ଏତେ କୋଟିର ମାଲିକ ଅବସର ଘୋଷଣା କରିଥିବା ଭାରତୀୟ କ୍ରିକେଟର୍‌ ଶିଖର ଧୱନ୍

ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଅବସର ଘୋଷଣା କରିଥିବା ଭାରତୀୟ କ୍ରିକେଟର୍‌ ଶିଖର ଧୱନଙ୍କ ମୋଟ ସମ୍ପତିକୁ ନେଇ ଏବେ ଚର୍ଚା ଆରମ୍ଭ ହୋଇଛି | ଅବସର ପରେ ମୋର ଦୃଷ୍ଟିକୋଣ ହେଉଛି ଅଧିକ ସଫଳ ହେବା ଏବଂ ଧନ ବୃଦ୍ଧି କରିବା ବୋଲି କହିଛନ୍ତି ଶିଖର |

sikhar

ନୂଆଦିଲ୍ଲୀ: ଘରୋଇ ଓ ଅନ୍ତର୍ଜାତୀୟ କ୍ରିକେଟର୍‌ରୁ ଶନିବାର ସକାଳେ ଅବସର ଘୋଷଣା କରିଥିଲେ  କ୍ରିକେଟର୍‌ ଶିଖର ଧୱନ୍। ସେ ପ୍ରଶଂସକମାନଙ୍କ ପାଇଁ ଏକ ଭାବପ୍ରବଣଭରା ସୋସିଆଲ୍‌ ମିଡିଆ ପୋଷ୍ଟ୍‌ କରି ତାଙ୍କ ଅବସର ସଂପର୍କରେ ସୂଚନା ଦେଇଥିଲେ। ପୋଷ୍ଟରେ ସେ ସମସ୍ତ ପ୍ରକାରର କ୍ରିକେଟ୍‌ରୁ ଅବସର ନେଉଥିବା ଘୋଷଣା କରିଥିବା ବେଳେ ଏବେ ତାଙ୍କର ମୋଟ ସମ୍ପତିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି |

ଧୱନ ତାଙ୍କର ୧୨ବର୍ଷର କ୍ୟାରିୟରରେ ଅଧିକ ଅର୍ଥ  ଅର୍ଜନ କରିଛନ୍ତି | ଆଇପିଏଲ୍ ଖେଳିବା ପରେ ତାଙ୍କର ଧନ ବୃଦ୍ଧି ହୋଇଥିବା ଜଣାପଡିଛି | ୨୦୦୮ ରେ ଆଇପିଏଲ୍ ପ୍ରଥମ କରି ଆରମ୍ଭ ହୋଇଥିବା ବେଳେ ଦିଲ୍ଲୀ ଡେୟାରଡେଭିଲ୍ସ (ବର୍ତ୍ତମାନ ଦିଲ୍ଲୀ କ୍ୟାପିଟାଲସ) ପାଇଁ ଖେଳୁଥିଲେ ଧୱନ | ଏଥିପାଇଁ ଦଳ ତାଙ୍କୁ ୧୨ଲକ୍ଷ ଟଙ୍କା ପାରିଶ୍ରମିକ ଆକାରରେ ଦେଉଥିଲା | ଗତ ବର୍ଷ ଧୱନ ପଞ୍ଜାବ କିଙ୍ଗସ ପାଇଁ ଖେଳିଥିବା ବେଳେ ତାଙ୍କୁ ବାର୍ଷିକ ଶୁଳ୍କ ଭାବରେ ୮କୋଟି ୨୫ଲକ୍ଷ ଟଙ୍କା ଦିଆଯାଇଥିବା ଜଣାପଡିଛି। 

କିନ୍ତୁ ହାଇଦ୍ରାବାଦ ତାଙ୍କୁ ଅଧିକ ପାରିଶ୍ରମିକ ଦେଇଥିବା ସାମ୍ନାକୁ ଆସିଛି । ୨୦୧୪ରୁ ୨୦୧୭ ପର୍ଯ୍ୟନ୍ତ ହାଇଦ୍ରାବାଦ ଧୱନଙ୍କୁ ପ୍ରତିବର୍ଷ ୧୨ କୋଟି ୫୦ ଲକ୍ଷ ଟଙ୍କା ଦେଇଥିଲା ବୋଲି ସାମ୍ନାକୁ ଆସିଛି | ମୋଟ ଉପରେ, ଧୱନ ଏପର୍ଯ୍ୟନ୍ତ ଆଇପିଏଲର ୧୬ଟି ସଂସ୍କରଣରେ ଖେଳିଛନ୍ତି ଏବଂ ସେ ନିଜେ ଆଇପିଏଲରୁ ୯୧କୋଟି ୮୦ଲକ୍ଷ ଟଙ୍କା ରୋଜଗାର କରିଛନ୍ତି। ଯଦି ଆମେ ତାଙ୍କ ମୋଟ ସମ୍ପତି ଉପରେ ନଜର ପକାଇବା ତେବେ ସେ ମୋଟ ୧୨୫କୋଟି ଟଙ୍କାର ମାଲିକ ଅଟନ୍ତି |

ଧୱନ କ୍ରିକେଟ ବ୍ୟତୀତ ବିଭିନ୍ନ ବ୍ରାଣ୍ଡର ଆମ୍ବାସାଡ଼ର ମଧ୍ୟ ଅଟନ୍ତି | ସେ ଜିଓ,​​ନେରୋଲାକ ପେଣ୍ଟସ, ଲେଜ, ଓପୋ, ବୋଟ, ଆଇଏମଜି ରିଲାଏନ୍ସ, ଏଲସିସ୍ ପୋର୍ଟ, ବି-ଷ୍ଟାର ସହିତ ଅନେକ ବଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ଅଛନ୍ତି |

ଅଧିକ ପଢନ୍ତୁ-  https://sambad.in/india-and-beyond/man-ki-baat-modi-spoke-to-the-youth-involved-in-the-space-sector-6923724

ଅଧିକ ପଢନ୍ତୁ- https://sambad.in/entertainment/why-did-jahanvi-cut-off-her-hand-in-the-marriage-of-abhishek-aishwarya-6923681

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe