କ୍ରିକେଟରେ ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତି ମନୁ

ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବା ପରେ ସୁଟର ମନୁ ଭାକର ତିନିମାସର ବିରତି ନେଇ ଭାରତର ଅଧିନାୟକ ସୂର୍ଯ୍ୟକୁମାରଙ୍କୁ ଭେଟି କ୍ରି‌କେଟ ବିଷୟରେ ବୈଷୟିକ ଜ୍ଞାନ ନେଉଛନ୍ତି।

୧୨୫

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ୨୦୨୪ରେ ଭାରତ ପାଇଁ ଦୁଇଟି ବ୍ରୋଞ୍ଜ ପଦକ ଜିତିଥିବା ଭାରତର ସୁଟର ମନୁ ଭାକର ବର୍ତ୍ତମାନ ନୂଆ ଖେଳ ଖେଳିବାକୁ ମନ ବଳାଇଛନ୍ତି। ନିକଟରେ ସେ ଘୋଡାସବାରି, ଭାରତନାଟ୍ୟମ ଓ ସ୍କେଟିଙ୍ଗ ଶଖିବାର ଇଚ୍ଛା ଥିବା କହିଥିଲେ। 
ଏହି କ୍ରମରେ ମନୁ  ବର୍ତ୍ତମାନ କ୍ରିକେଟରେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଚେଷ୍ଟା କରୁଛନ୍ତି। ଏଥିପାଇଁ ମନୁ ସୋସିଆଲ ମିଡିଆରେ ଭାରତର ଟି -୨୦ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ସହିତ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋରେ ସେ ଏକ ସୁନ୍ଦର କ୍ୟାପସନ ଦେଇଛନ୍ତି।
 ମନୁ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ମିଷ୍ଟର ୩୬୦ଡିଗ୍ରି ଅଫ ଇଣ୍ଡିଆ(ଅଧିନାୟକ ସୂର୍ଯ୍ୟକୁମାର)ଙ୍କ ସହିତ ଏକ ନୂଆ ବିଷୟରେ ବୈଷୟିକ ଜ୍ଞାନ ନେଉଛି।’

https://x.com/realmanubhaker/status/1827558398336119049?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1827558398336119049%7Ctwgr%5Efc17f27fc68bef81bd92418af283ab3fceab4812%7Ctwcon%5Es1_&ref_url=https%3A%2F%2Fwww.amarujala.com%2Fcricket%2Fcricket-news%2Fphoto-manu-bhaker-meets-suryakumar-yadav-learning-techniques-of-a-new-sport-2024-08-25
ଫଟୋରେ ସୋସିଆଲ ମିଡିଆରେ ଯେଉଁ ଫଟୋ ସେୟାର କରିଛନ୍ତି ସେଥିରେ ସେ ବ୍ୟାଟିଙ୍ଗ  ପୋଜ ଦେଇ ଛିଡ଼ା ହୋଇଥିବା ଦେଖିବାକୁ ମିଳୁଛି।  
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିବା ପରେ ମନୁ ବର୍ତ୍ତମାନ ତିନି ମାସର ବିରତିରେ ଅଛନ୍ତି। ବିରତି ସମୟକୁ ସେ ସମ୍ପୂର୍ଣ୍ଣ ଉପଯୋଗ କରୁଛନ୍ତି । ସେ ପ୍ୟାରିସ ଅଲିମ୍ପିକ୍ସରେ ୧୦ମିଟର ଏୟାର ପିସ୍ତଲର ବ୍ୟକ୍ତିଗତ ତଥା ମିଶ୍ରିତ ଦଳ ଇଭେଣ୍ଟରେ ମନୁ ବ୍ରୋଞ୍ଜ ପଦକ ଜିତିଥିଲେ। ସମାନ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସେ ହେଉଛନ୍ତି ପ୍ରଥମ ଭାରତୀୟ ଖେଳାଳି।

ଅଧିକ ପଢ଼ନ୍ତୁ https://sambad.in/latest/gabbars-retirement-6923331

ଅଧିକ ପଢ଼ନ୍ତୁhttps://sambad.in/latest/gabbars-retirement-6923331

ଅଧିକ ପଢ଼ନ୍ତୁhttps://sambad.in/india-and-beyond/elon-musk-should-bring-sunita-back-nasa-said-when-he-will-return-6923481

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe