ଡ୍ରଗ୍ସ ଖାଇ ଫିଲ୍ମ କରୁଛନ୍ତି; ଏଭଳି କହି ରଣବୀରଙ୍କୁ ଟାର୍ଗେଟ କଲେ କଙ୍ଗନା

ଗତ ବର୍ଷ ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବିପୁଳ ରୋଜଗାର ସହିତ ଏକ ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା। ନିକଟରେ ନିଜ ଫିଲ୍ମ 'ଏମରଜେନ୍ସି'ର ପ୍ରଚାର ବେଳେ କଙ୍ଗନା ରାନାୱତ 'ଆନିମଲ'କୁ ସମାଲୋଚନା କରିଥିବା ଦେଖାଯାଇଛି |

ranbira

ମୁମ୍ବାଇ: ବଲିଉଡର କୁଇନ୍ ଭାବେ ଜଣାଶୁଣା କଙ୍ଗନା ରାନାୱତ ତାଙ୍କ ଆଗାମୀ ଚଳଚ୍ଚିତ୍ର 'ଏମରଜେନ୍ସି' ପାଇଁ ଚର୍ଚ୍ଚାରେ ଅଛନ୍ତି। ଆଜିକାଲି ସେ ତାଙ୍କ ଚଳଚ୍ଚିତ୍ରର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ କଙ୍ଗନା ରାନାୱତ, ରଣବୀର କପୁରଙ୍କ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଆନିମଲ' କୁ ତୀବ୍ର ସମାଲୋଚନା କରିଥିଲେ। କଙ୍ଗନା ରାନାୱତଙ୍କର ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ 'ଆନିମଲ' ଚଳଚ୍ଚିତ୍ର ବିଷୟରେ କହୁଥିବା ଦେଖିବାକୁ ମିଳିଛି ।

ଭିଡିଓରେ କଙ୍ଗନା କହୁଛନ୍ତି, 'ଦେଖନ୍ତୁ ବର୍ତ୍ତମାନ କେଉଁ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ ହେଉଛି। ପୁରୁଷ ପ୍ରଧାନ ଚଳଚ୍ଚିତ୍ରଗୁଡ଼ିକ ବକ୍ସ ଅଫିସରେ କିଭଳି ଧମାଲ କରୁଛି । ଏହି ଫିଲ୍ମ ଦେଖି ଲୋକେ ତାଳି ମାରିବା ସହ ସିଟି ମାରୁଛନ୍ତି। ଏହାକୁ ଦେଖିଲେ ଲାଗୁଛି କେଉଁଠାରୁ ଆସୁଛନ୍ତି ଏ ଲୋକ। ଫିଲ୍ମରେ କୁରାଢ଼ି ଧରି ହିରୋ ବାହାରୁଛି। ମସିନ୍ ଗନ୍ ନେଇ ସ୍କୁଲକୁ ଯାଉଛି। ଆଇନ ଶୃଙ୍ଖଳା ବିଷୟରେ କାହାକୁ ଜଣାନାହିଁ। ମଜା ଚାଲିଛି। ନା ସମାଜ କଲ୍ୟାଣ ପାଇଁ, ନା ଦେଶର ସୀମା ପାଇଁ, ନା ଜନ କଲ୍ୟାଣ ପାଇଁ ଏମାନେ ଫିଲ୍ମ କରୁଛନ୍ତି । କେବଳ ଡ୍ରଗ୍ସ ନେଇ ମଜା କରୁଛନ୍ତି।

ତାଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେଉଛି।

ଅଧିକ ବଢ଼ନ୍ତୁ- https://sambad.in/leading/minister-says-on-bird-flue-issue-6932535

ଅଧିକ ବଢ଼ନ୍ତୁ- https://sambad.in/latest/emergency-trailer-shiromani-gurdwara-prabandhak-committee-sent-legal-notice-to-kangana-ranaut-asked-apologies-hurting-sikhs-sentiments-6931907

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe