ବିବାହର ୭ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ‌ହେଲେ 'ଇସ୍କବାଜ୍' ଅଭିନେତ୍ରୀ ନବିନା

ବିବାହର ୭ବର୍ଷ ପରେ ସ୍ବାମୀ ଜିତ୍ କର୍ଣ୍ଣାନୀଙ୍କଠାରୁ ଅଲଗା ହେଲେ 'ଇସ୍କବାଜ' ଅଭିନେତ୍ରୀ ନବିନା ବୋଲେ। ଗତ ୩ମାସ ହେଲା ସ୍ବାମୀଙ୍କଠାରୁ ଅଲଗା ରହୁଥିବା କହିଲେ ଅଭିନେତ୍ରୀ।

bole

ମୁମ୍ବାଇ: ବିବାହର ୭ବର୍ଷ ପରେ ସ୍ବାମୀ ଜିତ୍ କର୍ଣ୍ଣାନୀଙ୍କଠାରୁ ଅଲଗା ହେଲେ 'ଇସ୍କବାଜ' ଅଭିନେତ୍ରୀ ନବିନା ବୋଲେ। ଗତ ୩ମାସ ହେଲା ସ୍ବାମୀଙ୍କଠାରୁ ଅଲଗା ରହୁଥିବା କହିଲେ ଅଭିନେତ୍ରୀ। ଟିଭି ସୋ’ 'ଇସ୍କବାଜ' ଓ 'ତାରାକ ମେହେତା କା ଉଲଟା ଚଷମା'ରେ' ଅଭିନୟ କରି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ନବିନା ବୋଲେ ତାଙ୍କ ସ୍ୱାମୀ ଜିତ କର୍ଣ୍ଣାନୀଙ୍କୁ ଛାଡପତ୍ର ଦେବାକୁ ଯାଉଥିବା ଘୋଷଣା କରିଛନ୍ତି। ଏହି ଅଭିନେତ୍ରୀ ଗତ କିଛି ମାସ ହେବ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା ରହୁଥିବା ବେଳେ ଏବେ ଏକ ସାକ୍ଷାତକାରରେ ନବିନ‌ା ଛାଡପତ୍ରର କାରଣ ଜଣାଇଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆକୁ ଦେଇଥିବା ଏକ ସାକ୍ଷାତକାରରେ ନବିନା ବୋଲେ କହିଛନ୍ତି ଯେ, ଜିତ୍ ଏବଂ ମୁଁ ତିନିମାସ ପୂର୍ବରୁ ଅଲଗା ରହିବା ଆରମ୍ଭ କରିଛୁ ଏବଂ ଆମେ ଶୀଘ୍ର ଛାଡ଼ପତ୍ର ପାଇଁ ଆବେଦନ କରିବୁ। ହେଲେ ଆମେ ଦୁହେଁ ମିଶି ଆମର ପାଞ୍ଚ ବର୍ଷର ଝିଅ କିମାୟରାଙ୍କ ଦେଖାଶୁଣା କରିବୁ। ଜିତ୍ କିମାୟରାଙ୍କ ସହିତ ସପ୍ତାହରେ ଦୁଇ ଦିନ ବିତାଉଛନ୍ତି । ଆମେ ଦୁହେଁ ଶାନ୍ତିପୂର୍ଣ୍ଣ ଭ‌ାବେ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ। ଏକାଠି ରହି ଅଶାନ୍ତିରେ ଜୀବନ କାଟିବା ଅପେକ୍ଷା ଅଲଗା ହୋଇ ଖୁସି ରହିବୁ ବୋଲି ଆମେ ନିଷ୍ପତ୍ତି ନେଲୁ। ପ୍ରଥମେ ଜିତ୍ ଏବଂ ମୋର ବିବାହ ଭଲ ଚାଲିଥିଲା। କିନ୍ତୁ ଧୀରେ ଧୀରେ ସବୁ ବଦଳିଗଲା । ପରସ୍ପରର ମନ କଥା ବୁଝିବା ଏବଂ ପରସ୍ପର ସହିତ ସମୟ ବିତାଇବା ବିବାହରେ ଗୁରୁତ୍ୱପୂର୍ଣ୍ଣ, ଯାହା ଆମ ବିବାହରେ ଅଭାବ ଥିଲା।

ଅଧିକ ପଢ଼ନ୍ତୁ- https://sambad.in/latest/sexual-harassment-allegations-in-malayalam-film-industry-actor-mohanlal-amma-resigns-6930093

ଅଧିକ ପଢ଼ନ୍ତୁ- https://sambad.in/latest/auto-driver-rapes-nursing-student-on-way-home-in-ratnagiri-6929743

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe