Humane Sagar Case: ହ୍ୟୁମାନଙ୍କ ମୃତ୍ୟୁ ମାମଲାରେ ଟଣା ହେବେ ଡାକ୍ତରଙ୍କ ସହ ପତ୍ନୀ, କଣ୍ଠଶିଳ୍ପୀ!

Advertisment

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ହ୍ୟୁମାନ୍‌ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ମା’ ସେଫାଳି ସୁମନ୍‌ ମର୍କତନଗର ଥାନାରେ ମୃତ୍ୟୁ ରହସ୍ୟର ତଦନ୍ତ ପାଇଁ ଲିଖିତ ଏତଲା ଦେଇଛନ୍ତି। ମୃତ୍ୟୁ ରହସ୍ୟ ଏବେ ବି ଅନ୍ଧାରରେ ଥିବା ବେଳେ ଏହି ଘଟଣାରେ ପୁଲିସ ବିଦ୍ଧିବଦ୍ଧ ତଦନ୍ତ କରିବାକୁ ସେ ଏତଲାରେ ଦର୍ଶାଇଛନ୍ତି।

ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ହ୍ୟୁମାନ୍‌ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ମା’ ସେଫାଳି ସୁମନ୍‌ ମର୍କତନଗର ଥାନାରେ ମୃତ୍ୟୁ ରହସ୍ୟର ତଦନ୍ତ ପାଇଁ ଲିଖିତ ଏତଲା ଦେଇଛନ୍ତି। ମୃତ୍ୟୁ ରହସ୍ୟ ଏବେ ବି ଅନ୍ଧାରରେ ଥିବା ବେଳେ ଏହି ଘଟଣାରେ ପୁଲିସ ବିଦ୍ଧିବଦ୍ଧ ତଦନ୍ତ କରିବାକୁ ସେ ଏତଲାରେ ଦର୍ଶାଇଛନ୍ତି।

New Project

humane sagar Photograph: (sambad.in)

କଟକ: ଓଲିଉଡ୍‌ କଣ୍ଠଶିଳ୍ପୀ ହ୍ୟୁମାନ୍‌ ସାଗରଙ୍କ ମୃତ୍ୟୁ ଘଟଣା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ହ୍ୟୁମାନ୍‌ଙ୍କ ମୃତ୍ୟୁ ଘଟଣାରେ ତାଙ୍କ ମା’ ସେଫାଳି ସୁମନ୍‌ ମର୍କତନଗର ଥାନାରେ ମୃତ୍ୟୁ ରହସ୍ୟର ତଦନ୍ତ ପାଇଁ ଲିଖିତ ଏତଲା ଦେଇଛନ୍ତି। ମୃତ୍ୟୁ ରହସ୍ୟ ଏବେ ବି ଅନ୍ଧାରରେ ଥିବା ବେଳେ ଏହି ଘଟଣାରେ ପୁଲିସ ବିଦ୍ଧିବଦ୍ଧ ତଦନ୍ତ କରିବାକୁ ସେ ଏତଲାରେ ଦର୍ଶାଇଛନ୍ତି। ତେବେ ୯ ଜଣ ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏତଲାରେ ଦର୍ଶାଯାଇଛି। ଏଥିରେ ହ୍ୟୁମାନ୍‌ଙ୍କ ପତ୍ନୀ, ଜଣେ କଣ୍ଠଶିଳ୍ପୀ ଓ ମ୍ୟାନେଜର୍‌ ରହିଛନ୍ତି। ତେବେ ପୁଲିସ ଏହି ଘଟଣାରେ ବିଏନ୍‌ଏସ୍‌ର ଧାରା ୩୫୬(୨), ୩୧୮(୪), ୧୧୫(୨), ୩୫୧(୨), ୬୧(୨)(ବି), ୩(୫)ରେ ଏକ ମାମଲା(କେସ୍ ନଂ ୨୫୯) ରୁଜୁ କରିଥିବା ବେଳେ ନିଜେ ମର୍କତନଗର ଥାନା ଆଇଆଇସି ସତ୍ୟବ୍ରତ ଭୂତିଆ ତଦନ୍ତକାରୀ ଅଧିକାରୀ(ଆଇଓ)ଭାବେ ଦାୟିତ୍ବ ନେଇଛନ୍ତି। ହ୍ୟୁମାନ୍‌ ସାଗରଙ୍କ ମା’ ସେଫାଳି ସୁମନ୍‌ ମର୍କତନଗର ଥାନାରେ ରବିବାର ଲିଖିତ ଅଭିଯୋଗ କରିଛନ୍ତି।

ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ ହ୍ୟୁମାନ୍‌ଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହୋଇଥିଲା, ଏଯାଏ ତାହା ସ୍ପଷ୍ଟ ହୋଇପାରୁ ନାହିଁ। ମୃତ୍ୟୁ ପଛରେ କୌଣସି ମନ୍ଦ ଉଦ୍ଦେଶ୍ୟ ଯଥା ବିଷକ୍ରିୟା କିମ୍ବା ନିଶା ଦେବା, ଶାରୀରିକ ଆଘାତ, ପ୍ରରୋଚନା, ମାନସିକ ନିର୍ଯାତନା, ଧମକ, ଚାପ, ଷଡ଼ଯନ୍ତ୍ର କିମ୍ବା ଆର୍ଥିକ କାରବାର ଥିଲା କି ନାହିଁ, ଏ ନେଇ ତଦନ୍ତ କରିବାକୁ ପୁଲିସକୁ ଅନୁରୋଧ କରିଛନ୍ତି। କଟକ ଭଡ଼ା ଘରେ ରହୁଥିବା ହ୍ୟୁମାନ୍‌ଙ୍କ ସିସି କ୍ୟାମେରାର ଗଲା ୬୦ ଦିନର ଭିଡିଓ ଜବତ ସହିତ ତାଙ୍କ ନିକଟକୁ ଆସୁଥିବା ବ୍ୟକ୍ତିଙ୍କ ତଥ୍ୟ ଭିଜଟର ରେଜିଷ୍ଟର୍‌ରୁ ଜଣାପଡ଼ିବ।

ଆହୁରି ପଢନ୍ତୁ: Bangladesh : ଦିଲ୍ଲୀରେ ସତ୍ୟାଗ୍ରହ, କିନ୍ତୁ ଚିଟାଗଙ୍ଗରେ ହୋଇଥିଲା ଆକ୍ରମଣ : ଭାରତ

ଏହାକୁ ତଦନ୍ତ ପରିସରଭୁକ୍ତ କରିବା ସହିତ ତାଙ୍କ ମୋବାଇଲ୍‌, ଲାପଟପ୍‌, ଟାବଲେଟ, ସିମ୍‌କାର୍ଡ, ଷ୍ଟୋରେଜ ଡିଭାଇସ, ମୋବଇଲ ସିଡିଆର, ହ୍ବାଟସଆପ ଚାଟ , ଏସଏମଏସ, ଇମେଲ, ସୋସିଆଲ୍ ମ୍ୟାସେଜ ଯାଞ୍ଚ, କଲ୍ ରେକର୍ଡିଂ, ଭଏସ ମେଲ୍ କିମ୍ବା ଅଡିଓ ଓ ଭିଡିଓ କମ୍ୟୁନିକେସନ୍‌ ଯାଞ୍ଚ କରିବାକୁ କୁହାଯାଇଛି। 

ଆହୁରି ପଢନ୍ତୁ: Tragic Accident: ଜୀବନକୁ କି ଅବା ଭରସା… ଘର ବାରଣ୍ଡାରେ ବସିଥିଲେ ବୃଦ୍ଧ, ଆଖି ପିଛୁଳାକେ ମାଡ଼ିଗଲା ମୃତ୍ୟୁ… ସାମ୍ନାକୁ ଆସିଲା ଭୟଙ୍କର ଭିଡ଼ିଓ

ଶେଫାଳି ଗଲା ୩ରୁ ୪ ବର୍ଷ ଭିତରେ ହ୍ୟୁମାନଙ୍କ ନିକଟତର ହୋଇଥିବା ବ୍ୟକ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବା ସହିତ ହ୍ୟୁମାନ୍‌ଙ୍କ ପତ୍ନୀ ଶ୍ରେୟା ମିଶ୍ର ଏବଂ ତାଙ୍କ ପରିବାର ସଦସ୍ୟ, ଡାକ୍ତର ଶୁଭେନ୍ଦୁ ମିଶ୍ର, କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀ ଏବଂ ତାଙ୍କ ପରିବାର, ସୋମେଶ ଶତପଥୀ, ଦିନେଶ ବେହେରା, ମହମ୍ମଦ ଅବିତ(ବବଲୁ), ପ୍ରଶାନ୍ତ ବେହେରା, ଲୁଲୁ ମହାନ୍ତି, ଜଗଦୀଶ ମହାନ୍ତିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ଏତଲାରେ ଦର୍ଶାଇଛନ୍ତି। ଅର୍ପିତା ଚୌଧୁରୀଙ୍କ ନିକଟରେ ଅଧିଗ୍ରହଣ କରିଥିବା ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ଅର୍ପିତାଙ୍କ ସହିତ ସୋମେଶଙ୍କ ସମ୍ପର୍କ, ଭୁବନେଶ୍ବରରେ ଥିବା ଅଡିଓ ଷ୍ଟୁଡିଓର ଆର୍ଥିକ କାରବାର ଯାଞ୍ଚ କରିବାକୁ ଦାବି ହୋଇଛି। ଏହି ଦିଗଗୁଡ଼ିକ ତଦନ୍ତ ପରିସରଭୁକ୍ତ କରିବା ସହିତ ପ୍ରମାଣ ନଷ୍ଟ ହେବା ପୂର୍ବରୁ ଏହାକୁ ରୋକିବାକୁ ସେଫାଳି ମର୍କତନଗର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଥିବା ବେଳେ ଏତଲା ନକଲ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ମଧ୍ୟ ପଠାଇଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe