ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବାଧୀନ ଉପା ସରକାର ଅମଳରୁ ଚାଲି ଆସିଥିବା ମହାତ୍ମା ଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)କୁ ବଦଳାଇ ମୋଦୀ ସରକାର ଭିବି-ଜି ରାମ ଜି ଯୋଜନା ଆଣିଛନ୍ତି। ଏହି ପରିବର୍ତ୍ତନ ପଛର କାରଣ ସମ୍ପର୍କରେ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଆଲୋଚନା କରାଯାଇଛି। ମନରେଗାରେ ଢାଞ୍ଚାଗତ ସମସ୍ୟା ଥିଲା। ବାସ୍ତବ ସ୍ଥଳରେ କାମ ହେଉନଥିଲା। ପ୍ରତ୍ୟକ୍ଷ ଅଗ୍ରଗତି ଓ ବ୍ୟୟ ମଧ୍ୟରେ ତାରତମ୍ୟ ରହୁଥିଲା। ବହୁଦିନ ଧରି ଏହି ସମସ୍ୟା ଲାଗି ରହିଥିଲା। ଯେଉଁ ଢାଞ୍ଚା ଉପରେ ମନରେଗା ଯୋଜନା ଗଠନ କରାଯାଇଥିଲା ତାହା ନିଜର ଶେଷ ସୀମାରେ ପହଞ୍ଚିଯାଇଥିଲା। ସାମ୍ପ୍ରତିକ ଗ୍ରାମୀଣ ବାସ୍ତବତାକୁ ନଜରରେ ରଖି ଏହି ଯୋଜନାରେ ପରିବର୍ତ୍ତନ ଆଣିବା ଜରୁରୀ ହୋଇପଡ଼ିଥିଲା ବୋଲି ସର୍ଭେରେ ଉଲ୍ଲେଖ ରହିଛି।
ମନରେଗା କାର୍ଯ୍ୟକାରୀ ହେବା ପରେ ନିୟମିତ ବ୍ୟବଧାନରେ ବହୁ ପ୍ରଯୁକ୍ତି ଆଧାରିତ ଓ ପ୍ରଶାସନିକ ସଂସ୍କାର ପଦକ୍ଷେପ ଗ୍ରହଣ କରାଯାଇଥିଲା। ତାହାର ପ୍ରଭାବରେ ଯୋଜନାରେ ଲୋକଙ୍କ ଅଂଶଗ୍ରହଣ ବଢ଼ିବା ସହ ସ୍ବଚ୍ଛତା ଓ ଡିଜିଟାଲ ପ୍ରଶାସନ ନିଶ୍ଚିତ ହୋଇପାରିଥିଲା। କିନ୍ତୁ ବିଭିନ୍ନ ରାଜ୍ୟରେ କାମର ସମୀକ୍ଷା ବେଳେ ସେଥିରେ ଅନେକ ଅନ୍ତର ଥିବା ସ୍ପଷ୍ଟ ହୋଇଥିଲା।
ଆହୁରି ପଢନ୍ତୁ: Urea Rate: ୟୁରିଆ ଦର ବଢ଼ାଇବାକୁ ପ୍ରସ୍ତାବ
ଡିଜିଟାଲ ଉପସ୍ଥାନକୁ ନିୟମିତ ବ୍ୟବଧାନରେ ଅପବ୍ୟବହାର କରାଯାଉଥିବା, ପାଣ୍ଠି ଆତ୍ମସାତ୍ ହେଉଥିଲା ଏବଂ କରୋନା ମହାମାରୀ ପରବର୍ତ୍ତୀ ସମୟରେ ଅତି ଅଳ୍ପ ସଂଖ୍ୟକ ପରିବାର ବର୍ଷକୁ ୧୦୦ ଦିନର କାମ କରୁଥିଲେ। ବର୍ଷ ପରେ ବର୍ଷ ଗଡ଼ିବା ସହ ଲୋକମାନଙ୍କ ଆୟ ବଢ଼ିଥିଲା। ଗ୍ରାମାଞ୍ଚଳରେ ସଡ଼କ ସଂଯୋଗରେ ଉନ୍ନତି ହୋଇଥିଲା। ଜୀବନଜୀବିକାରେ ବିବିଧତା ଆସିଥିଲା।
ଆହୁରି ପଢନ୍ତୁ: Skill Development Workshop ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ନେଇ ଏକ ଦିବସୀୟ ଦକ୍ଷତା ବିକାଶ କର୍ମଶାଳା
ଏହି ସବୁ କାରଣ ପାଇଁ ଗ୍ରାମୀଣ ନିଯୁକ୍ତିର ଆବଶ୍ୟକତା ବି ବଦଳିଥିଲା। ଏହାକୁ ନଜରରେ ରଖି ସରକାର ‘ବିକଶିତ ରୋଜଗାର ଗ୍ୟାରେଣ୍ଟି ଓ ଆଜୀବିକା ମିସନ (ଗ୍ରାମୀଣ) ନିୟମ ୨୦୨୫ ଲାଗୁ କରିଥିଲେ। ଗ୍ରାମୀଣ ନିଯୁକ୍ତି ନୀତି ଓ ବିକଶିତ ଭାରତ ୨୦୪୭ ଲକ୍ଷ୍ୟକୁ ନଜରରେ ରଖି ମନରେଗାରେ ଢାଞ୍ଚାଗତ ପରିବର୍ତ୍ତନ କରି ଭିବି-ଜି ରାମ ଜି ଯୋଜନା ପ୍ରସ୍ତୁତ କରାଯାଇଛି ବୋଲି ସର୍ଭେରେ କୁହାଯାଇଛି।
Follow Us