Kurnool Bus Accident: ବାଇକକୁ ଧକ୍କା ଦେଇ ଜଳିଗଲା ବସ, ଜୀବନ୍ତ ଦଗ୍ଧ ହୋଇଗଲେ ୨୦ ଯାତ୍ରୀ

ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନାତେକୁର ଭୋର ସମୟରେ ଘଟିଛି ଭୟାନକ ଦୁର୍ଘଟଣା | ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏସି ବସରେ ନିଆଁ ଲାଗିଯିବାରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି।

bus accident

Bus Fire in Kurnool Andhrapradesh Photograph: (Image Courtesy: IndiaTV)

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲ ଜିଲ୍ଲାର ଚିନ୍ନାତେକୁର ଭୋର ସମୟରେ ଘଟିଛି ଭୟାନକ ଦୁର୍ଘଟଣା | ହାଇଦ୍ରାବାଦରୁ ବେଙ୍ଗାଲୁରୁ ଯାଉଥିବା କାବେରୀ ଟ୍ରାଭେଲ୍ସ ଏସି ବସରେ ନିଆଁ ଲାଗିଯିବାରୁ ଅତି କମରେ ୨୦ ଜଣଙ୍କର ମୃତ୍ୟୁ ଆଶଙ୍କା କରାଯାଉଛି। ପ୍ରାୟ ୨୧ ଜଣ ଲୋକ ବସ୍ ଝରକା ଭାଙ୍ଗି ବସ୍ ରୁ ଡେଇଁ ପଳାଇ ଯାଇଥିଲେ। ଯେଉଁମାନେ ଝରକା ଦେଇ ଯାଇପାରିନଥିଲେ ସେମାନଙ୍କର ମୃତ୍ୟୁ ହୋଇଯାଇଛି | 

ଭୋର ପ୍ରାୟ ୩ଟା ସମୟରେ ଏହି ଦୁଃଖଦ ଦୁର୍ଘଟଣା ଘଟିଥିଲା, ଯେତେବେଳେ ଏକ ମୋଟରସାଇକେଲ ସହିତ ଧକ୍କା ହେବା ଏବଂ ଇନ୍ଧନ ଲିକ୍ ହେବାର କିଛି ମିନିଟ୍ ପରେ ବସ୍ ଟିରେ ନିଆଁ ଲାଗିଯାଇଥିଲା। ବସ୍ ର ଅତିରିକ୍ତ ଡ୍ରାଇଭରଙ୍କ ଅନୁଯାୟୀ, ସେମାନେ ପ୍ରଥମେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ, ଏବଂ ନିଆଁ ନିୟନ୍ତ୍ରଣ ବାହାରକୁ ଯିବା ପରେ ସେମାନେ କାଚ ଭାଙ୍ଗିବାକୁ ଚେଷ୍ଟା କରିଥିଲେ। କୁର୍ଣ୍ଣୁଲ ପୋଲିସ ସୁପରିଣ୍ଟେଣ୍ଡେଣ୍ଟ କହିଛନ୍ତି ଯେ ଯେଉଁମାନେ ବସ୍ ରୁ ଡେଇଁ ପଡ଼ିଥିଲେ ସେମାନେ ବଞ୍ଚି ଯାଇଥିଲେ। 

ଆହୁରି ପଢନ୍ତୁ: Kurnool bus fire: ବେଙ୍ଗାଲୁରୁ-ହାଇଦ୍ରାବାଦ ରାଜପଥରେ ଭୟଙ୍କର ଦୁର୍ଘଟଣା; ବାଇକ୍‌କୁ ଧକ୍କା ଦେଇ ଜଳିଗଲା ଯାତ୍ରୀବାହୀ ବସ୍‌

ବସରେ କେତେ ଯାତ୍ରୀ ଥିଲେ?

ଜିଲ୍ଲା କଲେକ୍ଟରଙ୍କ ଅନୁଯାୟୀ, ବସ୍ ଟିରେ ଦୁଇ ଡ୍ରାଇଭର ସମେତ ୪୧ ଜଣ ଥିଲେ। ବର୍ତ୍ତମାନ ୨୧ ଜଣଙ୍କୁ ଠାବ କରାଯାଇଛି ଏବଂ ବାକି ୨୦ ଜଣଙ୍କ ମଧ୍ୟରୁ 11 ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଉଭୟ ଡ୍ରାଇଭର ଫେରାର୍ ଅଛନ୍ତି। ଅଗ୍ନିଶମ ଏବଂ ପୋଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଛି। ଆହତମାନଙ୍କୁ କୁର୍ଣ୍ଣୁଲର ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଏକ ଏଫଆଇଆର ରୁଜୁ କରିଛି ଏବଂ ଘଟଣାର ତଦନ୍ତ କରୁଛି।

ଆହୁରି ପଢନ୍ତୁ: unit-1 market: ‘ଚକ୍ରବ୍ୟୂହ’ରେ ୧ନମ୍ବର ହାଟ ବ୍ୟବସାୟୀ: ନାଲିଫିତା ତଳେ ଭୂତଳ ଜଳଭଣ୍ଡାର ପ୍ରସ୍ତାବ

ଶୋକପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ 
ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିଛନ୍ତି | ପ୍ରଧାନମନ୍ତ୍ରୀ ଶୋକବାର୍ତ୍ତାରେ ଲେଖିଛନ୍ତି ଯେ କୁର୍ଣ୍ଣୁଲ ବସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି | ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯିବ ବୋଲି ମୋଦୀ ଘୋଷଣା କରିଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe