ସୁନ୍ଦରଗଡ଼: କୋର୍ଟ ରୁମ ବାହାରେ ପାରାସିଟାମଲ ଔଷଧ ଖାଇ ଦୁଷ୍କର୍ମ ପୀଡ଼ିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଜିଲ୍ଲା ଦୌରାଜଜଙ୍କ କୋର୍ଟ ରୁମ ବାହାରେ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ଅବସ୍ଥାରେ ମହିଳା ଜଣକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କ ବିପକ୍ଷରେ ରାୟ ଆସିବା ପରେ ସେ ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମହିଳା ଜଣକ ୨୦୨୧ ମସିହାରେ ନିଜ ସ୍ବାମୀଙ୍କ  ହତ୍ୟା ଅଭିଯୋଗରେ ଜେଲ ଯାଇ ଜାମିନରେ ଆସିଥିବା ଜଣାପଡିଛି ।

Advertisment

ଆପଣ ବି ପଢନ୍ତୁ ଏସବୁ ଖବର: ପରିତ୍ୟକ୍ତ କୋଠାରୁ ନାବାଳିକାଙ୍କ ମୃତଦେହ ଠାବ: ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ସ୍ବାମୀଙ୍କ ହତ୍ୟା ତାଙ୍କ ପୁରୁଷ ବନ୍ଧୁଙ୍କ ପ୍ରରୋଚନାରେ କରିଥିବାବେଳେ ପୁରୁଷଙ୍କୁ ପୁଲିସ ଗିରଫ ନକରି ମହିଳା ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଜେଲରୁ ଜାମିନରେ ଆସିବା ପରେ ଉଭୟଙ୍କ ମଧ୍ୟରେ ପୂର୍ବପରି ପ୍ରେମ ସମ୍ପର୍କ ରହିନଥିଲା ।

ମହିଳା ଜଣକ ସୁନ୍ଦରଗଡ଼ ସହରରେ ରହୁଥିବାବେଳେ ୨୮ ନଭେମ୍ବର ୨୦୨୧ ଦିନ ତାଙ୍କ ପୂର୍ବ ପୁରୁଷ ବନ୍ଧୁଙ୍କ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣି ଥାନାରେ ଏତଲା ଦେଇଥିଲେ ।

ଆପଣ ବି ପଢନ୍ତୁ ଏସବୁ ଖବର: ଦୁଷ୍କର୍ମ ଅଭିଯୋଗ ପରେ ସୁରକ୍ଷାକର୍ମୀକୁ ମନା କରିଦେଲା ଏମ୍ସ ଭୁବନେଶ୍ବର

ସେହି ମାମଲାରେ ପୁରୁଷ ବନ୍ଧୁ ଅଶ୍ବିନୀ ନାଏକଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା | ପରେ ସେ ଜାମିନରେ ଆସିଥିଲେ । ମାମଲା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ବିଚାର ଚାଲିଥିଲାବେଳେ ଆଜି ସେହି ମାମଲାର ରାୟ ପ୍ରକାଶ ପାଇଥିଲା । 

ଆପଣ ବି ପଢନ୍ତୁ ଏସବୁ ଖବର: ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରିବା ଦିନ ସକାଳୁ ଶିକାର ଖୋଜୁଥିଲା ସଞ୍ଜୟ ରଏ

ଯେଉଁଥିରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହୋଇଥିଲା । ଏହା ପରେ ମହିଳା ଜଣକ ଏକାଥରେ ୮ଟି ପାରାସିଟାମଲ୍ ଟାବଲେଟ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ତାଙ୍କୁ ତୁରନ୍ତ ମେଡ଼ିକାଲ ଅଣାଯାଇଥିଲା। ବର୍ତ୍ତମାନ ତାଙ୍କର ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ଆପଣ ବି ପଢନ୍ତୁ ଏସବୁ ଖବର: ଅଟୋରେ ଘରକୁ ଫେରୁଥିବା ବେଳେ ନିଶା ଦେଇ ଦୁଷ୍କର୍ମ କଲା ଚାଳକ