tamasa mishra Photograph: (sambad.in)
ଭୁବନେଶ୍ୱର: ଧନରେ ତୁ କୁଆଡେ ଗଲୁ, ତୋ କୁନି କୁନି ପାଦ ପକାଇ ତୁ ମୋ ପାଖକୁ ଫେରି ଆ, ମୋ ପଣତରେ ତତେ ଆଦରି ନେବି, ମୋ ଆଖିର ତାରା ଆଉ ଅଭିମାନ କରେନି, ଆ ପଳେଇଆସେ ଧନ | ହେ ଈଶ୍ୱର, ମୋ ଗୁଣମଣିକୁ ପଠାଇଦିଅ | ହୃଦୟର ଏସବୁ କଥା ଆଉ ଶୁଣିବାକୁ ସିଏ ନାହିଁ | ଏମିତି ଏକ ଅଫେରା ରାଇଜକୁ ସିଏ ଚାଲିଯାଇଛି ଯେଉଁଠାରୁ କେହି କେବେ ଫେରିପାରିବ ନାହିଁ | ଆମେ କହୁଛୁ ଯାତ୍ରା ସିଂହବାହିନୀଙ୍କର ମୁଖ୍ୟ ଅଭିନେତ୍ରୀ ତମସା ମିଶ୍ରଙ୍କ ଜୀବନରେ ଘଟିଥିବା ଏମିତି ଏକ କାହାଣୀ ଯାହା ଆପଣଙ୍କ ଆଖିରେ ବି ଲୁହ ଆଣିଦେବ |
ବାସ୍ତବରେ ଗତକାଲି ତମସା ମିଶ୍ରଙ୍କର ଏକମାତ୍ର ପୁଅ ଆଦିଦେବ ଏଦୁନିଆରୁ ଚାଲିଯାଇଛି | ଦୀର୍ଘଦିନ ଧରି ସେ ଅସୁସ୍ଥ ଥିବାବେଳେ ଗତକାଲି କୁନି ପୁଅର ଦେହାନ୍ତ ହୋଇଯାଇଛି | ବୟସ ବି ସେମିତି ହୋଇନଥିଲା, ମାତ୍ର ଅଢେଇ ବର୍ଷ ହେବ | ଗତକାଲି ତମସା ଯାତ୍ରାରେ ଅଭିନୟ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ପୁଅର ଗୁରୁତର ହୋଇପଡିବା କଥା ଜାଣିଥିଲେ | ଆଉ ଏକଥା ଶୁଣିବା ପରେ ସେ ଭାଙ୍ଗିପଡିଥିଲେ | ଏହାପରେ ପୁଅର ଚାଲିଯିବା କଥା ତାଙ୍କ ସ୍ୱାମୀ ତାଙ୍କୁ ଜଣାଇଥିଲେ | ଆଉ ବିଷିକେଶନ ଚାଲିଯିବା ଶୁଣି ତମସାଙ୍କ ଆଖିରୁ ଲୁହ ଅବିରତ ଝରିଥିବାବେଳେ ସେ ଏକଦମ ନିରବ ହୋଇପଡିଥିଲେ |
ତମସାଙ୍କ ସେହି ୭ ମିନିଟର କଥା
କୁହାଯାଏ ମଞ୍ଚରେ ଅଭିନୟ କରିବା ତମସାଙ୍କ ପାଇଁ ବାଧ୍ୟବାଧକତା ଥିଲା | ଆଉ ସେ ବି ତାଙ୍କ ପୁଅକୁ ଅନେକ ସମୟରେ ଝୁରୁଥିଲେ | ପୁଅକୁ ନେଇ ତମସା ଏମିତି କିଛି ଲେଖିଥିଲେ, ଯାହା ଆପଣଙ୍କୁ ବି ଭାବବିହ୍ୱଳ କରିଦେବ |
ତମସା ଲେଖିଥିଲେ, 'ମୃତ୍ୟୁ ପରେ ମଣିଷର ମସ୍ତିଷ୍କ ୭ ମିନିଟ୍ ପର୍ଯ୍ୟନ୍ତ ଜୀବିତ ରହେ ଏବଂ ସେହି ସମୟରେ ସେ ନିଜର ଶ୍ରେଷ୍ଠ ସ୍ମୃତିଗୁଡ଼ିକୁ ସାଉଁଟିଥାଏ | ​ଯଦି ଏହା ସତ, ତେବେ ମୋର ସେହି ଶେଷ ସାତ ମିନିଟରେ
​ଶୋଇବା ସମୟରେ ତା କୁନି ହସର କିଳିକିଳି ଶବ୍ଦ ଏବଂ କୁନି ଓଠରେ ଚୁମ୍ବନର ଉଷ୍ମତା, ତା ମୁହଁରୁ "ମାମା" ର ଡାକ,
ମୋ କୋଳରେ ବସିଥିବା ସମୟରେ ତା ଚୁଟିର ସେହି ମିଠା ଭୂରୁଭୂରୁ ବାସ୍ନା, ଘର ସାରା ତାର ଛୋଟ ପାଦଗୁଡ଼ିକର ଦୌଡ଼ିବା ଶବ୍ଦ' ​ସେ ହିଁ ହେବ ମୋର ସେହି ସାତ ମିନିଟ୍.. ମୃତ୍ୟୁ ପରେ ନର୍କ କି ସ୍ବର୍ଗ ପ୍ରାପ୍ତି ତାହା ତ ଜାଣେନି, କିନ୍ତୁ ମୃତ୍ୟୁ ପୂର୍ବର ଏହି ସବୁ ସ୍ମୃତି ହିଁ ମୋ ପାଇଁ ସ୍ଵର୍ଗର ଅନୁଭବ' |
ଆହୁରି ପଢନ୍ତୁ: Guru And Buddhia Died: ଆଗ ଚେଲା, ତାପରେ ଗୁରୁ: ମାସକ ମଧ୍ୟରେ ଆଗପଛ ହୋଇ ଚାଲିଗଲେ ଗୁରୁଶିଷ୍ୟ
ତମସାଙ୍କ କ୍ୟାରିୟର
ଯାତ୍ରା ସିଂହବାହିନୀକୁ ଆସିବା ଆଗରୁ ସେ 'ବିଜୟିନୀ' ଧାରାବାହିକରେ କାମ କରିଥିଲେ । ଏହାପରେ ନାଟକ 'ଯାଯାବର', 'ଭୋଳା ଶଙ୍କର' ନାଟକରେ ତାଙ୍କ ଅଭିନୟ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା |ତମସା ଇଂରାଜୀରେ ଏମଏ କରିଥିବାବେଳେ ସେ +୨ ସମୟରୁ ହିଁ ଆକଟିଂଗ କରିବା ଆରମ୍ଭ କରିଥିଲେ।
Follow Us