Iran Violence: ଇରାନ ହିଂସା: ଅନ୍ତର୍ଜାତୀୟ ସଂପ୍ରଦାୟରେ ନିନ୍ଦାର ଝଡ଼

Advertisment

ଇରାନରେ ଚାଲିଥିବା ବିକ୍ଷୋଭ ଓ ସରକାରୀ ଦମନରେ ମୃତ୍ୟୁ ସଂଖ୍ୟା ୨,୫୦୦ରୁ ଅଧିକ ହୋଇଯିବା ପରେ ଆନ୍ତର୍ଜାତୀୟ ସମ୍ପ୍ରଦାୟରେ ଗଭୀର ଉଦ୍ବେଗ ଓ ନିନ୍ଦାର ଝଡ଼ ଉଠିଛି।

ଇରାନରେ ଚାଲିଥିବା ବିକ୍ଷୋଭ ଓ ସରକାରୀ ଦମନରେ ମୃତ୍ୟୁ ସଂଖ୍ୟା ୨,୫୦୦ରୁ ଅଧିକ ହୋଇଯିବା ପରେ ଆନ୍ତର୍ଜାତୀୟ ସମ୍ପ୍ରଦାୟରେ ଗଭୀର ଉଦ୍ବେଗ ଓ ନିନ୍ଦାର ଝଡ଼ ଉଠିଛି।

13_01_2026-iran_conflict_9574295

iran conflict Photograph: (Photo: social media)

ତେହେରାନ୍: ଇରାନରେ ଚାଲିଥିବା ବିକ୍ଷୋଭ ଓ ସରକାରୀ ଦମନରେ ମୃତ୍ୟୁ ସଂଖ୍ୟା ୨,୫୦୦ରୁ ଅଧିକ ହୋଇଯିବା ପରେ ଆନ୍ତର୍ଜାତୀୟ ସମ୍ପ୍ରଦାୟରେ ଗଭୀର ଉଦ୍ବେଗ ଓ ନିନ୍ଦାର ଝଡ଼ ଉଠିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ଉପରେ ଆକ୍ରମଣ ଚେତାବନୀ ଓ ଆନ୍ଦୋଳନକାରୀଙ୍କୁ ସମର୍ଥନ ଘୋଷଣା ପରେ ପରିସ୍ଥିତି ଭୟାନକ ରୂପ ନେଇଛି। ଜାତିସଂଘ ମାନବାଧିକାର ସଂଗଠନ ମୁଖ୍ୟ ଭୋଲ୍କର ଟର୍କ ଇରାନ ସରକାରଙ୍କ ଦ୍ବାରା ବିକ୍ଷୋଭକାରୀଙ୍କ ବିରୋଧରେ ସମସ୍ତ ହିଂସା ଓ ଦମନ ତୁରନ୍ତ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି। ବିକ୍ଷୋଭକାରୀଙ୍କୁ ‘ଆତଙ୍କବାଦୀ’ ବୋଲି ଚିହ୍ନିତ କରି ଦମନକୁ ନ୍ୟାୟୋଚିତ କରିବାକୁ ଇରାନ ଚଳାଇଥିବା ପ୍ରୟାସକୁ ସେ ନିନ୍ଦା କରିଛନ୍ତି। ଇରାନ ଦ୍ବାରା ଦ୍ରୁତ ବିଚାର ଓ ମୃତ୍ୟୁଦଣ୍ଡର ଅତ୍ୟନ୍ତ ଚିନ୍ତାଜନକ ବୋଲି କହିଛନ୍ତି।

ଇଉରୋପୀୟ ସଂଘର ନେତାମାନେ ଇରାନରେ ଚାଲିଥିବା ହିଂସା ଓ ସରକାରୀ ଦମନକୁ କଡ଼ା ନିନ୍ଦା କରିଛନ୍ତି। ବ୍ରିଟେନ ବିଦେଶ ସଚିବ ଇଭେଟ୍ କୁପର ଇରାନୀୟ ରାଷ୍ଟ୍ରଦୂତଙ୍କୁ ଡକାଇ ‘ଭୟଙ୍କର ଓ ନିର୍ମମ ହତ୍ୟା’ ପ୍ରସଙ୍ଗରେ ପ୍ରତିବାଦ ଜଣାଇଛନ୍ତି। ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନର ନେତାମାନେ ମିଳିତ ବିବୃତିରେ ଇରାନୀୟ ସୁରକ୍ଷା ବାହିନୀଙ୍କ ହିଂସାକୁ ନିନ୍ଦା କରି ବିକ୍ଷୋଭକାରୀଙ୍କ ସୁରକ୍ଷା ଓ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନର ଅଧିକାର ରକ୍ଷା କରିବାକୁ ଦାବି କରିଛନ୍ତି।

ଆହୁରି ପଢନ୍ତୁ: Badminton Tournament: ସିନ୍ଧୁଙ୍କୁ ଶକ୍ତ ଝଟକା, ପ୍ରଥମ ରାଉଣ୍ଡ୍‌ରୁ ବିଦା ହେଲେ ପଣ୍ଡା ଭଉଣୀ

ୟୁରୋପୀୟ ସଂସଦ ସଭାପତି ରୋବର୍ଟା ମେଟସୋଲା ଇରାନୀୟ କୂଟନୈତିକ କର୍ମଚାରୀଙ୍କୁ ସଂସଦ ପରିସରରୁ ନିଷିଦ୍ଧ ଘୋଷଣା କରିଛନ୍ତି ଏବଂ ନୂଆ ନିଷେଧାଦେଶ ପାଇଁ ପ୍ରସ୍ତାବ ଦେଇଛନ୍ତି। ଚୀନ୍ ଇରାନରେ ବାହ୍ୟ ହସ୍ତକ୍ଷେପକୁ ବିରୋଧ କରିଛି ଏବଂ ଇରାନର ଆଭ୍ୟନ୍ତରୀଣ ବ୍ୟାପାରରେ ବିଦେଶୀ ହସ୍ତକ୍ଷେପ ନିନ୍ଦନୀୟ ବୋଲି କହିଛି।

ଆହୁରି ପଢନ୍ତୁ: Silver Price: ରୁପା ଦର ୩ ଲକ୍ଷ ଉପରେ, ୫ ଦିନରେ ବଢ଼ିଲା ୩୯ହଜାର

ରୁଷ୍‌ ଇରାନକୁ ନେଇ ଆମେରିକାର ଆଭିମୁଖ୍ୟକୁ କଡ଼ା ନିନ୍ଦା କରିଛି। ଆମେରିକା ଇରାନରେ ଆକ୍ରମଣ କଲେ ମଧ୍ୟପ୍ରାଚ୍ୟରେ ବିପର୍ଯ୍ୟୟକର ପରିଣାମ ହେବ ବୋଲି ଚେତାବନୀ ଦେଇଛି। ଇରାନର ସଂସଦ ବାଚସ୍ପତି ଟ୍ରମ୍ପଙ୍କୁ ଇରାନୀୟ ଲୋକଙ୍କ ହତ୍ୟାକାରୀ ବୋଲି ଅଭିହିତ କରିଛନ୍ତି। ଆମ୍ନେଷ୍ଟି ଇଣ୍ଟରନ୍ୟାସନାଲ୍ ଓ ହ୍ୟୁମାନ୍ ରାଇଟ୍ସ୍ ଓ୍ବାଚ୍ ଏହି ହିଂସାକୁ ଗଣହତ୍ୟା ବୋଲି ବର୍ଣ୍ଣନା କରି ଅନ୍ତର୍ଜାତୀୟ ତଦନ୍ତ ଓ ଦାୟିତ୍ୱ ନିର୍ଧାରଣ ଦାବି କରିଛି। ଏହି ପରିସ୍ଥିତି ମଧ୍ୟପ୍ରାଚ୍ୟରେ ଅସ୍ଥିରତା ବଢ଼ାଇଛି ଏବଂ ଆମେରିକା-ଇରାନ ମଧ୍ୟରେ ସମ୍ଭାବ୍ୟ ସଂଘର୍ଷର ଆଶଙ୍କା ସୃଷ୍ଟି କରିଛି। ଅନ୍ତର୍ଜାତୀୟ ସମ୍ପ୍ରଦାୟ ଇରାନକୁ ହିଂସା ବନ୍ଦ କରିବାକୁ ଓ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ରାସ୍ତା ଖୋଲିବାକୁ ପ୍ରସ୍ତାବ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe