Honda Electric Car: ଆସନ୍ତାବର୍ଷ ହୋଣ୍ଡାର ଇଲେକ୍ଟ୍ରିକ୍‌ କାର, ୨୦୩୦ ସୁଦ୍ଧା ୧୦ ନୂଆ ମଡେଲ୍‌ ଆଣିବ

Advertisment

ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ ଇଲେକ୍ଟ୍ରିକ ବିପ୍ଳବରେ ସାମିଲ ହେବାକୁ ଯାଉଛି। ବର୍ତ୍ତମାନ ଜାପାନରେ ଉପଲବ୍ଧ ଥିବା ଏହାର ଇଭି ମଡେଲ୍‌ ଜିରୋ ‘ଆଲ୍‌ଫା’କୁ କମ୍ପାନି ଆସନ୍ତାବର୍ଷ ଭାରତ ଆଣିବ। ତାହାର ମୂଲ୍ୟ ସାଧାରଣ ଗ୍ରାହକଙ୍କୁ ନଜରରେ ରଖି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରଖାଯିବ।

ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ ଇଲେକ୍ଟ୍ରିକ ବିପ୍ଳବରେ ସାମିଲ ହେବାକୁ ଯାଉଛି। ବର୍ତ୍ତମାନ ଜାପାନରେ ଉପଲବ୍ଧ ଥିବା ଏହାର ଇଭି ମଡେଲ୍‌ ଜିରୋ ‘ଆଲ୍‌ଫା’କୁ କମ୍ପାନି ଆସନ୍ତାବର୍ଷ ଭାରତ ଆଣିବ। ତାହାର ମୂଲ୍ୟ ସାଧାରଣ ଗ୍ରାହକଙ୍କୁ ନଜରରେ ରଖି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରଖାଯିବ।

6adcb236-7760-4a29-bbdf-00f76ce969b7

Honda Car Photograph: (Photo: social media)

ଭୁବନେଶ୍ବର: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ ଇଲେକ୍ଟ୍ରିକ ବିପ୍ଳବରେ ସାମିଲ ହେବାକୁ ଯାଉଛି। ବର୍ତ୍ତମାନ ଜାପାନରେ ଉପଲବ୍ଧ ଥିବା ଏହାର ଇଭି ମଡେଲ୍‌ ଜିରୋ ‘ଆଲ୍‌ଫା’କୁ କମ୍ପାନି ଆସନ୍ତାବର୍ଷ ଭାରତ ଆଣିବ। ତାହାର ମୂଲ୍ୟ ସାଧାରଣ ଗ୍ରାହକଙ୍କୁ ନଜରରେ ରଖି ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ରଖାଯିବ। ଏ ସମ୍ପର୍କରେ କମ୍ପାନିର ଉପାଧ୍ୟକ୍ଷ (ମାର୍କେଟିଂ ଓ ବିକ୍ରି) କୁନାଲ ବେହେଲ କହିଛନ୍ତି ଯେ ୨୦୩୦ ସୁଦ୍ଧା ୧୦ଟି ନୂଆ ମଡେଲ୍‌ ବଜାରକୁ ଆଣିବା ଆମର ଯୋଜନା ରହିଛି। ସେଥି ମଧ୍ୟରୁ ୭ଟି ହେବ ଏସ୍‌ୟୁଭି। ଆମ ଇ‌ଲେକ୍ଟ୍ରିକ କାର୍‌ ଜିରୋ ଆଲ୍‌ଫା ୨୦୨୬-୨୭ ଆର୍ଥିକ ବର୍ଷର ଦ୍ବିତୀୟ ଭାଗରେ ବଜାରକୁ ଆସିବ।

