Pakistan: ନିଜ ସୈନିକଙ୍କୁ ନିଜର ବୋଲି ସ୍ଵିକାର କରୁନି ପାକିସ୍ତାନ, ଉଦ୍ଧାର ପାଇଁ କାନ୍ଦି କାନ୍ଦି ଗୁହାରୀ କଲେ ବଲୁଚ ସେନା କବଳରେ ଥିବା ଯବାନ

Advertisment

ବଲୁଚ ଆର୍ମୀମାନେ ବନ୍ଧକ ଥିବା ପାକିସ୍ତାନ ସୈନିକଙ୍କ ଏକ ଭିଡିଓ ସୋସିଆଲ ମିଡିଆ ହକ୍ଲାଲରେ ପୋଷ୍ଟ କରିଛନ୍ତି, ଯେଉଁ ଭିଡିଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଵାଜା ଆସିଫଙ୍କ ବୟାନକୁ ସତ ପ୍ରମାଣିତ କରିଛି।

ବଲୁଚ ଆର୍ମୀମାନେ ବନ୍ଧକ ଥିବା ପାକିସ୍ତାନ ସୈନିକଙ୍କ ଏକ ଭିଡିଓ ସୋସିଆଲ ମିଡିଆ ହକ୍ଲାଲରେ ପୋଷ୍ଟ କରିଛନ୍ତି, ଯେଉଁ ଭିଡିଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଵାଜା ଆସିଫଙ୍କ ବୟାନକୁ ସତ ପ୍ରମାଣିତ କରିଛି।

20bbs_26_20022026_112

ଇସଲାମାବାଦ୍: ବଲୁଚ ଆର୍ମୀମାନେ ବନ୍ଧକ ଥିବା ପାକିସ୍ତାନ ସୈନିକଙ୍କ ଏକ ଭିଡିଓ ସୋସିଆଲ ମିଡିଆ ହକ୍ଲାଲରେ ପୋଷ୍ଟ କରିଛନ୍ତି, ଯେଉଁ ଭିଡିଓ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖଵାଜା ଆସିଫଙ୍କ ବୟାନକୁ ସତ ପ୍ରମାଣିତ କରିଛି। ଗତ କିଛିଦିନ ତଳେ ଖଵାଜା ଆସିଫ୍ କହିଥିଲେ, ପାକିସ୍ତାନରେ ସେନା ଯବାନଙ୍କୁ ସମ୍ମାନ ମିଳେନାହିଁ। ତାଙ୍କର ଏହି କଥା ଆଜି ପ୍ରମାଣିତ ହୋଇଛି। ବଲୁଚ ଆର୍ମୀ ପୋଷ୍ଟ କରିଥିବା ଭିଡିଓରେ ବନ୍ଧକ ଥିବା ଯବାନମାନେ ନିଜର ପରିଚୟ ପତ୍ର ଦେଖାଇ ଛାତି ପିଟି କାନ୍ଦୁଥିବାର ଦୃଶ୍ୟ ବିଚଳିତ କରୁଥିବାବେଳେ ପାକିସ୍ତାନ ସରକାର ଓ ପାକିସ୍ତାନ ସେନା ବନ୍ଧକ ଥିବା ଯବାନଙ୍କୁ ନିଜ ଦେଶର ବୋଲି ସ୍ଵିକାର କରୁନାହିଁ।

ଆହୁରି ପଢନ୍ତୁ: Odisha Budget 2026-27: ମୋହନଙ୍କ ମୁଣିରେ ୧୬ ନୂଆ ଯୋଜନା: ବଜେଟ୍ ଉପସ୍ଥାପନ ବେଳେ କଲେ ଘୋଷଣା

ବିଏଲଏ ମିଡିଆ ୱିଙ୍ଗ ହକ୍କାଲ ମାଧ୍ୟମରେ ପ୍ରକାଶ କରିଥିବା ନୂତନ ଫୁଟେଜରେ, ସମସ୍ତ ଅଟକ ପାକିସ୍ତାନୀ ସୈନିକ କ୍ୟାମେରା ସାମ୍ନାରେ ସେମାନଙ୍କର ସରକାରୀ ସେବା ପରିଚୟ ପତ୍ର ଓ ଜାତୀୟ ପରିଚୟ ପତ୍ର ଦେଖାଇ ଇସଲାମାବାଦ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ ପାଇଁ ନିବେଦନ କରୁଥିବା ଦେଖାଯାଇଛି। ପାକିସ୍ତାନ ସେନାର କହିବା ଅନୁଯାୟୀ, ସେମାନଙ୍କର କୌଣସି ସୈନିକ ନିଖୋଜ କିମ୍ବା ବିଦ୍ରୋହୀଙ୍କ କବଜାରେ ନାହାନ୍ତି।

ତଥାପି, ବିଏଲଏ ପୁନର୍ବାର କହିଛି ଯେ ଆଲୋଚନା ତୁରନ୍ତ ଆରମ୍ଭ ହେବା ଉଚିତ, କାରଣ ସାତ ଦିନିଆ ଅଲଟିମେଟମରେ ମାତ୍ର ଦୁଇ ଦିନ ବାକି ଅଛି। ଯଦି ସମୟସୀମା ମଧ୍ୟରେ ଆଲୋଚନା ପୁନଃ ଆରମ୍ଭ ନ ହୁଏ, ତେବେ ଅଟକ ସୈନିକମାନଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇପାରେ। ସେପଟେ କିନ୍ତୁ ଏପର୍ଯ୍ୟନ୍ତ, ଶେହବାଜ ସରିଫ ସରକାର ନୂତନ ଭିଡିଓ ଉପରେ କୌଣସି ସରକାରୀ ପ୍ରତିକ୍ରିୟା ଜାରି କରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe