ନୂଆଦିଲ୍ଲୀ ଦ୍ୱାରା ଏହାକୁ ବାତିଲ କରାଯାଇଥିଲା। ଏସ୍ଆଇଟି ରିପୋର୍ଟରେ ଦର୍ଶାଯାଇଛି ଯେ, ଗୋଗୋଇଙ୍କ ପତ୍ନୀ ପାକିସ୍ତାନ ସହିତ ଗୁପ୍ତ ସୂଚନା ଆଦାନପ୍ରଦାନ କରିଥିବା ବିଶ୍ବଶର୍ମା ଅଭିଯୋଗ କରିଛନ୍ତି।
ଅନ୍ୟପକ୍ଷରେ ଆସାମ ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଅଭିଯୋଗକୁ ଗୌରବ ଗୋଗୋଇ ଖଣ୍ଡନ କରିଛନ୍ତି। ଗୋଗୋଇ ବିଶ୍ବଶର୍ମାଙ୍କ ସାମ୍ବାଦିକ ସମ୍ମିଳନୀକୁ ସି ଗ୍ରେଡ୍ ସିନେମାଠାରୁ ମଧ୍ୟ ଖରାପ ବୋଲି କହି ପ୍ରତ୍ୟାଖ୍ୟାନ କରିଛନ୍ତି। ନିଜକୁ ଚତୁର ରାଜନେତା ଦର୍ଶାଉଥିବା ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଯୋଗକୁ ପ୍ରମାଣିତ କରିବାକୁ ଅତି ନିର୍ବୋଧ ଏବଂ ମିଥ୍ୟା ତଥ୍ୟ ପ୍ରଦାନ କରିଛନ୍ତି ବୋଲି କଂଗ୍ରେସ ସାଂସଦ କହିଛନ୍ତି।
Follow Us