 ହୋଣ୍ଡା ଜିରୋ ଆଲ୍‌ଫାକୁ ଭାରତରେ ନିର୍ମାଣ କରାଯିବ। ଏହା ହୋଣ୍ଡା ଜିରୋ ସିରିଜ୍‌ର ଅଂଶ ହେବ। ଏହି ମଡେଲ୍‌କୁ କମ୍ପାନି ବିଭିନ୍ନ ଦେଶକୁ ରପ୍ତାନୀ ମଧ୍ୟ କରିବ ବୋଲି ସେ କହିଛନ୍ତି।ଏହି ଅବସରରେ କମ୍ପାନି ପକ୍ଷରୁ ଏଲିଭେଟ୍‌ ଏଡିଭି ଏଡିସନ୍‌ ଉନ୍ମୋଚନ କରାଯାଇଛି। ଏହାର ଭିତର ଓ ବାହାର ପାର୍ଶ୍ବ ବେଶ ଆକର୍ଷଣୀୟ ହୋଇଛି। ଏହା ୧.୫ ଲିଟର ଆଇ-ଭିଟିଇସି ପେଟ୍ରୋଲ ଇଞ୍ଜିନରେ ଚାଲୁଛି ଓ ସେଥିରେ ୬ ସ୍ପିଡ୍‌ ମାନୁଆଲ ଓ ୭ ସ୍ପିଡ୍‌ ସିଭିଟି ଅଟୋମେଟିକ୍‌ ଟ୍ରାନ୍ସମିସନ ରହିଛି। ଉଭୟ ସିଙ୍ଗଲ ଟୋନ୍ ଓ ଡୁଆଲ୍‌ ଟୋନ୍‌ ରଙ୍ଗରେ ଏହା ଉପଲବ୍ଧ ହେବ।

ଆହୁରି ପଢନ୍ତୁ: Toxic Air Grips The Delhi Respiratory Illnesses: ରାଜଧାନୀରେ ବିଷାକ୍ତ ବାୟୁ ଆତଙ୍କ ସୃଷ୍ଟି କରିଛି, ଔଷଧ ବିକ୍ରୟ ରେକର୍ଡ ସ୍ତରକୁ ପହଞ୍ଚିଛି

ଏଲିଭେଟ୍‌ ଏଡିଭି ଏଡିସନ୍‌ର ସିଙ୍ଗଲ୍‌ଟୋନ୍‌ ଭାରିଆଣ୍ଟ୍‌ରେ ଏମ୍‌ଟି ମଡେଲ୍‌ର ଦାମ୍‌ ୧୫,୩୮,୯୯୦ ଟଙ୍କା ଓ ସିଭିଟି ଦାମ୍‌ ୧୬,୫୬,୭୯୦ ଟଙ୍କା ରହିଛି। ସେହିପରି, ଡୁଆଲ୍‌ ଟୋନ୍‌ ଭାରିଆଣ୍ଟ୍‌ରେ ଏମ୍‌ଟିର ଦାମ୍‌ ୧୫,୫୮,୯୦୦ ଟଙ୍କା ଓ ସିଭିଟି ଦାମ୍‌ ୧୬,୭୬,୭୯୦ ଟଙ୍କା ରହିଛି। ଗ୍ରାହକମାନଙ୍କୁ କମ୍ପାନି ପକ୍ଷରୁ ଏହା ଉପରେ ୩ ବର୍ଷର ଅସୀମିତ କିଲୋମିଟର ୱାରେଣ୍ଟି ପ୍ରଦାନ କରାଯାଉଛି। ଗ୍ରାହକମାନେ ୭ ବର୍ଷ ପର୍ଯ୍ୟନ୍ତର ଏକ ବର୍ଦ୍ଧିତ ୱାରେଣ୍ଟି ଓ ୧୦ ବର୍ଷ ପର୍ଯ୍ୟନ୍ତର ଏକ ଯେକୌଣସି ସମୟର ୱାରେଣ୍ଟି ଓ କିଣିବା ଦିନଠାରୁ ସଡ଼କ ପାର୍ଶ୍ବ ସହୟତା ହାସଲ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe