Naxal :ଦାଦାବଟି ଲୋଭରେ ଜଙ୍ଗଲ ଛାଡୁନାହାନ୍ତି ବଡ଼ ନକ୍ସଲ

Advertisment

ସାରଣ୍ଡା ଜଙ୍ଗଲରେ ଗତ ଦୁଇ ସପ୍ତାହ ତଳେ ଘଟିଥିବା ଏନକାଉଣ୍ଟରରେ ୧୭ ଜଣ ନକ୍ସାଲ ନିହତ ହେବା ପରେ ମଧ୍ୟ କିଛି ବଡ଼ ପୁରସ୍କାର ଘୋଷଣା ହୋଇଥିବା କେତେକ ନକ୍ସାଲ ଏପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତୁତ ହେଇନାହାନ୍ତି। ସୁରକ୍ଷା ବାହିନୀଙ୍କ ଭୟଙ୍କର ଚାପ ଥିବା ସତ୍ତ୍ୱେ ମଧ୍ୟ ସେମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିବାକୁ ମନ ବନ୍ଧିଛନ୍ତି।

ସାରଣ୍ଡା ଜଙ୍ଗଲରେ ଗତ ଦୁଇ ସପ୍ତାହ ତଳେ ଘଟିଥିବା ଏନକାଉଣ୍ଟରରେ ୧୭ ଜଣ ନକ୍ସାଲ ନିହତ ହେବା ପରେ ମଧ୍ୟ କିଛି ବଡ଼ ପୁରସ୍କାର ଘୋଷଣା ହୋଇଥିବା କେତେକ ନକ୍ସାଲ ଏପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତୁତ ହେଇନାହାନ୍ତି। ସୁରକ୍ଷା ବାହିନୀଙ୍କ ଭୟଙ୍କର ଚାପ ଥିବା ସତ୍ତ୍ୱେ ମଧ୍ୟ ସେମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିବାକୁ ମନ ବନ୍ଧିଛନ୍ତି।

naxal

14 naxals killed in encounter today Photograph: (sambad.in)


ବିଶ୍ରା: ସରଣ୍ଡା ଜଙ୍ଗଲରେ ଗତ ଦୁଇ ସପ୍ତାହ ତଳେ ଘଟିଥିବା ଏନକାଉଣ୍ଟରରେ ୧୭ ଜଣ ନକ୍ସଲ ନିହତ ହେବା ପରେ ମଧ୍ୟ କିଛି ବଡ଼ ପୁରସ୍କାର ଘୋଷଣା ହୋଇଥିବା କେତେକ ନକ୍ସଲ ଏପର୍ଯ୍ୟନ୍ତ ଅସ୍ତ୍ର ଛାଡ଼ିବାକୁ ପ୍ରସ୍ତୁତ ହେଇନାହାନ୍ତି। ସୁରକ୍ଷା ବାହିନୀଙ୍କ ଭୟଙ୍କର ଚାପ ଥିବା ସତ୍ତ୍ୱେ ମଧ୍ୟ ସେମାନେ ଜଙ୍ଗଲ ମଧ୍ୟରେ ଲୁଚି ରହିବାକୁ ମନ ବନ୍ଧିଛନ୍ତି। ଗତ ୨୨ ଜାନୁଆରିରେ ଝାଡ଼ଖଣ୍ଡର ନକ୍ସଲ ଇତିହାସର ସବୁଠାରୁ ବଡ଼ ଏନକାଉଣ୍ଟର ଘଟିଥିଲା। ଏନକାଉଣ୍ଟର ପରେ ସୁରକ୍ଷା ବାହିନୀଙ୍କ ଦ୍ୱାରା ବ୍ୟାପକ ସର୍ଚ୍ଚ ଅପରେସନ ଜାରି ରହିଛି। ଏହି ଅଭିଯାନ ସମୟରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସୁରକ୍ଷା ବାହିନୀଙ୍କ ହାତରେ ଲାଗିଛି, ଯାହାରୁ ନକ୍ସଲମାନଙ୍କର ଭବିଷ୍ୟତ ଯୋଜନା ସ୍ପଷ୍ଟ ହୋଇଛି। ଏହି ତଥ୍ୟ ଅନୁସାରେ ନକ୍ସଲମାନେ କୌଣସି ପ୍ରକାରେ ଜଙ୍ଗଲ ଯୁଦ୍ଧ ଜାରି ରଖିବାକୁ ଚାହୁଁଛନ୍ତି ଏବଂ ଆତ୍ମସମର୍ପଣ କରିବାକୁ ମନସ୍ଥ କରୁନାହାନ୍ତି।

ଆହୁରି ପଢନ୍ତୁ: 🔴 LIVE | News Updates 5 February 2026: ଆତଙ୍କବାଦୀ ଆକ୍ରମଣରେ ୨୦୦ ଲୋକଙ୍କ ମୃତ୍ୟୁ; ଓମାନରେ ଆଲୋଚନା କରିବେ ଆମେରିକା-ଇରାନ; ‘ୱାସିଂଟନ ପୋଷ୍ଟ’ରେ ଛଟେଇ

ପୁଲିସର ତଥ୍ୟ ଅନୁସାରେ ସରଣ୍ଡା ଜଙ୍ଗଲରେ ଏବେ ମଧ୍ୟ ୫୦ରୁ ୫୫ ଜଣ ନକ୍ସଲ ଲୁଚି ରହିଛନ୍ତି। ସେଥିମଧ୍ୟରେ ରହିଛନ୍ତି ପ୍ରତ୍ୟେକଙ୍କୁ ଏକ କୋଟି ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ଦୁଇ ନକ୍ସଲ୍‌। ଝାଡ଼ଖଣ୍ଡ ପୁଲିସର ଆଇଜି (ଅଭିଯାନ) ଡାକ୍ତର ମାଇକେଲ ରାଜଙ୍କ କହିବାନୁସାରେ, ଯେଉଁ ନକ୍ସଲମାନେ ଆତ୍ମସମର୍ପଣ କରିବାକୁ ଚାହୁଁନାହାନ୍ତି, ସେମାନଙ୍କ ପଛରେ ମୂଳ କାରଣ ହେଉଛି ଦାଦାବଟି ଲୋଭ। ବେଆଇନ ଟଙ୍କା ଆଦାୟ ମାଧ୍ୟମରେ ମିଳୁଥିବା ଅର୍ଥ ସେମାନଙ୍କୁ ଜଙ୍ଗଲରୁ ବାହାରିବାକୁ ଦେଉନାହିଁ। ମିଳିଥିବା ସୂଚନା ଅନୁସାରେ, ବଡ଼ ବଡ଼ ନକ୍ସଲମାନେ ଛୋଟ କ୍ୟାଡରମାନଙ୍କୁ ଆତ୍ମସମର୍ପଣ ନକରିବାକୁ ଲଗାତାର ପ୍ରଲୋଭନ ଦେଉଛନ୍ତି। ଅନେକ ଛୋଟ କ୍ୟାଡର ମୁଖ୍ୟଧାରାକୁ ଫେରିବାକୁ ଚାହୁଁଥିଲେ ମଧ୍ୟ, ଟଙ୍କା ଓ ଭୟ ଦେଖାଇ ସେମାନଙ୍କୁ ଅଟକେଇ ଦିଆ ଯାଉଛି।

ଆଇଜିଙ୍କ ମତରେ ବର୍ତ୍ତମାନ କେବଳ ଜଣେ ଦୁଇଜଣ ବଡ଼ ନକ୍ସଲ ହିଁ ଆତ୍ମସମର୍ପଣ ବିରୋଧରେ ରହିଛନ୍ତି। ଆଇଜି ଏହା ମଧ୍ୟ କହିଛନ୍ତି ଯେ, ନକ୍ସାଲଙ୍କ ମଧ୍ୟରେ ଏବେ କୌଣସି ଆଦର୍ଶ ବା ସିଦ୍ଧାନ୍ତ ରହି ଯାଇ ନାହିଁ। ଲୋକଙ୍କୁ ଭୟଭୀତ କରିବା, ନିଆ ଲଗାଇବା ଓ ଛୋଟ-ମୋଟ ଆକ୍ରମଣ ମାଧ୍ୟମରେ ସେମାନେ କେବଳ ଅର୍ଥ ଉପାର୍ଜନ କରିବାକୁ ଚେଷ୍ଟା କରୁଛନ୍ତି। ପୁଲିସ ଅଧିକାରୀଙ୍କ କହିବାନୁସାରେ, ସାରଣ୍ଡା ଜଙ୍ଗଲକୁ ସୁରକ୍ଷା ବାହିନୀ ଏଭଳି ଭାବେ ଘେରି ରଖିଛନ୍ତି ଯେ ନକ୍ସାଲମାନଙ୍କ ପାଇଁ ଜଙ୍ଗଲରୁ ବାହାରିବା  କଷ୍ଟକର ହୋଇପଡ଼ିଛି। ଘନଜଙ୍ଗଲରେ ଅଭିଯାନ ଜାରି ରହିଛି ଏବଂ ଏହାର ସକାରାତ୍ମକ ପରିଣାମ ନିୟମିତ ଭାବେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe