Indian in Iran: ଯୁଦ୍ଧ ଦ୍ୱାରଦେଶରେ ଇରାନ: ଫସି ରହିଛନ୍ତି ୧୦ ହଜାର ଭାରତୀୟ, କାଶ୍ମୀର ଛାତ୍ରଙ୍କ ସୁରକ୍ଷା ନେଇ ଚିନ୍ତା ବଢ଼ିଲା

Advertisment

ଅଶାନ୍ତ ମଧ୍ୟପ୍ରାଚ୍ୟ ଦେଶ ଇରାନରେ ପଢୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

ଅଶାନ୍ତ ମଧ୍ୟପ୍ରାଚ୍ୟ ଦେଶ ଇରାନରେ ପଢୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି।

5f3df537-0ec5-4c6d-a260-dfb39e568b12

Indian Students Photograph: (Photo: sambad.in)

ତେହେରାନ: ଇରାନର ପରିସ୍ଥିତି ସଙ୍କଟଜନକ ହେବାରେ ଲାଗିଛି। ଆନ୍ଦୋଳନକାରୀମାନେ ଇରାନ ଶାସନ ବିରୋଧରେ ପ୍ରଦର୍ଶନ କରୁଥିବା ବେଳେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଶ ଉପରେ ଆକ୍ରମଣ କରିବା କଥା କହୁଛନ୍ତି। ଫଳରେ ମଧ୍ୟପ୍ରାଚ୍ୟ ପୁଣି ଥରେ ଅଶାନ୍ତ ହୋଇପଡ଼ିଛି। ଇରାନର ଆକାଶପଥ ବନ୍ଦ କରିଦିଆଯାଇଛି। ପରିସ୍ଥିତି ଖରାପ ହେବା ମଧ୍ୟରେ, ଇରାନରେ ପଢୁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପରିବାର ସେମାନଙ୍କ ସୁରକ୍ଷା ବିଷୟରେ ଚିନ୍ତିତ ପଡ଼ିଛନ୍ତି। ସେମାନଙ୍କୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରିବା ପାଇଁ ପରିବାର ସଦସ୍ୟମାନେ ସହାୟତା ଲାଗି କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

ଅଶାନ୍ତ ମଧ୍ୟପ୍ରାଚ୍ୟ ଦେଶ ଇରାନରେ ପଢୁଥିବା କାଶ୍ମୀର ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ କେନ୍ଦ୍ରର ନରେନ୍ଦ୍ର ମୋଦୀ ସରକାରଙ୍କୁ ସେମାନଙ୍କ ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ନିବେଦନ କରିଛନ୍ତି। ସେଠାରେ ଉତ୍ତେଜନା ଦେଖାଦେଇଥିବାରୁ ପିଲାମାନଙ୍କ ବିଷୟରେ ସେମାନେ ଚିନ୍ତିତ ହୋଇ ପଡ଼ିଛନ୍ତି। ଅନେକ ଅଭିଭାବକ ଶ୍ରୀନଗରର ପ୍ରେସ୍ ଏନକ୍ଲେଭରେ ଏକାଠି ହୋଇ ସରକାରଙ୍କୁ ହସ୍ତକ୍ଷେପ କରିବାକୁ ଏବଂ ସହାୟତା ଯୋଗାଇବାକୁ ଅନୁରୋଧ କରିଛନ୍ତି।

ଆହୁରି ପଢନ୍ତୁ: PM share Video: ସେନାର ବୀରତ୍ୱ ଓ ସାହସ ପ୍ରତ୍ୟେକ ନାଗରିକଙ୍କୁ ଗର୍ବିତ କରେ: ସେନା ଦିବସରେ ସ୍ୱତନ୍ତ୍ର ଭିଡିଓ ସେୟାର କଲେ ପ୍ରଧାନମନ୍ତ୍ରୀ

ରିପୋର୍ଟ ଅନୁଯାୟୀ, ପ୍ରାୟ ୧୦ ହଜାରରୁ ରୁ ୧୨ ହଜାର ଭାରତୀୟ ବଂଶୋଦ୍ଭବ ବର୍ତ୍ତମାନ ଇରାନରେ ଫସି ରହିଛନ୍ତି। ସେମାନଙ୍କ ମଧ୍ୟରେ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଛନ୍ତି। ବିଶେଷକରି, ୨ ହଜାର ରୁ ୩ ହଜାର କାଶ୍ମୀର ଛାତ୍ରଛାତ୍ରୀ ଡାକ୍ତରୀ ପାଠପଢ଼ିବା ପାଇଁ ଇରାନରେ ରହୁଛନ୍ତି। ଜମ୍ମୁ ଏବଂ କାଶ୍ମୀର ଛାତ୍ର ସଂଘ (ଜେକେଏସ୍‌ଏ) ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ବିଷୟରେ ଚିନ୍ତା ପ୍ରକାଶ କରିଛି।

ଆହୁରି ପଢନ୍ତୁ: Iran Shuts Airspace: ଆମେରିକା ସହିତ ଉତ୍ତେଜନା ମଧ୍ୟରେ ବାୟୁସୀମା ବନ୍ଦ କଲା ଇରାନ, ଏୟାର ଇଣ୍ଡିଆ, ଇଣ୍ଡିଗୋ, ସ୍ପାଇଶଜେଟ୍‌ ବିମାନ ସେବା ପ୍ରଭାବିତ

ସଂଗଠନ କହିଛି ଯେ ଅନେକ ଅଞ୍ଚଳରେ ବାରମ୍ବାର ଇଣ୍ଟରନେଟ୍ ବିଭ୍ରାଟ ଏବଂ ହିଂସାତ୍ମକ ପ୍ରତିବାଦ ଲାଗିରହିଥିବା ଯୋଗୁ ସେମାନଙ୍କ ସହିତ ଯୋଗାଯୋଗ କରିବା କଷ୍ଟକର ହୋଇପଡ଼ିଛି। ଏଭଳି ପରିସ୍ଥିତି ଭାରତରେ ରହୁଥିବା ସେମାନଙ୍କ ପରିବାର ମଧ୍ୟରେ ଚିନ୍ତା ବୃଦ୍ଧି ପାଇବାରେ ଲାଗିଛି। ଜେକେଏସ୍‌ଏ ଭାରତ ସରକାର ଏବଂ କର୍ତ୍ତୃପକ୍ଷଙ୍କୁ ଇରାନରେ ଫସି ରହିଥିବା ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ତଥା ପରିସ୍ଥିତି ଉପରେ ନିରନ୍ତର ନଜର ରଖିବାକୁ ଅନୁରୋଧ କରିଛି ଯାହା ଦ୍ୱାରା ଯେକୌଣସି ଜରୁରୀକାଳୀନ ପରିସ୍ଥିତିରେ ସମୟୋଚିତ ସହାୟତା ଯୋଗାଇ ଦିଆଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe