Nigeria :ନାଇଜେରିଆରେ ବନ୍ଧୁକଧାରୀଙ୍କ ଆକ୍ରମଣ: ୩ ଗ୍ରାମବାସୀଙ୍କ ମୃତ, ଜଣେ ପାଦ୍ରୀଙ୍କ ସମେତ ୧୧ ଜଣଙ୍କୁ ଅପହରଣ

Advertisment

ନାଇଜେରିଆର କାଡୁନା ରାଜ୍ୟରେ ଏକ ଭୟଙ୍କର ହିଂସା ଘଟଣା ସାମ୍ନାକୁ ଆସିଛି। ଏକ ଗାଁରେ ବନ୍ଧୁକଧାରୀ ତାଣ୍ଡବ ରଚିଛନ୍ତି। ଆକ୍ରମଣରେ ତିନି ଜଣ ନିରୀହ ଗ୍ରାମବାସୀଙ୍କ ଜୀବନ ଯାଇଛି। ଅନେକ ଲୋକଙ୍କୁ ବନ୍ଧକ କରାଯାଇଛି।

ନାଇଜେରିଆର କାଡୁନା ରାଜ୍ୟରେ ଏକ ଭୟଙ୍କର ହିଂସା ଘଟଣା ସାମ୍ନାକୁ ଆସିଛି। ଏକ ଗାଁରେ ବନ୍ଧୁକଧାରୀ ତାଣ୍ଡବ ରଚିଛନ୍ତି। ଆକ୍ରମଣରେ ତିନି ଜଣ ନିରୀହ ଗ୍ରାମବାସୀଙ୍କ ଜୀବନ ଯାଇଛି। ଅନେକ ଲୋକଙ୍କୁ ବନ୍ଧକ କରାଯାଇଛି।

08bbs_12_08022026_112

ଆବୁଜା : ନାଇଜେରିଆର କାଡୁନା ରାଜ୍ୟରେ ଏକ ଭୟଙ୍କର ହିଂସା ଘଟଣା ସାମ୍ନାକୁ ଆସିଛି। ଏକ ଗାଁରେ ବନ୍ଧୁକଧାରୀ ତାଣ୍ଡବ ରଚିଛନ୍ତି। ଆକ୍ରମଣରେ ତିନି ଜଣ ନିରୀହ ଗ୍ରାମବାସୀଙ୍କ ଜୀବନ ଯାଇଛି। ଅନେକ ଲୋକଙ୍କୁ ବନ୍ଧକ କରାଯାଇଛି। ରିପୋର୍ଟ ଅନୁଯାୟୀ, ଜଣେ କ୍ୟାଥୋଲିକ ପାଦ୍ରୀଙ୍କୁ ଅପହରଣ କରିବା ଘଟଣା ଅଞ୍ଚଳରେ ଆତଙ୍କର ବାତାବରଣ ସୃଷ୍ଟି କରିଛି। ସରକାରଙ୍କ ପ୍ରୟାସ ସତ୍ତ୍ୱେ, ନାଇଜେରିଆର ଉତ୍ତରାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଜଣାପଡ଼ିଛି।

ଭୋର୍ ସମୟରେ ଆକ୍ରମଣ
ଶନିବାର ଭୋର୍ ପ୍ରାୟ ୩ଟା ସମୟରେ ବନ୍ଧୁକଧାରୀମାନେ କାଡୁନା ରାଜ୍ୟର କୌରୁ ଅଞ୍ଚଳର ଏକ ଗ୍ରାମକୁ ଟାର୍ଗେଟ କରିଥିଲେ। ଆକ୍ରମଣକାରୀମାନେ ଜୋରଜବରଦସ୍ତ ଜଣେ ପାଦ୍ରୀଙ୍କ ଘରେ ପଶି ଆକ୍ରମଣ କରିବା ସହିତ ଲୋକଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିଲେ। ହଠାତ୍ ଆକ୍ରମଣରେ ତିନି ଜଣ ଗ୍ରାମବାସୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା।

ପାଦ୍ରୀଙ୍କୁ ଅପହରଣ
ହତ୍ୟାକାଣ୍ଡ ପରେ, ବନ୍ଧୁକଧାରୀମାନେ ବନ୍ଧୁକ ମୁନରେ ମୋଟ ୧୧ ଜଣଙ୍କୁ ଅପହରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଜଣେ କ୍ୟାଥୋଲିକ ପାଦ୍ରୀ ମଧ୍ୟ ଅଛନ୍ତି।। ଚର୍ଚ୍ଚ ଅଧିକାରୀମାନେ ଘଟଣାକୁ ନିଶ୍ଚିତ କରିଛନ୍ତି ଏବଂ ଏହାକୁ ଆତଙ୍କବାଦୀଙ୍କ ଦ୍ୱାରା ଏକ ଯୋଜନାବଦ୍ଧ ଆକ୍ରମଣ ବୋଲି କହିଛନ୍ତି। କାଡୁନା କ୍ୟାଥୋଲିକ ଚର୍ଚ୍ଚ ସମସ୍ତ ଅପହୃତ ଲୋକଙ୍କ ସୁରକ୍ଷିତ ମୁକ୍ତି ପାଇଁ ନିବେଦନ କରିଛି।

ଆହୁରି ପଢନ୍ତୁ: Ghaziabad :ଖୋଲୁଛି ଗାଜିଆବାଦର ତିନି ଭଉଣୀଙ୍କ ଜୀବନଦେବା ରହସ୍ୟ: ବାପାଙ୍କର ୩ ସ୍ତ୍ରୀ, ଚତୁର୍ଥ ଜଣଙ୍କ ସହ ଥିଲା ଅନୈତିକ ସମ୍ପର୍କ

ବଢୁଛି ସୁରକ୍ଷା ଚିନ୍ତା
ଉତ୍ତର ନାଇଜେରିଆରେ ସୁରକ୍ଷା ପରିସ୍ଥିତି ଖରାପ ହେବାରେ ଲାଗିଛି। ଅପହରଣ ଘଟଣା ଏବେ ସାଧାରଣ ହୋଇଯାଇଛି। ରାଷ୍ଟ୍ରପତି ବୋଲା ଟିନୁବୁ ଏହି ସଙ୍କଟ ସମାପ୍ତ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ସେ ଏପର୍ଯ୍ୟନ୍ତ ଏଥିରେ ସଫଳତା ହାସଲ କରିପାରି ନାହାନ୍ତି। ସାମରିକ ଚାପ ଏବେ ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ଉତ୍ତର ଓ ଦକ୍ଷିଣ ଆଡକୁ ଗତି କରିବାକୁ ବାଧ୍ୟ କରିଥିବା କୁହାଯାଉଛି।। ଯାହା ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି।

ଆନ୍ତର୍ଜାତୀୟ ପ୍ରଭାବ
ନାଇଜେରିଆ ସରକାର ଦେଶରେ ଖ୍ରୀଷ୍ଟିଆନମାନଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଦେବାରେ ବିଫଳ ହୋଇଥିବା ଆମେରିକା ଅଭିଯୋଗ କରିଛି। ଏହାର ଜବାବରେ, ଆମେରିକା ଗତ କିଛି ମାସ ମଧ୍ୟରେ ଅନେକ ଅଞ୍ଚଳରେ ସଶସ୍ତ୍ର ଗୋଷ୍ଠୀଙ୍କ ଶିବିର ୁପରେ ଏୟାର୍ ଷ୍ଟ୍ରାଇକ୍କରିଛି। ସୁରକ୍ଷା ସହାୟତା ଯୋଗାଇବା ପାଇଁ ଏକ ଛୋଟ ଆମେରିକୀୟ ସାମରିକ ଦଳ ବର୍ତ୍ତମାନ ନାଇଜେରିଆରେ ନିୟୋଜିତ କରାଯାଇଛି।

ଆହୁରି ପଢନ୍ତୁ: America :ଜୁନ୍ ସୁଦ୍ଧା ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଆମେରିକା: ଟ୍ରମ୍ପଙ୍କ ଯୋଜନା ପ୍ରକାଶ କଲେ ଜେଲେନସ୍କି

ପୂର୍ବର ହିଂସାତ୍ମକ ଘଟଣା
ଏହି ଆକ୍ରମଣ ସମ୍ପ୍ରତି ୧୫୦ ରୁ ଅଧିକ ଖ୍ରୀଷ୍ଟିଆନଙ୍କୁ ବନ୍ଧକରୁ ମୁକ୍ତ କରାଯିବା ପରେ ଘଟିଛି। ପୂର୍ବରୁ, ଇସଲାମିକ ଉଗ୍ରବାଦୀମାନେ କ୍ୱାରା ରାଜ୍ୟରେ ୧୬୦ ରୁ ଅଧିକ ଲୋକଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe