Rohit Sharma:ଅବସର ନେବେନି ରୋହିତ :୨୦୨୭ ବିଶ୍ବକପ୍‌ ଜିତିବାକୁ କିଛି ବି କରିବି

Advertisment

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି। ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍‌ ମ୍ୟାନ୍‌’ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି।

ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି। ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍‌ ମ୍ୟାନ୍‌’ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି।

12bbs_3_12022026_112

ମୁମ୍ବାଇ : ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରୋହିତ ଶର୍ମା ତାଙ୍କ ଅବସର ଚର୍ଚ୍ଚାକୁ ଅମୂଳକ ଆଖ୍ୟା ଦେଇଛନ୍ତି। ସଂପ୍ରତି ଅବସର କଥା ଆଦୌ ଚିନ୍ତା କରୁନାହାନ୍ତି ବୋଲି ‘ହିଟ୍‌ ମ୍ୟାନ୍‌’ ସ୍ପଷ୍ଟ କରି ଦେଇଛନ୍ତି। ସେହିଭଳି ୨୦୨୭ ମସିହାର ଏକଦିବସୀୟ କ୍ରିକେଟ୍‌ ବିଶ୍ବକପ୍‌ ଜିତିବା ଏବେ ତାଙ୍କ ଖେଳ ଜୀବନର ସବୁଠୁ ବଡ଼ ଲକ୍ଷ୍ୟ ବୋଲି କହିଛନ୍ତି। ରୋହିତଙ୍କ ଏଭଳି ସ୍ପଷ୍ଟୋକ୍ତି ତାଙ୍କ ପ୍ରଶଂସକଙ୍କୁ ଆଶ୍ବସ୍ତ କରିଛି। ଘରୋଇ ପରିବଶେରେ ଖେଳାଯାଇଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଶୃଙ୍ଖଳାର ତିନିଟି ପାଳିରୁ ରୋହିତ ମାତ୍ର ୬୧ ରନ୍‌ କରିବା ପରେ ତାଙ୍କ ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି ହୋଇଥିଲା। ଏପରିକି ଖୁବ୍‌ଶୀଘ୍ର ସେ ‌ଟେଷ୍ଟ୍‌ ଓ ଟ୍ବେଣ୍ଟି-୨୦ ଭଳି ଦିନିକିଆରୁ ମଧ୍ୟ ଅବସର ନେଇଯିବେ ବୋଲି ମଧ୍ୟ ଗୁଜବ ସୃଷ୍ଟି ହୋଇଥିଲା।

ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିବା ଏକ ଭିିଡିଓରେ ୫୦ ଓଭରିଆ ବିଶ୍ବକପ୍‌ ସହ ତାଙ୍କର ଥିବା ଆବଗଭରା ସଂପର୍କ ବିଷୟରେ ଖୋଲାଖୋଲା ମନ୍ତବ୍ୟ ରଖିଛନ୍ତି ସେ। ସେହିଭଳି ଭାରତ ପାଇଁ ୨୦୨୭ ବିଶ୍ବକପ୍‌ ଟ୍ରଫି ଉତ୍ତୋଳନ କରିବାକୁ ସେ କେତେ ବ୍ୟଗ୍ର ତା’ର ଝଲକ ଦେଖାଇଛନ୍ତି। ଏହି ଚର୍ଚ୍ଚିତ ଭିଡିଓରେ ରୋହିତ କହିଛନ୍ତି, ମୁଁ ବିଶ୍ବକପ୍‌ ଖେଳିବା ସହ ଦେଶ ପାଇଁ ଏହାକୁ ଜିତିବା ଲାଗି ନିଶ୍ଚିତ ଚାହିବି। ଏହି ସ୍ବପ୍ନ ମୁଁ ବରାବର ଦେଖି ଆସୁଛି। ୫୦ ଓଭରିଆ ବିଶ୍ବକପ୍‌ ଦେଖିଦେଖି ବଡ଼ ହୋଇଛି। ସେତେବେଳେ ଟ୍ବେଣ୍ଟି-୨୦ ବିଶ୍ବକପ୍‌ କି ଆଇପିଏଲ୍‌ ନଥିଲା। ସେଥିପାଇଁ ପ୍ରତି ୪ବର୍ଷରେ ଥରେ ହେଉଥିବା ବିଶ୍ବକପ୍‌ କ୍ରିକେଟ୍‌ର ସର୍ବଶ୍ରେଷ୍ଠ ପ୍ରତିଯୋଗିତା ବୋଲାଉଥିଲା। ସେଥିପାଇଁ ମନରେ ବ୍ୟାକୁଳତା ବଢ଼ିବଢ଼ି ଚାଲିଛି। ୨୦୨୭ ବିଶ୍ବକପ୍‌ ଜିତିବାକୁ ସବୁକିିଛି କରିବି। କଠିନ ପରିଶ୍ରମ ବି ଆରମ୍ଭ କରି ଦେଇଛି।

ଆହୁରି ପଢନ୍ତୁ: Another Hindu killed :ୟୁନୁସଙ୍କ ଫମ୍ପା ପ୍ରତିଶ୍ରୁତି ବାଂଲାଦେଶ ନିର୍ବାଚନର ଠିକ୍ ପୂର୍ବରୁ, ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା , ହାତଗୋଡ଼ ରଶିରେ ବାନ୍ଧି ଛୁରୀ ଭୁସିଲେ

ଦକ୍ଷିଣ ଆଫ୍ରିକାରେ ଅସମ୍ପୁର୍ଣ୍ଣ କାର୍ଯ୍ୟକୁ ପୂର୍ଣ୍ଣ କରିବା ଲକ୍ଷ୍ୟ
ତିନି ବର୍ଷ ତଳେ ଅର୍ଥାତ୍ ୨୦୨୩ ମସିହା ବିଶ୍ବକପ୍‌ରେ ରୋହିତ ନିଜ ବଳିଷ୍ଠ ନେତୃତ୍ବରେ ଭାରତକୁ ଫାଇନାଲ୍‌କୁ ନେଇଥିଲେ। ହେଲେ ସେଠାରେ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଏଣୁ ୨୦୨୭ରେ ଦକ୍ଷିଣ ଆଫ୍ରିକାରେ ଖେଳାଯିବାକୁ ଥିବା ବିଶ୍ବକପ୍‌ର ପରବର୍ତ୍ତୀ ସଂସ୍କରଣରେ ସେହି ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ। ଏହା ମଧ୍ୟ ତାଙ୍କ କ୍ୟାରିୟରର ଶେଷ ବିଶ୍ବକପ୍‌ ହେବ ବୋଲି ସଙ୍କେତ ଦେଇଛନ୍ତି ସେ। ୨୦୨୭ ବିଶ୍ବକପ୍‌ ପାଖାପଖା ଗୋଟିଏ ବର୍ଷ ବାକି ରହିଛି। ଏଣୁ ରୋହିତଙ୍କୁ ତା’ ପୂର୍ବରୁ ନିଜ ଫର୍ମ ଓ ଫିଟ୍‌ନେସ୍‌କୁ ଠିକ୍‌ ରଖିବାକୁ ହେବ। 

ଦକ୍ଷିଣ ଆଫ୍ରିକା ଯାଇ ବିଶ୍ବକପ୍‌ ପାଇ ଲଢ଼େଇ କରିବା ପୂର୍ବରୁ ଚଳିତବର୍ଷ ଜୁଲାଇରେ ହେବାକୁ ଥିବା ଇଂଲଣ୍ଡ ଗସ୍ତ‌ରେ ନିଜ ପୁରୁଣା ଯାଦୁ ଦେଖାଇବାକୁ ପଡ଼ିବ। ସୂଚନାଯୋଗ୍ୟ ଯେ ୨୦୨୭ ଏକଦିବସୀୟ ବିଶ୍ବକପ୍‌କୁ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମିବ୍ୟା ମିଳିତ ଭାବେ ଆୟୋଜନ କରିବେ। ୨୩ ବର୍ଷ ତଳେ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେରେ ଖେଳାଯାଇଥିବା ୨୦୦୩ ବିଶ୍ବକପ୍‌ରେ ଭାରତୀୟ କ୍ରିକେଟ୍‌ ଦଳ ସୌରଭ ଗାଙ୍ଗୁଲିଙ୍କ ନେତୃତ୍ବରେ ଫାଇନାଲ୍‌ରେ ପ୍ରବେଶ କରିଥିଲା। ସେଠାରେ ମଧ୍ୟ ଅଷ୍ଟ୍ରେଲିଆଠାରୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe