accident Photograph: (sambad.in)
ରାଇରଙ୍ଗପୁର: ସଡ଼କ ଦୁର୍ଘଟଣାରେ ତିନି ଜଣଙ୍କର ମୃତ୍ୟୁ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ୨୨୦ନଂ ଜାତୀୟ ରାଜପଥ ରାନିବନ୍ଧ ନିକଟରେ 'ରୋଡ଼ ମାଷ୍ଟର' ନାମକ ଏକ ଯାତ୍ରୀବାହି ବସ ସହ ବାଇକର ମୁହାଁମୁହିଁ ଧକ୍କାରେ ତିନି ଜଣ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ବସଟି ରାଇରଙ୍ଗପୁରରୁ କେନ୍ଦୁଝର ଅଭିମୁଖେ ଯାଉଥିଲା।
ଘଟଣାସ୍ଥଳରୁ ୨ମୃତକଙ୍କୁ ରାଇରଙ୍ଗପୁର ଡାକ୍ତରଖାନାକୁ ନିଆଯାଇଥିବାବେଳେ ଅନ୍ୟଜଣେ ବସ ତଳେ ଚାପି ହୋଇରହିଛନ୍ତି। ପରେ ଚାପି ହୋଇ ରହି ଯାଇଥିବା ମୃତ ଶରୀରକୁ ଉଦ୍ଧାର କରାଯାଇ ମେଡିକାଲ ଅଣାଯାଇଥିଲା। ମୃତକଙ୍କ ମଧ୍ୟରେ ଜଣେ ବିକାଶ ବେହେରା ଓ ତାଙ୍କ ଘର ବଡଡାଳିମା ବୋଲି ଜଣାପଡିଥିବା ବେଳେ ଅନ୍ୟ ଦୁଇ ମୃତକ ଝାଡ଼ଖଣ୍ଡର ବୋଲି ଜଣାପଡିଛି।
ଦୁର୍ଘଟଣା ପରେ ଘଟଣାସ୍ଥଳରେ କିଛି ସମୟ ପାଇଁ ଚାପା ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ରାଇରଙ୍ଗପୁର ଏଏସପି, ରାଇରଙ୍ଗପୁର ଏସଡିପିଓ, ବିଡ଼ିଓ, ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ପୋଲିସ ବୁଝାସୁଝା କରିବା ସହ ସରକାରୀ ଗାଇଡ ଲାଇନ ଅନୁଯାୟୀ କ୍ଷତିପୂରଣ ଦିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ପରିସ୍ଥିତି ସ୍ବାଭାବିକ ହୋଇଥିଲା।
Follow Us