କୋଟି କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ନା କହିଲେ ମାଧବନ

କୋଟି କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ନା କହିଲେ ବଲିଉଡ ଅଭିନେତା ଆର ମାଧବନ। ଅନେକ ବଲିଉଡ ଅଭିନେତା ପାନ ମସଲାର ବିଜ୍ଞାପନ କରି ଟ୍ରୋଲ ହେଉଥିବା ବେଳେ ଏବେ ଏଭଳି ବିଜ୍ଞାପନକୁ ନା କହି ଚର୍ଚ୍ଚାକୁ ଆସିଛନ୍ତି ମାଧବନ।

ram

ମୁମ୍ବାଇ: କୋଟି କୋଟି ଟଙ୍କାର ପାନ ମସଲା ବିଜ୍ଞାପନକୁ ନା କହିଲେ ବଲିଉଡ ଅଭିନେତା ଆର ମାଧବନ। ଅନେକ ବଲିଉଡ ଅଭିନେତା ପାନ ମସଲାର ବିଜ୍ଞାପନ କରି ଟ୍ରୋଲ ହେଉଥିବା ବେଳେ ଏବେ ଏଭଳି ବିଜ୍ଞାପନକୁ ନା କହି ଚର୍ଚ୍ଚାକୁ ଆସିଛନ୍ତି ମାଧବନ। ଅଜୟ ଦେବଗନ୍, ହ୍ରିତିକ୍ ରୋଶନ୍, ଟାଇଗର ଶ୍ରଫ୍, ଶାହାରୁଖ ଖାନ୍ ଏବେ ମଧ୍ୟ ସ୍ବାଦଯୁକ୍ତ ଅଳେଇଚର ବିଜ୍ଞାପନରେ ନଜର ଆସୁଛନ୍ତି। ଅକ୍ଷୟ କୁମାର ଏହି ବିଜ୍ଞାପନରେ ନଜର ଆସିଥିଲେ ମଧ୍ୟ ଲୋକେ ତାଙ୍କୁ ଟ୍ରୋଲ କରିବା ପରେ ବର୍ତ୍ତମାନ ସେ ପାନ୍ ମସାଲା ବିଜ୍ଞାପନରୁ ନିଜକୁ ଦୂରେଇ ରଖିଛନ୍ତି।

ଅକ୍ଷୟଙ୍କ ପରେ ପାନ ମସଲା ବିଜ୍ଞାପନ କରିବାର ଅଫର ଆର ମାଧବନଙ୍କ ନିକଟକୁ ଆସିଥିଲା, ହେଲେ ସେ ଏହାକୁ କରିବାକୁ ମନା କରିଦେଇଥିଲେ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ, ପାନ ମସଲା କମ୍ପାନି ନିଜ ପ୍ରଡକ୍ଟର ବିଜ୍ଞାପନ ପାଇଁ ଲୋକପ୍ରିୟ ଚେହେରା ଖୋଜୁଥିବା ବେଳେ ଆର ମାଧବନଙ୍କୁ ଅଫର ଦେଇଥିଲା। ହେଲେ ମାଧବନ ଏହାକୁ କରିବା ପାଇଁ ମନା କରିଥିଲେ। ନିଜ ଦର୍ଶକଙ୍କୁ ଭୁଲ ବାଟରେ ନେବାକୁ ଚାହୁନଥିବାରୁ ସେ ଏଭଳି କରିଥିବା ସାମ୍ନାକୁ ଆସିଛି। ମାଧବନଙ୍କ ଏଭଳି କାମ ଏବେ ତାଙ୍କ ପ୍ରଶଂସକଙ୍କ ସମେତ ଅନ୍ୟମାନଙ୍କ ମନ କିଣିଛି। ଜଣେ କଳାକାର ହେବା ସହ ଦ‌ାୟିତ୍ବବାନ ନାଗରିକ ଭାବେ ସେ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାକୁ ପ୍ରଶଂସା କରାଯାଉଛି।

ଏହା ପୂର୍ବରୁ ଅଭିନେତା ଜନ୍ ଆବ୍ରାହିମ୍ କହିଥିଲେ, ମୁଁ ମୋର ସମସ୍ତ ସହ-କଳାକାର ଏବଂ ସାଙ୍ଗମାନଙ୍କୁ ସମ୍ମାନ କରେ। ମୁଁ ତାଙ୍କର ଅତି ନିକଟତର। ସେମାନଙ୍କ କାମ ମୋତେ ପସନ୍ଦ। କିନ୍ତୁ ପାନ ମସଲା ବିଜ୍ଞାପନ ପାଇଁ ମୁଁ ସେମାନଙ୍କୁ କେବେବି ପ୍ରଶଂସା କରି ପାରିବି ନାହିଁ । ମୁଁ କଦାପି କାହାର ଜୀବନ ସହିତ ଖେଳିବାକୁ ଚାହେଁ ନାହିଁ  ଏବଂ ଏଭଳି କରୁଥିବା ଲୋକଙ୍କୁ ସମର୍ଥନ ବି କରେନାହିଁ।

ଏହି ଖବର ପଢ଼ନ୍ତୁ- https://sambad.in/latest/naga-chaitanya-breaks-silence-on-his-2nd-wedding-with-sobhita-dhulipala-6934770

ଏହି ଖବର ପଢ଼ନ୍ତୁ- https://sambad.in/latest/shah-rukh-khan-juhi-chawla-among-bollywood-celebs-wealthiest-6935491

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe