Khwaja Asif Photograph: (Photo: social Media)
ଇସଲାମାବାଦ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଗିରଫ କରାଯାଉ ବୋଲି ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ବିବାଦୀୟ ବୟାନ ଦେଇ କହିଛନ୍ତି। ଏକ ଟିଭି ସାକ୍ଷାତକାରରେ ଆସିଫ କହିଛନ୍ତି, ତୁର୍କୀ ନେତାନ୍ୟାହୁଙ୍କୁ ଗିରଫ କରିପାରେ। ନେତାନ୍ୟାହୁଙ୍କୁ ତୁର୍କୀ ଗିରଫ କରୁ ବୋଲି ପାକିସ୍ତାନର ଲୋକମାନେ ପ୍ରାର୍ଥନା କରୁଥିବା ସେ କହିଛନ୍ତି।
ଆସିଫ ଆହୁରି ମଧ୍ୟ କହିଛନ୍ତି ଯେ, ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଯେପରି ଅଟକ ରଖାଯାଇଥିଲା ସେହିପରି ଆମେରିକା ନେତାନ୍ୟାହୁଙ୍କୁ ମଧ୍ୟ ଅଟକ ରଖିବା ଉଚିତ। ଆସିଫ୍ ନେତାନ୍ୟାହୁଙ୍କୁ ମାନବତା ବିରୋଧରେ ଜଣେ ବଡ଼ ଅପରାଧୀ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ, ଗାଜାରେ ପାଲେଷ୍ଟାଇନ ଲୋକମାନଙ୍କ ବିରୋଧରେ ଏବେ ଦେଖାଯାଇଥିବା ହିଂସା ଇତିହାସରେ ପୂର୍ବରୁ କେବେ ଦେଖାଯାଇ ନଥିଲା। ଆସିଫ ପାକିସ୍ତାନୀ ନ୍ୟୁଜ ଚାନେଲକୁ ଦେଇଥିବା ସାକ୍ଷାତକାରର ଏକ ଭିଡିଓ କ୍ଲିପ୍ ଏବେ ଅନଲାଇନରେ ସେୟାର ହେଉଛି।
ଆହୁରି ପଢନ୍ତୁ: IAS Success Story: ଦିନେ ଷଷ୍ଠ ଶ୍ରେଶୀରେ କରି ପାରୁନଥିଲେ ପାସ, ନିଜର କଠିନ ପରିଶ୍ରମ ବଳରେ ହୋଇପାରିଛନ୍ତି ଆଇଏଏସ
ଆଲୋଚନାବେଳେ ଉପସ୍ଥାପକ ହମିର ମୀର କହିଥିଲେ, ଏହି ମନ୍ତବ୍ୟ ଖୁବ୍ ସମ୍ବେଦନଶୀଳ। ଆସିଫ୍ ପଚାରିଥିଲେ ଏପରି ଅପରାଧୀଙ୍କୁ କେଉଁମାନେ ସମର୍ଥନ କରୁଛନ୍ତି। ଯେଉଁମାନେ ସେମାନଙ୍କୁ ସମର୍ଥନ କରୁଛନ୍ତି, ସେମାନଙ୍କ ପାଇଁ ଆଇନ କ’ଣ କହୁଛି। ହମିଦ ମୀର ଆସିଫଙ୍କୁ ଏହା ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଇଙ୍ଗିତ କରି କହୁନାହାନ୍ତି ତ ବୋଲି ପଚାରିଥିଲେ।
ଆହୁରି ପଢନ୍ତୁ: Nitish Kumar: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦିଆଯାଉ ଭାରତ ରତ୍ନ: ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି...
ପାକିସ୍ତାନର ଇସ୍ରାଏଲ ସହିତ କୌଣସି କୂଟନୈତିକ ସମ୍ପର୍କ ନଥିବାବେଳେ ସର୍ବଦା ପାଲେଷ୍ଟାଇନକୁ ସମର୍ଥନ କରିଆସୁଛି। ପାକିସ୍ତାନର ଇରାନ ସହିତ ମଧ୍ୟ ଘନିଷ୍ଠ ସମ୍ପର୍କ ରହିଛି, ଯିଏକି ଇସ୍ରାଏଲର ଦୃଢ଼ ବିରୋଧୀ। ସାକ୍ଷାତକାରରେ ଆସିଫ ଆହୁରି କହିଥିଲେ ଯେ, ଗାଜା ଅପରାଧ ନେଇ ଆନ୍ତର୍ଜାତିକ କ୍ରିମିନାଲ କୋର୍ଟ (ଆଇସିସି) ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁଙ୍କ ବିରୋଧରେ ଗିରଫ ପରୱାନା ଜାରି କରୁ।
Follow Us