ପ୍ରେମ ଅନ୍ୟମାନଙ୍କୁ ଅପମାନିତ କରେ ନାହିଁ; ଭାଇରାଲ ହେଲା ନତାଶାଙ୍କ ଏଭଳି ପୋଷ୍ଟ

ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି । ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ନତାଶାଙ୍କ ଇନଷ୍ଟା ପୋଷ୍ଟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

nats

ମୁମ୍ବାଇ: ଟିମ୍ ଇଣ୍ଡିଆର ଅଲରାଉଣ୍ଡର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଅଲଗା ହୋଇଯାଇଛନ୍ତି | ଉଭୟ କିଛି ଦିନ ତଳେ ନିଜର ଛାଡପତ୍ର ବାବଦରେ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଥିଲେ। ନତାଶା ଓ ହାର୍ଦ୍ଦିକ ଏକ ସୋସିଆଲ ମିଡିଆ ପୋଷ୍ଟରେ ଲେଖିଥିଲେ ଯେ ଉଭୟ ପାରସ୍ପରିକ ସମ୍ମତି ସହିତ ଅଲଗା ହୋଇଯାଇଛନ୍ତି। ଛାଡ଼ପତ୍ର ଘୋଷଣା ପରେ ଦୁହେଁ ଏହା ପଛର କାରଣ ଜଣାଇନଥିବା ବେଳେ ଏବେ ନାତାଶା ଇନଷ୍ଟାରେ ରଖିଥିବା ଷ୍ଟୋରୀ ଭାଇରାଲ ହେବାରେ ଲାଗିଛି। ନିଜ ଷ୍ଟୋରୀରେ ସେ ପ୍ରେମର ମାନେ ବୁଝାଇଥିବା ଦେଖିବାକୁ ମିଳିଛି।

ସେ ରଖିଥିବା ଷ୍ଟୋରୀରେ ଲେଖାଯାଇଛି ‌ଯେ, “ପ୍ରେମ ଧୈର୍ଯ୍ୟବାନ ଅଟେ। ପ୍ରେମ ଦୟାଳୁ ଅଟେ । ଏହା ଈର୍ଷା କରେ ନାହିଁ। ଏହା ଗର୍ବ କରେ ନାହିଁ। ଏହା ଅନ୍ୟମାନଙ୍କୁ ଅପମାନିତ କରେ ନାହିଁ । ଏହା ସହଜରେ କ୍ରୋଧିତ ହୁଏ ନାହିଁ । ଏହା ଭୁଲର କୌଣସି ରେକର୍ଡ ରଖେ ନାହିଁ । ପ୍ରେମ ଖରାପ ସମୟରେ ଖୁସି ହୁଏ ନାହିଁ ବରଂ ଭଲ ସମୟରେ ଖୁସି ମନାଏ।  ଏହା ସର୍ବଦା ସୁରକ୍ଷା କରେ, ସର୍ବଦା ବିଶ୍ୱାସ କରେ, ସର୍ବଦା ଆଶା କରେ, ସର୍ବଦା ସଂରକ୍ଷଣ କରେ। ପ୍ରେମ କେବେ ବିଫଳ ହୁଏ ନାହିଁ। ”

ତାଙ୍କର ଏହି ଷ୍ଟୋରୀକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ହାର୍ଦ୍ଦିକ ତାଙ୍କୁ ଅପମାନିତ କରୁଥିଲେ କି? ବୋଲି ଲୋକେ ପ୍ରଶ୍ନ କରିଛନ୍ତି।

ଅଧିକ ପଢ଼ନ୍ତୁ- https://sambad.in/leading/dengue-cases-increase-in-state-6929809

ଅଧିକ ପଢ଼ନ୍ତୁ- https://sambad.in/latest/kangana-ranaut-says-farmers-protest-couldve-led-to-bangladesh-like-situation-bjp-reacts-6929403

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe