ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ବ୍ରାଜିଲ ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲା ଡା ସିଲଭା ପ୍ରତ୍ୟେକ କ୍ଷେତ୍ରରେ ଭାରତ-ବ୍ରାଜିଲ ସମ୍ପର୍କକୁ ଆଗକୁ ବଢ଼ାଇବା ପାଇଁ ସେମାନଙ୍କର ମିଳିତ ସଂକଳ୍ପକୁ ଦୋହରାଇଛନ୍ତି।ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ୨୦ ବିଲିୟନ ଆମେରିକୀୟ ଡଲାର ଅତିକ୍ରମ କରିବାକୁ ପ୍ରତିବଦ୍ ହୋଇଛନ୍ତିଧ। ରାଷ୍ଟ୍ରପତି ଲୁଲାଙ୍କୁ ଭାରତରେ ସ୍ୱାଗତ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ତାଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଦ୍ୱାରା ଭାରତ-ବ୍ରାଜିଲ ସମ୍ପର୍କ ନିରନ୍ତର ମଜବୁତ ହୋଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ବର୍ଷ ବର୍ଷ ଧରି ଲୁଲାଙ୍କ ସହ ପ୍ରତ୍ୟେକ ସାକ୍ଷାତ ଭାରତ ପ୍ରତି ତାଙ୍କର ଗଭୀର ବିଶ୍ୱାସ ଓ ବନ୍ଧୁତାକୁ ସ୍ପଷ୍ଟ ଭାବରେ ପ୍ରତିଫଳିତ କରିଛି। ପ୍ରଧାନମନ୍ତ୍ରୀ ଗ୍ଲୋବାଲ୍ ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀରେ ରାଷ୍ଟ୍ରପତି ଲୁଲାଙ୍କ ଅଂଶଗ୍ରହଣ ପାଇଁ କୃତଜ୍ଞତା ପ୍ରକାଶ କରି କହିଛନ୍ତି ଯେ, ଏହା ଦୁଇ ଦେଶ ମଧ୍ୟରେ ରଣନୈତିକ ସହଭାଗୀତାକୁ ନୂତନ ପ୍ରେରଣା ଦେଇଛି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ବ୍ରାଜିଲ ହେଉଛି ଲାଟିନ୍ ଆମେରିକାରେ ଭାରତର ସବୁଠାରୁ ବଡ଼ ରାଷ୍ଟ୍ର।ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର। ସେ ରାଷ୍ଟ୍ରପତି ଲୁଲାଙ୍କ ସହ ଆସିଥିବା ବୃହତ ବ୍ୟବସାୟିକ ପ୍ରତିନିଧି ଦଳକୁ ପାରସ୍ପରିକ ବିଶ୍ୱାସର ପ୍ରତୀକ ଭାବରେ ବର୍ଣ୍ଣନା କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ-ମର୍କୋସୁର ବାଣିଜ୍ୟ ଚୁକ୍ତିନାମାର ବିସ୍ତାର ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗକୁ ଆହୁରି ମଜବୁତ କରିବ। ସେ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି, ଯେ ପ୍ରଯୁକ୍ତିବିଦ୍ୟା ଓ ନବସୃଜନ କ୍ଷେତ୍ରରେ ଭାରତ-ବ୍ରାଜିଲ ସହଯୋଗ କେବଳ ଦୁଇ ଦେଶ ପାଇଁ ନୁହେଁ ବରଂ ସମଗ୍ର ଗ୍ଳୋବାଲ ସାଉଥ୍ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଭାରତ-ବ୍ରାଜିଲ କେଉଁ କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବେ
ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ବ୍ରାଜିଲରେ ଡିଜିଟାଲ୍ ସାର୍ବଜନୀନ ଭିତ୍ତିଭୂମି ପାଇଁ ଏକ ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା କରିବାକୁ କାର୍ଯ୍ୟ କରୁଛି। ସେ କୃତ୍ରିମ ବୁଦ୍ଧିମତ୍ତା, ସୁପର କମ୍ପ୍ୟୁଟର, ସେମିକଣ୍ଡକ୍ଟର ଓ ବ୍ଲକଚେନ୍ ଭଳି ଅତ୍ୟାଧୁନିକ କ୍ଷେତ୍ରରେ ସହଯୋଗକୁ ମଧ୍ୟ ପ୍ରାଥମିକତା ଦେଇଛନ୍ତି।
ଶକ୍ତି ସହଯୋଗକୁ ଭାରତ-ବ୍ରାଜିଲ ସମ୍ପର୍କର ଏକ ଦୃଢ଼ ସ୍ତମ୍ଭ ଭାବରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ହାଇଡ୍ରୋକାର୍ବନ ବ୍ୟତୀତ, ନବୀକରଣୀୟ ଶକ୍ତି, ଇଥାନଲ ମିଶ୍ରଣ ଓ ସ୍ଥାୟୀ ବିମାନ ଇନ୍ଧନ ଭଳି କ୍ଷେତ୍ରରେ ସହଯୋଗ ଦ୍ରୁତ ଗତିରେ ବିସ୍ତାର ହେଉଛି। ସେ ଗ୍ଲୋବାଲ ଜୈବ ଇନ୍ଧନ ଆଲାଏନ୍ସରେ ବ୍ରାଜିଲର ସକ୍ରିୟ ଭୂମିକାକୁ ପ୍ରଶଂସା କରି ଏହାକୁ ଏକ ସବୁଜ ଭବିଷ୍ୟତ ପାଇଁ ଏକ ସହଭାଗୀ ପ୍ରତିବଦ୍ଧତା ବୋଲି କହିଥିଲେ। ସେ ବିପର୍ଯ୍ୟୟ ପ୍ରତିରୋଧୀ ଭିତ୍ତିଭୂମି ପାଇଁ ବ୍ରାଜିଲର ସହ-ଅଧ୍ୟକ୍ଷତା ପ୍ରସ୍ତାବକୁ ମଧ୍ୟ ସ୍ୱାଗତ କରିଛନ୍ତି।
ଆହୁରି ପଢନ୍ତୁ:Quentin Griffiths : ୧୭ମହଲାରୁ ଡେଇଁପଡ଼ିଲେ ଫ୍ୟାସନ୍ ଡିଜାଇନର୍, ୫୮ବର୍ଷରେ ଦୁଃଖଦ ମୃତ୍ୟୁ ,ପତ୍ନୀ ଲଗାଇଥିଲେ ସାଂଘାତିକ ଅଭିଯୋଗ
ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ରାଷ୍ଟ୍ରପତି ଲୁଲାଙ୍କ ମଧ୍ୟରେ ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା ମଧ୍ୟ ହୋଇଥିଲା। ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ତଥା ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।ଭାରତ ଓ ବ୍ରାଜିଲ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ, ଖଣି, ଡିଜିଟାଲ ସହଯୋଗ ତଥା ଉପକୂଳ କ୍ଷେତ୍ର ଉପରେ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଯୋଗାଣ ଶୃଙ୍ଖଳା ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଓ ବିରଳ ଧାତୁ ଉପାଦାନ ସହ ଜଡିତ ଚୁକ୍ତିନାମା ଗୁରୁତ୍ୱପୂର୍ଣ୍ଣ। ଏହି ସହଭାଗୀତା ଉଭୟ ଦେଶ ପାଇଁ ଏକ ବିଜୟ ସଦୃଶ ହେବ।
ବିଶ୍ୱ ମଞ୍ଚରେ ଭାରତ ଓ ବ୍ରାଜିଲର ସହଭାଗୀତା ପ୍ରଭାବଶାଳୀ ହୋଇଛି। ଉଭୟ ଦେଶ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମସ୍ତ ସମସ୍ୟାର ସମାଧାନ କରିବାକୁ ସହମତ। ଆତଙ୍କବାଦକୁ ସମଗ୍ର ମାନବତାର ଶତ୍ରୁ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ଓ ବ୍ରାଜିଲ ଆତଙ୍କବାଦ ବିରୋଧରେ ଏକତ୍ର ଠିଆ ହୋଇଛନ୍ତି। ମୋଦୀ ବିଶ୍ୱ ପ୍ରତିଷ୍ଠାନଗୁଡ଼ିକର ସଂସ୍କାରର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି।
Follow Us