Masood Azhar: ଜୈସ୍‌ ପାଖରେ ଅଛନ୍ତି ହଜାରେ ଆତ୍ମଘାତୀ ଆକ୍ରମଣକାରୀ: ଅଡିଓ ବାର୍ତ୍ତାରେ ମାସୁଦ ଆଝାରର ଧମକ

Advertisment

ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ନିଜ ଆତଙ୍କବାଦୀଙ୍କ ସାମର୍ଥ୍ୟ ଓ ସଂଖ୍ୟାକୁ ନେଇ ପୁଣି ଥରେ ବାହାସ୍ଫୋଟ ମାରିବା ସହିତ ଧମକ ଦେଇଛି। ମାସୁଦର ଏକ ଅଡିଓ ବାର୍ତ୍ତା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି

ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ନିଜ ଆତଙ୍କବାଦୀଙ୍କ ସାମର୍ଥ୍ୟ ଓ ସଂଖ୍ୟାକୁ ନେଇ ପୁଣି ଥରେ ବାହାସ୍ଫୋଟ ମାରିବା ସହିତ ଧମକ ଦେଇଛି। ମାସୁଦର ଏକ ଅଡିଓ ବାର୍ତ୍ତା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି

masood

ଇସଲାମାବାଦ: ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଙ୍ଗଠନ ଜୈସ୍‌-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ନିଜ ଆତଙ୍କବାଦୀଙ୍କ ସାମର୍ଥ୍ୟ ଓ ସଂଖ୍ୟାକୁ ନେଇ ପୁଣି ଥରେ ବାହାସ୍ଫୋଟ ମାରିବା ସହିତ ଧମକ ଦେଇଛି। ମାସୁଦର ଏକ ଅଡିଓ ବାର୍ତ୍ତା ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି, ଯେଉଁଥିରେ ସେ ଦାବି କରିଛି ଯେ, ତା’ର ସଙ୍ଗଠନ ପାଖରେ ହଜାରେରୁ ଅଧିକ ଆତ୍ମଘାତୀ ଆକ୍ରମଣକାରୀ ଅଛନ୍ତି। ଆତ୍ମଘାତୀ ଆକ୍ରମଣକାରୀ ଯେକୌଣସି ସମୟରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଅଛନ୍ତି।

ମାସୁଦ ଆଝାର ଏହି ଅଡିଓରେ କହିଛିି, ତା’ର ସଙ୍ଗଠନର ଆତଙ୍କବାଦୀ ନା କୌଣସି ସାଂସାରିକ ସୁବିଧା ଦାବି କରନ୍ତି ନା କୌଣସି ବ୍ୟକ୍ତିଗତ ଲାଭ କିମ୍ବା ଖୁସି ଖୋଜିଥାନ୍ତି। ସେ କହିଛନ୍ତି, ତାଙ୍କ ପାଖରେ ଯେତେ ଆତଙ୍କବାଦୀ ଅଛନ୍ତି ଯଦି ସେ ତାଙ୍କ ସଂଖ୍ୟା ସାର୍ବଜନୀନ କରିଦିଅନ୍ତି ତେବେ ସାରା ଦୁନିଆର ଗଣମାଧ୍ୟମରେ ହଇଚଇ ସୃଷ୍ଟି ହୋଇଯିବ। ଏଥିରେ ଜୈସ୍‌ ପାଖରେ ବହୁ ସଂଖ୍ୟାରେ ପ୍ରଶିକ୍ଷିତ ଆତଙ୍କବାଦୀ ଥିବା ଚର୍ଚ୍ଚା ହେଉଛି। ସୁରକ୍ଷା ବିଶେଷଜ୍ଞ କହିଛନ୍ତି, ଆତଙ୍କବାଦୀ ସଙ୍ଗଠନ ଚାପରେ ଥିଲେ ଏପରି ଅଡିଓ ଜାରି କରନ୍ତି।

ଆହୁରି ପଢନ୍ତୁ: Surat Rahman Dacoit: ୨୦ ବର୍ଷ ଧରି ପୁଲିସକୁ ଚକମା ଦେଉଥିବା ‘ରହମାନ ଡକାୟତ’ ଗିରଫ, ଅପରାଧ ନେଟୱାର୍କ ୧୪ଟି ରାଜ୍ୟରେ ବ୍ୟାପିଥିଲା

ଭାରତ ଗତବର୍ଷ ମେ’ ମାସରେ ପାକିସ୍ତାନରେ ଜୈସର ଆତଙ୍କବାଦୀ ଆଡ୍ଡା ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ତା’ର ଅନେକ ସଦସ୍ୟଙ୍କର ମୃତ୍ୟୁ ହୋଇଥିଲା। ଏହି ଅଡିଓ ମାସୁଦ ଆଝାରର ମାନସିକ ସ୍ଥିତି ଓ ବିଚଳତାକୁ ଦର୍ଶାଉଛି। ମାସୁଦ ଅଡିଓରେ ଦର୍ଶାଇଛି ଯେ, ଆତଙ୍କବାଦୀମାନେ ସହିଦ ହେବାକୁ ପୂରା ବ୍ୟଗ୍ର ଅଛନ୍ତି। ସେମାନେ ମୋତେ ଚିଠି ଲେଖି ଧମକ ଦେଉଛନ୍ତି, ସେମାନଙ୍କୁ ଆଗକୁ ପଠାଇବାକୁ କହୁଛନ୍ତି। ଏମାନେ ଜଣେ ନୁହେ, କି ଦୁଇ ଜଣ ନୁହେ, ଶହେ ନୁହେ, ହଜାରେ ନୁହେ, କହିଦେଲେ ପୂରା ବିଶ୍ବର ମିଡିଆରେ ହଇଚଇ ସୃଷ୍ଟି ହୋଇଯିବ।

ଆହୁରି ପଢନ୍ତୁ: Prashant Tamang : ପରଲୋକରେ ଇଣ୍ଡିଆନ୍ ଆଇଡଲ୍ ସିଜିନ୍-୩ ବିଜେତା

ମାସୁଦର ଏହି ଅଡିଓ କେତେ ତାରିଖର ଜଣାପଡ଼ିନାହିଁ କିନ୍ତୁ ଏହା ଜୈସ୍‌-ଏ-ମହମ୍ମଦର ବୋଲି ଜଣାପପଡ଼ିଛି। ସୂଚନାଯୋଗ୍ୟ, ୨୦୧୯ ପରେ ମାସୁଦ ଆଝାରକୁ ସର୍ବସାଧାରଣରେ ଦେଖାଯାଇନାହିଁ। ୨୦୧୯ରେ ବହାବଲପୁରରେ ତା’ର ଠିକଣାରେ ହୋଇଥିବା ଆକ୍ରମଣ ପରେ ସେ ଲୁଚି ରହିଛି। ବିଭିନ୍ନ ସମୟରେ ତା’ର ନାଁରେ ଅଡିଓ ଓ ଲିଖିତ ବାର୍ତ୍ତା ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇଥାଏ। ଏପରି ବାର୍ତ୍ତା ଦ୍ବାରା ଆତଙ୍କବାଦୀ ସଂଗଠନ ଭୟର ବାତାବରଣ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଥାନ୍ତି। ଏହାସହିତ ନିଜ ସଙ୍ଗଠନ ଓ କ୍ୟାଡରଙ୍କ ମନୋବଳ ଦୃଢ଼ ରଖିବାକୁ ଚେଷ୍ଟା କରିଥାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe