Indigo Action: ଦୁର୍ବ୍ୟବହାର ପାଇଁ ୨ ଯାତ୍ରୀଙ୍କୁ ଥାଇଲାଣ୍ଡ ଯାଉଥିବା ବିମାନରୁ ଓହ୍ଲାଇ ଦେଲା ଇଣ୍ଡିଗୋ

Advertisment

ମୁମ୍ବାଇରୁ ଥାଇଲାଣ୍ଡ ଯାଉଥିବା ବିମାନରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ୨ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ବୁଧବାର ଥାଇଲାଣ୍ଡର କ୍ରାବି ଯାଉଥିବା ବିମାନ ବିଭିନ୍ନ କାରଣରୁ ୯ ଘଣ୍ଟା ବିଳମ୍ବିତ ହୋଇଥିଲା।

ମୁମ୍ବାଇରୁ ଥାଇଲାଣ୍ଡ ଯାଉଥିବା ବିମାନରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ୨ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ବୁଧବାର ଥାଇଲାଣ୍ଡର କ୍ରାବି ଯାଉଥିବା ବିମାନ ବିଭିନ୍ନ କାରଣରୁ ୯ ଘଣ୍ଟା ବିଳମ୍ବିତ ହୋଇଥିଲା।

indigo

Bomb Threat to Indigo flight

ମୁମ୍ବାଇ: ମୁମ୍ବାଇରୁ ଥାଇଲାଣ୍ଡ ଯାଉଥିବା ବିମାନରେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ୨ ଜଣ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦେଇଛି ଇଣ୍ଡିଗୋ ଏୟାରଲାଇନ୍ସ। ବୁଧବାର ଥାଇଲାଣ୍ଡର କ୍ରାବି ଯାଉଥିବା ବିମାନ ବିଭିନ୍ନ କାରଣରୁ ୯ ଘଣ୍ଟା ବିଳମ୍ବିତ ହୋଇଥିଲା। ଅପେକ୍ଷାରତ ଯାତ୍ରୀଙ୍କ ମଧ୍ୟରୁ ଦୁଇ ଜଣ ବିଳମ୍ବକୁ ନେଇ ଅତିଷ୍ଠ ହୋଇ କ୍ୟାବିନ୍‌ କ୍ରୁଙ୍କୁ ଗାଳିଗୁଳଜ କରୁଥିବାର ଦୃଶ୍ୟ ‘ଏକ୍ସ’ରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି। ଏୟାରଲାଇନ୍ସ ସେମାନଙ୍କୁ ବିଳମ୍ବ ହେବା ନେଇ କୌଣସି ସୂଚନା ଦେଇନଥିବା ଯାତ୍ରୀ ଅଭିଯୋଗ କରିଥିଲେ। ଉତ୍‌କ୍ଷୀପ୍ତ ହୋଇ ସେମାନେ ଏୟାରଲାଇନ୍ସ ବିରୋଧରେ ସ୍ଲୋଗାନ ଦେଇଥିଲେ।

ଆହୁରି ପଢନ୍ତୁ: US withdraws some personnel: ମଧ୍ୟପ୍ରାଚ୍ୟରେ ଯୁଦ୍ଧର ପଦଧ୍ବନୀ: ଅଲ୍ ଉଦୈଦ୍ ବାୟୁସେନା ଘାଟିରୁ କର୍ମଚାରୀ ପ୍ରତ୍ୟାହାର ଆରମ୍ଭ

ପାଇଲଟ କକପିଟ୍‌ରୁ ଆସି ସେମାନଙ୍କ ପ୍ରଶ୍ନର ଉତ୍ତର ଦିଅନ୍ତୁ ବୋଲି ଦୁଇ ଯାତ୍ରୀଦାବି କରିଥିଲେ। ମୁମ୍ବାଇ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନାନୁଯାୟୀ, ପ୍ରଥମେ ବିମାନ ଆସିବାରେ ବିଳମ୍ବ ହୋଇଥିଲା। ବିମାନ ପଶ୍ଚିମ ଏସିଆରୁ ଆସୁଥିବାବେଳେ ବିଳମ୍ବ ହୋଇଯାଇଥିଲା। ବିମାନ ଆସିବା ପରେ କ୍ରୁ ସଦସ୍ୟଙ୍କ ଉଡ଼ାଣ ସମୟ ଶେଷ ହୋଇଯାଇଥିଲା। ଫଳରେ ଆହୁରି ଅଧିକ ବିଳମ୍ବ ହୋଇଥିଲା। ବିମାନ ସକାଳ ୪ଟା ୫ ମିନିଟରେ ଯିବାକୁ ଥିବାବେ‌ଳେ ବିଳମ୍ବ ଯୋଗୁ ଦିନ ୧ ଟା ବେଳେ ଉଡ଼ାଣ ଭରିଥିଲା।

ଆହୁରି ପଢନ୍ତୁ: ED request for Suspend DG: ପଶ୍ଚିମବଙ୍ଗ ଡିଜିପିଙ୍କ ନିଲମ୍ବନ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲା ଇଡି

ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ବିଳମ୍ବର ଅନେକ କାରଣ ଦର୍ଶାଯାଇଥିବାବେଳେ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିବା ଯାତ୍ରୀଙ୍କୁ ଓହ୍ଲାଇ ଦିଆଯିବା ସହିତ ସୁରକ୍ଷାସଂସ୍ଥାକୁ ହସ୍ତାନ୍ତର କରାଯାଇଥିବା ଏୟାରଲାଇନ୍ସ ପକ୍ଷରୁ କୁହାଯାଇଛି। ବିମାନ ବିଳମ୍ବ ଯୋଗୁଁ ବିମାନବନ୍ଦରରେ ଅପେକ୍ଷାରତ ଯାତ୍ରୀମାନଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଇଥିଲା। ବିମାନବନ୍ଦରରେ ଉପସ୍ଥିତ ଏୟାରଲାଇନ୍ସ ଟିମ୍‌ ଯାତ୍ରୀଙ୍କୁ ସମସ୍ତ ପ୍ରକାର ସହାୟତା କରିଥିବା ଏୟାରଲାଇନ୍ସ ପକ୍ଷରୁ ଜାରି ବୟାନରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe