ଦୟାକରି ମୋ ସହ ଫିଲ୍ମ କର; ରଣବୀର ଏହା କହିଥିବା ଦାବି କଲେ କଙ୍ଗନା

କଙ୍ଗନା ଦାବି କରିଛନ୍ତି ଯେ ତାଙ୍କୁ ରାଜକୁମାର ହିରାନୀଙ୍କ ଫିଲ୍ମ 'ସଞ୍ଜୁ; ଅଫର କରାଯାଇଥିଲା। କିନ୍ତୁ ସେ ଫିଲ୍ମ କରିବାକୁ ମନା କରିଦେଇଥିଲେ। ରଣବୀର କପୁର ଫିଲ୍ମର ଅଫର ଆଣି ଆସିଥିବା ଦାବି କରିଛନ୍ତି କଙ୍ଗନା |

tt

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଏବେ ନିଜ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି | ଏହି ଚଳଚ୍ଚିତ୍ରରେ ସେ ପୂର୍ବତନ ଦିବଂଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମ ପାଇଁ କଙ୍ଗନା ଏବେ କ୍ରମାଗତ ଭାବରେ ବିଭିନ୍ନ ସାକ୍ଷାତକାରରେ ନଜର ଆସୁଥିବା ଦେଖାଯାଉଛି | ସାକ୍ଷାତକାରରେ ଫିଲ୍ମ ବ୍ୟତୀତ ସେ ତାଙ୍କ ବ୍ୟକ୍ତିଗତ-ବୃତ୍ତିଗତ ଜୀବନ ବିଷୟରେ ଖୋଲାଖୋଲି ଭାବରେ କହୁଥିବା ଦେଖିବାକୁ ମିଳିଛି | ଏବେ ଏକ ସାକ୍ଷାତକାରରେ ରଣବୀର କପୁର ଅନୁରୋଧ କରିବା ପରେ ବି ସେ ଫିଲ୍ମ କରିନଥିବା ଦାବି କରିଛନ୍ତି | 

ସାକ୍ଷାତକାର ସମୟରେ ଯେତେବେଳେ ଉପସ୍ଥାପକ ସିଦ୍ଧାର୍ଥ କନନ କଙ୍ଗନାଙ୍କୁ ପଚାରିଥିଲେ ଯେ, ଯେଉଁମାନଙ୍କ ସହ ସେ କାମ କରିବାକୁ ମନା କରିଦେଇଥିଲେ ସେମାନଙ୍କ ସହ ପରେ କଥା ହେବାକୁ ସଙ୍କୋଚ କରୁଥିଲେ କି? ଉତ୍ତରରେ କଙ୍ଗନା କହିଥିଲେ, ସେ ଅନେକ ବଡ ବଡ ଚଳଚ୍ଚିତ୍ରର ଅଫରକୁ ମନା କରିଛନ୍ତି। କିନ୍ତୁ ଏହା ତାଙ୍କ ବୃତ୍ତିଗତ ସମ୍ପର୍କକୁ ପ୍ରଭାବିତ କରିନାହିଁ | ରଣବୀର ନିଜେ ମୋ ଘରକୁ ଆସି କହିଥିଲେ, ଦୟାକରି ସଞ୍ଜୁରେ ଏକ ଭୂମିକା କରିବାକୁ ରାଜି ହୁଅ। ହେଲେ ମୁଁ ସେହି ଫିଲ୍ମ କରିଲି ନାହିଁ |"

ଅନ୍ୟ ଏକ ସାକ୍ଷାତକାରରେ କଙ୍ଗନା ଦାବି କରିଥିଲେ ଯେ, ତାଙ୍କୁ ସଲମାନ ଖାନଙ୍କ ଅଭିନୀତ ଫିଲ୍ମ ବଜରଙ୍ଗୀ ଭାଇଜାନ ଏବଂ ସୁଲତାନ ମଧ୍ୟ ଅଫର କରାଯାଇଥିଲା। କିନ୍ତୁ ସେ ଏହାକୁ ଗ୍ରହଣ କରିନଥିଲେ।

ଅଧିକ ପଢନ୍ତୁ- https://sambad.in/india-and-beyond/elon-musk-should-bring-sunita-back-nasa-said-when-he-will-return-6923481

ଅଧିକ ପଢନ୍ତୁ- https://sambad.in/india-and-beyond/will-modi-go-to-pakistan-why-did-shahbaz-send-the-invitation-know-6923432

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe