ODI in Rajkot: ରାଜକୋଟରେ କିଏ କରିବ ରାଜ? ଆସନ୍ତାକାଲି ଭାରତ-ନ୍ୟୁଜିଲାଣ୍ଡ୍‌ ଦ୍ବିତୀୟ ଦିନିିକିଆ

Advertisment

ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ବୁଧବାର ଖେଳାଯିବ ରାଜକୋଟରେ। ରବିବାର ଭାରତୀୟ ଦଳ ବିରାଟ କୋହଲିଙ୍କ ୯୩ ରନ୍‌ ପାଳି ବଳରେ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।

ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ବୁଧବାର ଖେଳାଯିବ ରାଜକୋଟରେ। ରବିବାର ଭାରତୀୟ ଦଳ ବିରାଟ କୋହଲିଙ୍କ ୯୩ ରନ୍‌ ପାଳି ବଳରେ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି।

G-ZpJJbbYAAxbK9

Indian Team Photograph: (Photo: social media)

ରାଜକୋଟ: ନ୍ୟୁଜିଲାଣ୍ଡ୍‌ ବିପକ୍ଷ ଦ୍ବିତୀୟ ଦିନିକିଆ ମ୍ୟାଚ୍‌ ବୁଧବାର ଖେଳାଯିବ ରାଜକୋଟରେ। ରବିବାର ଭାରତୀୟ ଦଳ ବିରାଟ କୋହଲିଙ୍କ ୯୩ ରନ୍‌ ପାଳି ବଳରେ ୩ ମ୍ୟାଚ୍‌ ଶୃଙ୍ଖଳାରେ ୧-୦ରେ ଆଗୁଆ ହୋଇଛି। ଅନ୍ୟପକ୍ଷରେ ବିଜୟଧାରାରେ ଥିବା ନ୍ୟୁଜିଲାଣ୍ଡ୍‌ ଦଳକୁ ଭାରତ ରୋକିବାରେ ସକ୍ଷମ ହୋଇଥିଲେ ମଧ୍ୟ ପ୍ରଥମ ଦିନିକିଆରେ ସେଭଳି ପ୍ରଭାବୀ ଖେଳିପାରିନଥିବାରୁ ବୁଧବାର ସିରିଜ୍‌ ପୋଛିପାରିବ କି? ‌‌ବୋଲି ପ୍ରଶ୍ନ କରିଛନ୍ତି ପ୍ରଶଂସକ। ‘କୋହଲି ହୈ ତୋ ମୁକିମ୍‌ ହୈ ’ ଭଳି କଥା‌ରେ ପ୍ରଶଂସକମାନେ ତ ଆତ୍ମବିଶ୍ବାସରେ ଅଛନ୍ତି। ଭାରତୀୟ ଦଳ କିନ୍ତୁ ଭଡ଼ୋଦରାରେ ୯୮ତମ ଓଭର ପର୍ଯ୍ୟନ୍ତ ବାନ୍ଧି ହୋଇ ରହିଥିବାରୁ ସାମାନ୍ୟ ଚାପରେ ରହିଛି।

ଶୁବମନ ଗିଲ୍‌ଙ୍କ ଦଳ ପୁଣି ଥରେ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଉପରେ ଏବେ ବି ନିର୍ଭରଶୀଳ କି ନୁହେଁ ପରୀକ୍ଷା ଦେଇ ଚାଲିଛି। ପ୍ରଥମ ମ୍ୟାଚ୍‌ରେ ୱାସିଂଟନ୍‌ ସୁନ୍ଦର ଆହତ ହେବା ପରେ ତାଙ୍କ ବଦଳରେ ଆୟୂଷ‌ ବଡ଼ୋନୀକୁ ସାମିଲ କରାଯାଇଛି। ବୁଧବାର ସୁନ୍ଦରଙ୍କ ବଦଳରେ ବଦୋନୀ କି ନୀତୀଶ ରେଡ୍ଡୀ ଖେଳିବେ ସ୍ପଷ୍ଟ କରାଯାଇନାହିଁ। ପ୍ରସିଦ୍ଧ କୃଷ୍ଣଙ୍କ ବଦଳରେ ଅର୍ଶଦୀପ ସିଂହ ଖେଳିବା ସମ୍ଭାବନା ରହିଛି। ନ୍ୟୁଜିଲାଣ୍ଡ୍‌ ମଧ୍ୟ ଭାରତୀୟ ବଂଶୋଦ୍ଭବ ଆଦିତ୍ୟ ଅଶୋକଙ୍କୁ ପୁଣି ଏକ ସୁଯୋଗ ଦେବା ସମ୍ଭାବନା ରହିଛି। ତଥାପି ଅନ୍ୟତମ ସ୍ପିନର ତଥା ବାମହାତୀ ଜୟଦେବ ଲେନକ୍ସଙ୍କୁ ବିକଳ୍ପ ଭାବେ ଦେଖୁଛି।

ଆହୁରି ପଢନ୍ତୁ: Indian Army warns Pakistan: ପାକିସ୍ତାନକୁ ଚେତାବନୀ ଦେଲେ ଭାରତୀୟ ସେନା ମୁଖ୍ୟ

ରାଜକୋଟରେ ଖେଳାଯାଇଥିବା ୪ଟି ଦିନିକିଆ ମ୍ୟାଚ୍‌ରୁ ପଛରେ ବ୍ୟାଟିଂ ଦଳ କେବେ ଜିତିନାହିଁ। ଏଠାକାର ପିଚ୍‌ରେ ପ୍ରଥମେ ବ୍ୟାଟିଂ କଲେ ଦଳ ବି ଭଲ ସ୍କୋର୍‌ କରି ଫାଇଦାରେ ରହିପାରେ। କାରଣ କାକର ସମସ୍ୟାକୁ ଏବେ ଦଳ ଭଲ ମୁକାବିଲା କରିବା ଶିଖିଗଲେଣି। ଭଡ଼ୋଦରାରେ ଭାରତୀୟ ପେସ୍‌ ବୋଲର ୧୩ ମ୍ୟାଚ୍‌ ପରେ ପ୍ରଥମ ଥର ପାୱାର ‌ପ୍ଲେ ଭିତରେ ୱିକେଟଶୂନ୍ୟ ରହିଥିଲେ। ଭାରତ ମାଟିରେ ଅନ୍ୟୁନ ୨୦ ଦିନିକିଆ ଖେଳିଥିବା ଦେଶ ମଧ୍ୟରେ ନ୍ୟୁଜିଲାଣ୍ଡ୍‌ ସବୁଠାରୁ ଖରାପ ବିଜୟ-ପରାଜୟ ଅନୁପାତ ରଖିଛି। ୮ ଜିତି ହାରିଛି ୩୨।

ଆହୁରି ପଢନ୍ତୁ: Australian Open: ଟେନିସ୍‌ ପ୍ରଶଂସକ ହେବେ ମାଲେମାଲ୍‌

ଭାରତୀୟ ସମ୍ଭାବ୍ୟ ଏକାଦଶ: ଶୁବମନ ଗିଲ୍‌ (ଅଧିନାୟକ),‌ ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ୍ (ୱିକେଟରକ୍ଷକ), ନୀତୀଶ କୁମାର ରେଡ୍ଡୀ/ଆୟୁଷ ବଦୋନୀ, ରବୀନ୍ଦ୍ର ଜା‌ଡ଼େଜା, ହର୍ଷିତ ରାଣା, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ।

ନ୍ୟୁଜିଲାଣ୍ଡ୍‌ ସମ୍ଭାବ୍ୟ ଏକାଦଶ: ଡେଭନ୍‌ କନ୍‌ୱେ, ହେନରି ନିକୋଲ୍ସ, ୱିଲ୍‌ ୟଙ୍ଗ୍‌, ଡାରିଲ୍‌ ମିଚେଲ୍‌, ମିଚେଲ୍‌ ହେ (ୱିକେଟରକ୍ଷକ), ଗ୍ଲେନ୍‌ ଫିଲିପ୍ସ, ମାଇକେଲ୍‌ ବ୍ରେସ୍‌ୱେଲ୍ (ଅଧିନାୟକ), କ୍ରିଷ୍ଟିଆନ୍‌ କ୍ଲାର୍କ, କାଏଲ ଜାମିସନ୍‌, ଜ୍ୟାକ ଫକ୍ସ, ଆଦିତ୍ୟ ଅଶୋକ/ଜୟଦେନ ଲେନକ୍ସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe