Jio hotstar May take action: ପିସିବିକୁ କାଠଗଡ଼ାକୁ ଟାଣିବେ ପ୍ରସାରଣକାରୀ ସଂସ୍ଥା

Advertisment

ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌କୁ ବର୍ଜନ କଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆର୍ଥିକ କ୍ଷତି ସହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେବ। ବିଶ୍ବକପ୍‌ର ପ୍ରସାରଣ ଅଧିକାର କିଣିଥିବା ଜିଓ ହଟ୍‌ଷ୍ଟାର୍‌ ମଙ୍ଗଳବାର ଏହି ସଙ୍କେତ ଦେଇଛି।

ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌କୁ ବର୍ଜନ କଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆର୍ଥିକ କ୍ଷତି ସହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେବ। ବିଶ୍ବକପ୍‌ର ପ୍ରସାରଣ ଅଧିକାର କିଣିଥିବା ଜିଓ ହଟ୍‌ଷ୍ଟାର୍‌ ମଙ୍ଗଳବାର ଏହି ସଙ୍କେତ ଦେଇଛି।

pcb

ନୂଆଦିଲ୍ଲୀ: ଭାରତ ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌କୁ ବର୍ଜନ କଲେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଆର୍ଥିକ କ୍ଷତି ସହିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନର ମଧ୍ୟ ସମ୍ମୁଖୀନ ହେବ। ବିଶ୍ବକପ୍‌ର ପ୍ରସାରଣ ଅଧିକାର କିଣିଥିବା ଜିଓ ହଟ୍‌ଷ୍ଟାର୍‌ ମଙ୍ଗଳବାର ଏହି ସଙ୍କେତ ଦେଇଛି। ମ୍ୟାଚ୍‌ ବର୍ଜନ କଲେ କାଠଗଡ଼ାକୁ ଆସିବାକୁ ପ୍ରସ୍ତୁତ ରୁହ ବୋଲି ପିସିବିକୁ ଏହି କଂପାନି ଅନୌପଚାରିକ ଭାବେ ଧମକ ଦେଇଛି। ସେହିଭଳି ଆଇସିସି ମଧ୍ୟ ପିସିବିକୁ ମିଳିବାକୁ ଥିବା ପାଖାପାଖି ୩୫ ନିୟୁତ ଡଲାର ବା ୩୧୬ କୋଟି ଟଙ୍କାକୁ ଅଟକାଇ ଦେବାର ସଙ୍କେତ ଦେଇଛି। କାରଣ ବିଶ୍ବକପ୍‌ର ପ୍ରସାରଣ ଅଧିକାର ବିକ୍ରି କଲା ବେଳେ ସବୁମ୍ୟାଚ୍‌ ପାଇଁ ଆଇସିସି ଚୁକ୍ତି କରିଥିଲା। ସେଥିରେ ଫେବ୍ରୁଆରି ୧୫ର ଭାରତ-ପାକିସ୍ତାନ ମ୍ୟାଚ୍‌ ମଧ୍ୟ ସାମିଲ ଥିଲା। ଏହି ମ୍ୟାଚ୍‌ ସର୍ବାଧିକ ରାଜସ୍ବ ଅର୍ଜନ କରିବାର କ୍ଷମତା ରଖୁଥିଲା।

ବାଂଲାଦେଶ ନିର୍ବାଚନ ଲାଗି ଏସବୁ ଖେଳ
ବାଂଲାଦେଶରେ ଏବେ ଭାରତ ବିରୋଧୀ ଲହର ଚାଲିଛି। ମୌଳବାଦୀ ଓ କଟ୍ଟରପନ୍ଥୀମାନେ ଏହି ଦେଶକୁ ଏକପ୍ରକାର କବ୍‌ଜାକୁ ନେଇ ଯାଇଛନ୍ତି। ପୁଣି ଫେବ୍ରୁଆରି ୧୨ରେ ସେଠାକାର ସାଧାରଣ ନିର୍ବାଚନ ହେବାର ଅଛି। ଏଭଳି ଗୋଳମାଳିଆ ସ୍ଥିତିରୁ ଫାଇଦା ଉଠାଇବାକୁ ପାକିସ୍ତାନ ମସୁଧା କରୁଛି। ବାଂଲାଦେଶରେ ପାକ୍‌ ସମର୍ଥିତ ସରକାର ଅବସ୍ଥାପିତ କରିବାକୁ ଚାହୁୁଛି। ଏଣୁ କ୍ରିକେଟ୍‌କୁ ଏଥିଲାଗି ହାତବାରିସି କରିଛି।

ଆହୁରି ପଢନ୍ତୁ: Air India Switch Cutoff: ଏୟାର୍ ଇଣ୍ଡିଆର ଇନ୍ଧନ ସୁଇଚ୍ କଟ୍‌ଅଫ୍ ଭୟ: କ’ଣ ହୋଇଥିଲା କହିଲା ଡିଜିସିଏ

ପାକିସ୍ତାନର ଆଭ୍ୟନ୍ତରୀଣ ବ୍ୟାପାର ମନ୍ତ୍ରୀ ମୋହସିନ ନକ୍‌ଭୀ ନିଜ ଦେଶର କ୍ରିକେଟ୍ ବୋର୍ଡର ମୁଖ୍ୟ ଥିବାରୁ ବିଶ୍ବକପ୍‌ ମ୍ୟାଚ୍‌କୁ ବର୍ଜନ କରି ବାଂଲାଦେଶ କ୍ରିକେଟ୍‌ ବୋର୍ଡକୁ ମିଛମିଛିକା ନୈତିକ ସମର୍ଥନ ଦେବାର ନାଟକ କରୁଛନ୍ତି। ତେବେ ଥରେ ବାଂଲାଦେଶ ନିର୍ବାଚନ ଶେଷ ହୋଇଗଲେ ସେ ନିଜ ସ୍ବର ପରିବର୍ତ୍ତନ କରିବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି କେତେକ ରାଜନୈତିକ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe