Indian hockey team: ଅଧିନାୟକ ବଦଳିଲେ ଅବସ୍ଥା ବଦଳିଲାନି: ଲଗାତାର ପଞ୍ଚମ ମ୍ୟାଚ୍‌ ହାରିଲା ଭାରତୀୟ ହକି ଦଳ

Advertisment

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ହକିରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳିଥିବା ଘରୋଇ ପର୍ଯ୍ୟାୟର ଚାରିଟି ଯାକ ମ୍ୟାଚ୍‌ ହାରିଥିବା ଭାରତୀୟ ଦଳ ଅଷ୍ଟ୍ରେଲୀୟ ପର୍ଯ୍ୟାର ପ୍ରଥମ ମୁକାବିଲାରେ ୟୁରୋପୀୟ ଶକ୍ତି ସ୍ପେନ୍‌ଠାରୁ ୦-୨ ଗୋଲ୍‌ରେ ହାରିଯାଇଛି।

ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ହକିରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳିଥିବା ଘରୋଇ ପର୍ଯ୍ୟାୟର ଚାରିଟି ଯାକ ମ୍ୟାଚ୍‌ ହାରିଥିବା ଭାରତୀୟ ଦଳ ଅଷ୍ଟ୍ରେଲୀୟ ପର୍ଯ୍ୟାର ପ୍ରଥମ ମୁକାବିଲାରେ ୟୁରୋପୀୟ ଶକ୍ତି ସ୍ପେନ୍‌ଠାରୁ ୦-୨ ଗୋଲ୍‌ରେ ହାରିଯାଇଛି।

Screenshot 2026-02-21 180219

ନୂଆଦିଲ୍ଲୀ: ଏଫ୍‌ଆଇଏଚ୍‌ ପ୍ରୋ ଲିଗ୍‌ ପୁରୁଷ ହକିରେ ଭାରତର ଲଜ୍ଜାଜନକ ପ୍ରଦର୍ଶନ ଜାରି ରହିଛି। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମ୍‌ରେ ଖେଳିଥିବା ଘରୋଇ ପର୍ଯ୍ୟାୟର ଚାରିଟି ଯାକ ମ୍ୟାଚ୍‌ ହାରିଥିବା ଭାରତୀୟ ଦଳ ଅଷ୍ଟ୍ରେଲୀୟ ପର୍ଯ୍ୟାର ପ୍ରଥମ ମୁକାବିଲାରେ ୟୁରୋପୀୟ ଶକ୍ତି ସ୍ପେନ୍‌ଠାରୁ ୦-୨ ଗୋଲ୍‌ରେ ହାରିଯାଇଛି। ଫଳରେ କ୍ରମାଗତ ଭାବେ ପଞ୍ଚମ ମ୍ୟାଚ୍‌ ହାରିବାର ଅପଯଶ ମୁଣ୍ଡାଇବା ସହ ଶୋଚନୀୟ ହକି ଖେଳିବା ଲାଗି ତୀବ୍ର ସମାଲୋଚିତ ହୋଇଛି। ଅଷ୍ଟ୍ରେଲିଆର ହୋବର୍ଟରେ ଖେଳାଯାଉଥିବା ଏହି ପର୍ଯ୍ୟାୟ ଲାଗି ଭାରତୀୟ ଦଳ ହର୍‌ମନ୍‌ପ୍ରୀତ ସିଂହଙ୍କ ସ୍ଥାନରେ ଦୁଇ ଥର ଅଲିମ୍ପିଆନ୍‌ ହାର୍ଦିକ ସିଂହଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା। ଦଳରେ କେତେକ ନୂଆ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ସାମିଲ ମଧ୍ୟ କରାଯାଇଥିଲା। 

ଆହୁରି ପଢନ୍ତୁ: Preparations for elections: ୫ ରାଜ୍ୟରେ ନିର୍ବାଚନ ପାଇଁ ପ୍ରସ୍ତୁତି: ନିର୍ବାଚନ କମିସନର ଅଧିକାରୀ କେରଳରୁ ପଶ୍ଚିମବଙ୍ଗ ଗସ୍ତ କରିବା କାର୍ଯ୍ୟକ୍ରମ

ଏହା ସତ୍ତ୍ବେ ପଡ଼ିଆା ଭିତରେ ଖେଳାଳିଙ୍କ ତାଳମେଳ, କୌଶଳ ଓ ଗତିରେ ଏହାର କୌଣସି ସକାରାତ୍ମକ ପ୍ରତିଫଳନ ଦେଖିବାକୁ ମିଳି ନଥିଲା। ଫଳରେ ଉଭୟାର୍ଦ୍ଧରେ ଗୋଟିଏ ଲେଖାଏଁ ଗୋଲ୍‌ ବରଣ କରି ମ୍ୟାଚ୍‌ ହାତଛଡ଼ା କରିଥିଲା ଭାରତୀୟ ଦଳ। ମୁଖ୍ୟ ପ୍ରଶିକ୍ଷକ କ୍ରେଗ୍‌ ଫୁଲ୍‌ଟନ୍‌ଙ୍କ ବିଜୟ ଧାରାକୁ ଫେରିବାର ଦୃଢ଼ୋକ୍ତି ସତ୍ତ୍ବେ ଭାରତୀୟ ରକ୍ଷଣଭାଗ ଶନିବାର ସକାଳର ଏହି ମ୍ୟାଚ୍‌ରେ ଦକ୍ଷତା ମୂଳକ ଖେଳ ପ୍ରଦର୍ଶନ କରି ପାରି ନଥିଲା। ବିଶେଷ କରି ପ୍ରଥମାର୍ଦ୍ଧରେ ସ୍ପେନ୍ ଖେଳାଳିଙ୍କ ରଚନାତ୍ମକ ପାସ୍‌ ଏବଂ ଉନ୍ନତ ରଣକୌଶଳ ଆଗରେ ପୂରା ହାର ମାନିଥିଲା ହାର୍ଦିକ ସେନା। ଷଷ୍ଠ ମିନିଟ୍‌ରେ ହିଁ ସ୍ପେନ୍‌ର ପ୍ରତିଆକ୍ରମଣକୁ ରୋକି ନପାରି ପ୍ରଥମ ଗୋଲ୍‌ ବରଣ କରିଥିଲା। ଏହି ଫିଲ୍‌ଡ ଗୋଲ୍‌ଟିକୁ ଇଗ୍ନାସିଓ ଆବାଜୋ ଦେଇଥିଲେ। 

ଆହୁରି ପଢନ୍ତୁ:Congress Criticises India : ଭାରତ -ଆମେରିକା ବାଣିଜ୍ୟ ଚୁକ୍ତିକୁ କଂଗ୍ରେସର ତୀବ୍ର ସମାଲୋଚନା ,ବାଣିଜ୍ୟ ଚୁକ୍ତି ମୋଦୀଙ୍କ ହତାଶାଭାବକୁ ଦର୍ଶାଉଛି: ରାହୁଲ 

ଗୋଲ୍‌ପୋଷ୍ଟରେ ବାଜି ଫେରୁ ଆସୁଥିବା ସଟ୍‌କୁ ପୁଣି ଥରେ ଭିତରକୁ ପୂରାଇ ଇଗ୍ନାସିଓ ଏହି ଦର୍ଶନୀୟ ଗୋଲ୍‌ଟିକୁ ଅର୍ଜନ କରିଥିଲେ। ଏହା ପରେ ଭାରତୀୟ ଦଳ କେତେକ ପେନାଲ୍ଟି କର୍ଣ୍ଣର ହାତଛଡ଼ା କରିଥିଲା। ହେଲେ ୩୦ ମିନିଟ୍‌ ପର୍ଯ୍ୟନ୍ତ ସ୍ପେନ୍‌ ଅଗ୍ରଭାଗକୁ ଅଟକାଇବାକୁ ସକ୍ଷମ ହୋଇଥିଲା। ମଧ୍ୟାନ୍ତର ପରେ କିନ୍ତୁ ସ୍ପେନ୍‌ ଏହି ଗତିରୋଧ ଦୂର କରିବାକୁ ସକ୍ଷମ ହୋଇଥିଲା। ଇଗ୍ନାସିଓ କବୋସ୍‌ ଏକ ସୁନ୍ଦର ଷ୍ଟ୍ରୋକ୍‌ ଜରିଆରେ ଆଉ ଏକ ଫିଲ୍‌ଡ ଗୋଲ୍‌ ଦେଇ ସ୍ଥିତି ୨-୦ କରି ନେଇଥିଲେ। ଭାରତୀୟ ଅଗ୍ରଭାଗ ଖେଳାଳିମାନେ ବହୁ ଚେଷ୍ଟା କରିଥିଲେ ମଧ୍ୟ ସ୍ପେନ୍‌ ରକ୍ଷଣଭାଗକୁ ଭେଦ କରିବାକୁ ସକ୍ଷମ ହୋଇ ନଥିଲେ। ଫଳରେ ସେହି ସ୍କୋର୍‌ ଲାଇନ୍‌ରେ ମ୍ୟାଚ୍‌ ହାରି ଭାରତ ପରାଜୟରୁ ତା’ର ଏହି ପର୍ଯ୍ୟାୟ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe