Murder in Bangladesh: ବାଂଲାଦେଶରେ ହିନ୍ଦୁ ଯୁବକଙ୍କୁ ଗାଡ଼ି ମଡ଼ାଇ ହତ୍ୟା

Advertisment

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ରିପୋନ ଶାହ। ସେ ରାଜବାଡ଼ି ଜିଲ୍ଲା ଅଧୀନସ୍ଥ ଗୋଲାଣ୍ଡା ମୋଡ଼ର କରିମ ତେଲଟାଙ୍କିରେ କାମରେ ଥିବାବେଳେ ଏକ ଗାଡ଼ି ତେଲ ପକାଇବାପାଇଁ ଆସିଥିଲା।

ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ରିପୋନ ଶାହ। ସେ ରାଜବାଡ଼ି ଜିଲ୍ଲା ଅଧୀନସ୍ଥ ଗୋଲାଣ୍ଡା ମୋଡ଼ର କରିମ ତେଲଟାଙ୍କିରେ କାମରେ ଥିବାବେଳେ ଏକ ଗାଡ଼ି ତେଲ ପକାଇବାପାଇଁ ଆସିଥିଲା।

5b3b04d9-2018-4d0f-ba69-8fcb7ff8ec65

ଢାକା: ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତ ବ୍ୟକ୍ତିଙ୍କ ନାଁ ରିପୋନ ଶାହ। ସେ ରାଜବାଡ଼ି ଜିଲ୍ଲା ଅଧୀନସ୍ଥ ଗୋଲାଣ୍ଡା ମୋଡ଼ର କରିମ ତେଲଟାଙ୍କିରେ କାମରେ ଥିବାବେଳେ ଏକ ଗାଡ଼ି ତେଲ ପକାଇବାପାଇଁ ଆସିଥିଲା। ତେଲ ପକାଇବାପରେ ଗାଡ଼ି ଡ୍ରାଇଭର ଟଙ୍କା ନଦେଇ ପଳାଉଥିଲା। ରିପୋନ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସେ ତାଙ୍କ ଉପରେ ଗାଡ଼ି ମଡ଼ାଇ ଦେଇଥିଲା। ଫଳରେ ଘଟଣାସ୍ଥଳରେ ରିପୋନଙ୍କର ମୃତ୍ୟୁ ‌ହୋଇଯାଇଛି। ରାଜବାଡ଼ି ସଦର ପୁଲିସ ମୁଖ୍ୟ ଖୋନ୍ଦକୀ ଜିଆଉର ରେହମାନ କହିଛନ୍ତି, ଉକ୍ତ ଘଟଣାରେ ଏକ ହତ୍ୟା ମାମଲା ରୁଜୁ ହେବ।

 ପୁଲିସ ଏବଂ ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ ଏକ କଳା ଏସ୍‌ୟୁଭି ଶୁକ୍ରବାର ଭୋର୍‌ ପ୍ରାୟ ୪.୩୦ ସମୟରେ‌ ତେଲ ପକାଇବାପାଇଁ ପହଞ୍ଚିଥିଲା ଏବଂ ପାଖାପାଖି ୩,୭୧୦ ଟଙ୍କାର ତେଲ ପକାଇଥିଲା। ଡ୍ରାଇଭର ଯେତେବେଳେ ଟଙ୍କା ନଦେଇ ସ୍ଥାନ ଛାଡ଼ି ପଳାଇଥିଲା ଶାହ ତାଙ୍କ ଗାଡ଼ି ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁୁ କାର୍‌ଟି ତାଙ୍କ ଉପରେ ଅତି ଦ୍ରୁତ ଗତି‌ରେ ମଡ଼ାଇ ପଳାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ ପରେ ଏହି ଗାଡ଼ିଟିକୁ ଜବତ କରିଛି ଏବଂ ଗାଡ଼ି ମାଲିକ ଅବୁ ହଶେମ ଓରଫ ସୁଜନ (୫୫) ଏବଂ ତାଙ୍କ ଡ୍ରାଇଭର କମଲ ହୋସେନ (୪୩)ଙ୍କୁ ଗିରଫ କରିଛି। ମିଳିଥିବା ସୂଚନାନୁଯାୟୀ ହଶେମ ହେଉଛି ବିଏନ୍‌ପି (ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି)ର ରାଜବାଡ଼ି ଜିଲ୍ଲାର ପୂର୍ବତନ କୋଷାଧ୍ୟକ୍ଷ ଏବଂ ସେ ଜିଲ୍ଲା ଯୁବ ଦଳର ପୂର୍ବତନ ସଭାପତି। ବୃତ୍ତିରେ ସେ ଜଣେ କଣ୍ଟ୍ରାକ୍ଟର।

ଆହୁରି ପଢନ୍ତୁ: Controvercy Statement: ଦଳିତ ମହିଳାଙ୍କୁ ଦୁଷ୍କର୍ମ କରାଯିବାକୁ ନେଇ କଂଗ୍ରେସ ବିଧାୟକଙ୍କ ବିବାଦୀୟ ମନ୍ତବ୍ୟ‌; ବିଜେପିର ତୀବ୍ର ସମାଲୋଚନା

ଉଲ୍ଳେଖଯୋଗ୍ୟ ଯେ ବାଂଲାଦେଶରେ ଗତ କିଛି ଦିନ ହେବ ହିନ୍ଦୁ ବିରୋଧୀ ହିଂସା ତେଜିଛି। କେବଳ ୨୦୨୫ ଡିସେମ୍ବରରେ ବାଂଲାଦେଶରେ ୫୧ଟି ସାମ୍ପ୍ରଦାୟିକ ହିଂସା ଘଟଣା ଦେଖିବାକୁ ମିଳିଛି। ପ୍ରାଣତୋଶ ସରକାର ନାମକ ଜଣେ ୪୨ ବର୍ଷୀୟ ଗହଣା ବ୍ୟବସାୟୀଙ୍କୁ ଡିସେମ୍ବର ୨ ତାରିଖରେ ନରଶିଙ୍ଗଡ଼ିରେ କିଛି ଦୁର୍ବୃତ୍ତ ଗୁଳି କରି ହତ୍ୟା କରିଥିଲେ। ଡିସେମ୍ବର ୧୮ ତାରିଖରେ ମୟମନସିଂହରେ ୨୫ ବର୍ଷୀୟ ଫ୍ୟାକ୍ଟ୍ରି କର୍ମଚାରୀ ଦୀପୁ ଚନ୍ଦ୍ର ଦାସଙ୍କୁ ପୁଟିପିଟି ହତ୍ୟା କରାଯାଇଥିଲା ଏବଂ ତାଙ୍କ ମର ଶରୀରକୁ ଗଛରେ ବାନ୍ଧି ନିଆଁ ଲଗାଇ ଦିଆଯାଇଥିଲା। ଅନ୍ୟଜଣେ ହିନ୍ଦୁ ଯୁବକ ଅମୃତ ମଣ୍ଡଳଙ୍କୁ ଡିସେମ୍ବର ୨୪ ତାରିଖରେ ପିଟିପିଟି ହତ୍ୟା କରାଯାଇଥିଲା।

ଆହୁରି ପଢନ୍ତୁ: Resort Politics: ମୁମ୍ବାଇରେ ପୁଣି ଫେରିଲା ରିସୋର୍ଟ ରାଜନୀତି, ମେୟର ପଦକୁ ନେଇ ପ୍ରତିଦ୍ବନ୍ଦ୍ବିତା ଆରମ୍ଭ

ଡିସେମ୍ବର ୩୧ ତାରିଖରେ ଖୋକନ ଚନ୍ଦ୍ର ଦାସଙ୍କ ଉପ‌ରେ ଆକ୍ରମଣ ପରେ ତାଙ୍କ ଦେହ‌ରେ ଦୁର୍ବୃତ୍ତମାନେ ନିଆଁ ଲଗାଇ ଦେଇଥିଲେ । ୩ ଦିନ ଚିକିତ୍ସା ହେବାପରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାନୁଆରି ୫ ତାରିଖରେ ମୋନି ଚକ୍ରବର୍ତ୍ତିଙ୍କୁ ହତ୍ୟା କରାଯାଇଥିଲା। ଜାନୁଆରି ୫ ତାରିଖରେ ମଧ୍ୟ ଜଣେ ସାମ୍ବାଦିକ ରାଣା ପ୍ରତାପ ବୈରାଗୀଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଜାନୁଆରି ୬ ତାରିଖରେ ମିଥୁର ସରକାର ନାମକ ଜଣେ ବ୍ୟକ୍ତିଙ୍କ ଦେହରେ କିଛି ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ତେବେ ସେ ପ୍ରାଣ ବଞ୍ଚାଇବାପାଇଁ କେନାଲକୁ ଡେଇଁ ପଡ଼ିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe