Indigo Crisis: ଇଣ୍ଡିଗୋ ସେବାରେ ବ୍ୟାପକ ତ୍ରୁଟି, ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ

Advertisment

ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। ଗତ ଚାରି ଦିନ ଧରି ବିମାନ ଚଳାଚଳରେ ବିଳମ୍ବ ଏବଂ ବାତିଲ ହେବା ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। ଗତ ଚାରି ଦିନ ଧରି ବିମାନ ଚଳାଚଳରେ ବିଳମ୍ବ ଏବଂ ବାତିଲ ହେବା ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

IndiGo

IndiGo Photograph: (IndiGo)

ନୂଆଦିଲ୍ଲୀ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋ ବର୍ତ୍ତମାନ ଗମ୍ଭୀର ସମସ୍ୟା ଦେଇ ଗତି କରୁଛି। ଗତ ଚାରି ଦିନ ଧରି ବିମାନ ଚଳାଚଳରେ ବିଳମ୍ବ ଏବଂ ବାତିଲ ହେବା ଯାତ୍ରୀମାନଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କେବଳ ଗୁରୁବାର ଦିନ, ୫୫୦ରୁ ଅଧିକ ବିମାନ ବାତିଲ କରାଯାଇଥିଲା, ଯାହା ଫଳରେ ଦିଲ୍ଲୀ, ହାଇଦ୍ରାବାଦ, ଗୋଆ ଏବଂ ମୁମ୍ବାଇ ଭଳି ପ୍ରମୁଖ ବିମାନବନ୍ଦରରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା। ରିପୋର୍ଟ ଅନୁଯାୟୀ, ଦିଲ୍ଲୀ ବିମାନବନ୍ଦରରେ ଯାତ୍ରାମାନଙ୍କ ହଜାର ହଜାର ଲଗେଜ ଏଣେତେଣେ ପଡିଥିବାର ଦେଖିବାକୁ ମିଳିଥିଲା। ଯାତ୍ରାରେ ଅସୁବିଧା ହେତୁ ଅନେକ ଯାତ୍ରୀ ତଳେ ଶୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି | ଆଜି ସକାଳରୁ ଦିଲ୍ଲୀ ବିମାନବନ୍ଦରରୁ ୨୦୦ରୁ ଅଧିକ ଇଣ୍ଡିଗୋ ବିମାନ ବାତିଲ କରାଯାଇଛି।

ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀଙ୍କ ଅସନ୍ତୋଷ 
ଦିଲ୍ଲୀ ବିମାନବନ୍ଦରରେ ଯାତ୍ରୀମାନେ ବିମାନ କମ୍ପାନୀ ଉପରେ ସେମାନଙ୍କର କ୍ରୋଧ ପ୍ରକାଶ କରିଥିଲେ। ଜଣେ ଯାତ୍ରୀ କହିଥିଲେ, "ଆମେ ଏକ ବିବାହ ଉତ୍ସବକୁ ଯାଉଥିଲୁ, ଏବଂ ଆମର ଲଗେଜ୍ ହଜିଯାଇଛି। ୧୨ ଘଣ୍ଟା ପରେ ମଧ୍ୟ, ଇଣ୍ଡିଗୋ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଯାହାଫଳରେ ଆମେ ଅନେକ ସମସ୍ୟାର ସମ୍ମୁଖିନ ହେଉଛୁ।" ଅନ୍ୟ ଜଣେ ମହିଳା ଯାତ୍ରୀ କହିଥିଲେ, "୧୪ ଘଣ୍ଟା ହେଲାଣି ଆମେ କୌଣସି ଖାଦ୍ୟ କିମ୍ବା ପାଣି ପାଇନାହୁଁ। ଆମେ ବିମାନର କର୍ମଚାରୀଙ୍କ ସହ କଥା ହେବାକୁ ଚେଷ୍ଟା କରୁଛୁ, କିନ୍ତୁ ସେମାନଙ୍କ ତରଫରୁ କୌଣସି ଉତ୍ତର ଆସୁନାହିଁ।

ଆହୁରି ପଢନ୍ତୁ: Matric Exam Begin: ଫେବୃୟାରୀ ୧୯ରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା: କ୍ଲିକ କରି ଜାଣନ୍ତୁ ସବୁ ଅପଡେଟ

ଇଣ୍ଡିଗୋ ସ୍ୱୀକାର କରିଛି ଯେ ନୂତନ ନିୟମ ପରେ କ୍ରୃ ର ଆବଶ୍ୟକତା କମ ଥିବାସହ, ଶୀତକାଳୀନ ପାଗ, ବୈଷୟିକ ସମସ୍ୟା ଯୋଗୁଁ ଉଡ଼ାଣଗୁଡ଼ିକୁ ଗୁରୁତର ଭାବରେ ପ୍ରଭାବିତ କରିଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)କୁ ଦିଆଯାଇଥିବା ଏକ ରିପୋର୍ଟରେ, ଇଣ୍ଡିଗୋ କହିଛି ଯେ ଏହା ନୂତନ ପାଇଲଟ୍-କ୍ରୁ ଡ୍ୟୁଟି ନିୟମକୁ ଅସ୍ଥାୟୀ ଭାବରେ ପ୍ରତ୍ୟାହାର କରୁଛି। ସେହିପରି ଦୁଇଟି ରାତି ଅବତରଣର ସୀମା ମଧ୍ୟ ଅସ୍ଥାୟୀ ଭାବରେ ହଟାଇ ଦିଆଯାଇଛି।

ଆହୁରି ପଢନ୍ତୁ: Repo Rate Decrease: ଶସ୍ତା ହୋଇପାରେ ଗୃହ,ଯାନବାହାନ ଋଣ କିସ୍ତି, ରେପୋ ହାର 25 ବେସିସ ପଏଣ୍ଟ କମାଇଲା ରିଜର୍ଭ ବ୍ୟାଙ୍କ

ଇଣ୍ଡିଗୋ ସତର୍କ କରାଇ ଦେଇଛି ଯେ ସମୟସାରଣୀ ସ୍ୱାଭାବିକ ହେବାକୁ ଅତି କମରେ ଦୁଇରୁ ତିନି ଦିନ ସମୟ ଲାଗିବ। ଆହୁରି ବିଭ୍ରାଟ ରୋକିବା ପାଇଁ ବିମାନ କମ୍ପାନୀ ଡିସେମ୍ବର ୮ ତାରିଖରୁ ଏହାର ବିମାନ ସେବା ସୂଚୀ ହ୍ରାସ କରିଛି। ଇଣ୍ଡିଗୋର ସିଇଓ ପିଟର ଏଲବର୍ସ କର୍ମଚାରୀମାନଙ୍କୁ ଜଣାଇ ଦେଇଛନ୍ତି ଯେ ସମୟସୀମାରେ ବିମାନ ଚଳାଚଳ ଆରମ୍ଭ କରିବା ସହଜ ହେବ ନାହିଁ। ପରିସ୍ଥିତିକୁ ସୁଧାରିବା ପାଇଁ ଆମେ ଚେଷ୍ଟା କରୁଛୁ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe